ପ୍ରମୂଖ ଖବର
  • ୨୧ ଯାଏ ଅଧିକ ବର୍ଷା ସମ୍ଭାବନା, ଆଜି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ
  • ||

ସାଉଥରେ ଧମାକା କରିବାକୁ ଯାଉଛନ୍ତି ଆମୀର ଖାନ, ଏହି ଫିଲ୍ମରେ ଆସିବେ ନଜର

Published By : Anindita Ratha | July 4, 2025 11:11 AM

ମୁମ୍ବାଇ,୦୪/୦୭: 'ସୀତାରେ ଜମିନ୍ ପର' ପରେ ସାଉଥରେ ଧମାକା କରିବାକୁ ଯାଉଛନ୍ତି ଆମୀର ଖାନ। ସାଉଥ ମେଗାଷ୍ଟାର ରଜନୀକାନ୍ତଙ୍କ ଫିଲ୍ମ 'କୁଲି' ସହ ଡେବ୍ୟୁ କରିବେ ଅମୀର । ୩ ଜୁଲାଇରେ, ନିର୍ମାତା ଫିଲ୍ମରୁ ତାଙ୍କର ପ୍ରଥମ ଲୁକ୍ ରିଲିଜ୍ କରିଥିବା ବେଳେ ଏବେ ଚରିତ୍ର ଉପରୁ ମଧ୍ୟ ପରଦା ଉଠାଇଛନ୍ତି । 

ତେବେ ନିର୍ମାତା ସନ୍ ପିକ୍ଚର୍ସ ଇନଷ୍ଟାଗ୍ରାମରେ ଆମୀର ଖାନଙ୍କ ଲୁକ୍ ପୋଷ୍ଟର ରିଲିଜ୍ କରିଛନ୍ତି । ଯେଉଁଥିରେ ବ୍ଲାକ୍ ଆଣ୍ଡ ହ୍ୱାଇଟରେ ଆମୀର ଖାନଙ୍କ ପୋଷ୍ଟର ଦେଖିବାକୁ ମିଳିଛି । ଆମୀର ଡ୍ୟାସିଂ ଲୁକ୍,ଷ୍ଟାଇଲିସ୍ ସ୍ୱାଗ୍ ସହ ସିଗାରେଟ ଟାଣୁଥିବା ନଜର ଆସିଛନ୍ତି । ଏହି ଚରିତ୍ର ତାଙ୍କ ପାଇଁ ସମ୍ପୂର୍ଣ୍ଣ ଭିନ୍ନ । ତେବେ ଏହି ପୋଷ୍ଟର ନିର୍ମାତା ସେୟାର କରି କ୍ୟାପସନରେ  ଲେଖିଛନ୍ତି,  'କୁଲି' ଅଗଷ୍ଟ ୧୪ରୁ ସାରା ବିଶ୍ୱରେ IMAX ସ୍କ୍ରିନରେ ଆସିବାକୁ ପ୍ରସ୍ତୁତ ।

ପ୍ରକାଶ ଥାଉକି, ନିକଟରେ, ଆମୀର ରଜନୀକାନ୍ତରେ ତାଙ୍କର ଉପସ୍ଥିତିକୁ ନିଶ୍ଚିତ କରିଥିଲେ । ସେ କହିଥିଲେ ଯେ ସେ ଏହି ଫିଲ୍ମ କରିବାକୁ ରାଜି ହୋଇଛନ୍ତି କାରଣ ସେ ରଜନୀକାନ୍ତଙ୍କ ଜଣେ ବଡ଼ ପ୍ରଶଂସକ । ଏହି ଫିଲ୍ମରେ ଲୋକେଶ କନଗରାଜ ରଜନୀକାନ୍ତଙ୍କ ସହ ପ୍ରଥମ ଥର ପାଇଁ କାମ କରିବାକୁ ଯାଉଛନ୍ତି । ତେବେ ଏହା ରଜନୀକାନ୍ତଙ୍କ ୧୭୧ତମ ଫିଲ୍ମ ହେବାକୁ ଥିବା ବେଳେ ଚଳଚ୍ଚିତ୍ରରେ ସାଉଥ ଅଭିନେତା ନାଗାର୍ଜୁନ,ଶ୍ରୁତି ହାସନ,ବାହୁବଲୀ ଖ୍ୟାତି କଟ୍ଟପ୍ପା ଅଭିନେତା ସତ୍ୟରାଜ, ଅଭିନେତ୍ରୀ ମାଇକ ମୋହନ,ଶୋଭନାଙ୍କୁ ମଧ୍ୟ ଏହି ଫିଲ୍ମରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ । ଅଗଷ୍ଟ ୧୪ରେ ଫିଲ୍ମ ରିଲିଜ ହେବ ।




Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.