ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ଆଉ ୨ ଗିରଫ
  • ||
  • ମାଲକାନଗିରି : ନଈ ପାରି ହେବା ସମୟରେ ପାଣିରେ ଭାସି ଯାଇ ଦୁଇ ଯୁବକ ମୃତ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ରଥଯାତ୍ରାରୁ ଉଦ୍ଧାର ହେଲେ ୧୧ଜଣ ଶିଶୁ ଶ୍ରମିକ

Published By : Gurupada Nath | July 1, 2025 6:09 PM

ପୁରୀ, ୧/୭ :  ଗତ ଦୁଇ ଦିନ ମଧ୍ୟରେ ପୁରୀ ରଥଯାତ୍ରାରୁ ପୁରୀ ପୋଲିସ ଓ ରୁଚିକା ସମାଜ ମଙ୍ଗଳ ସଂଗଠନର ମିଳିତ ସହଯୋଗରେ ୧୧ଜଣ ଶିଶୁ ଶ୍ରମିକ ଉଦ୍ଧାର । ସେଥି ମଧ୍ୟରେ ପିପିଲି ଅଂଚଳରୁ ଜଣେ ଶିଶୁ , ବଡ଼ ଶଙ୍ଖ ନିକଟରୁ ୬ଜଣ ଶିଶୁ  ଓ ସମୁଦ୍ର କୂଳ ଥାନା ଅଂଚଳରୁ ୫ଜଣ ଶିଶୁ କାର୍ଯ୍ୟ କରୁଥିଲେ । ସୂଚନାରୁ ଜଣା ପଡ଼ିଛି ଯେ ବାହାର ରାଜ୍ୟରୁ ଆସି ଓଡିଶାରେ ବେପାର କରିବା ଉଦେଶ୍ୟରେ ଛୋଟ ଛୋଟ ଶିଶୁମାନଙ୍କୁ ଅଣି ଶ୍ରମିକ ଭାବେ କମ୍ ପଇସା ଦେଇ କାର୍ଯ୍ୟରେ ଲଗାଉଛନ୍ତି ।

ଶିଶୁଙ୍କୁ ମନା ବାଉଁଶ ରାଣୀ

ଗତ କାଲି ରୁଚିକା ସମାଜ ମଙ୍ଗଳ ସଂଗଠନ ଓ ସମୁଦ୍ର କୂଳ ଥାନାର ମିଳିତ ସହଯୋଗରେ ବାଉଁଶ ରାଣୀ କରୁଥିବା ଏକ ଶିଶୁକୁ ଉଦ୍ଧାର କରାଯାଇଛି I ସୂଚନା ଅନୁସାରେ ବହୁ ପୁରାତନ ସମୟରୁ ଦେଖି ଆସୁଥିବା ବାଉଁଶ ରାଣୀରେ ପ୍ରାୟତଃ ଛୋଟ ଶିଶୁମାନଙ୍କୁ ପ୍ଲେଟ ଓ ରସି ମାଧ୍ୟମରେ ବାଉଁଶ ନାଟକ ପରିଦର୍ଶନ କରାଯାଏ I ବର୍ତ୍ତମାନ ଆଇନ୍ ଅନୁସାରେ ଛୋଟ ଶିଶୁମାନଙ୍କୁ କୌଣସି ବିପଦ ସଙ୍କୁଳ କାର୍ଯ୍ୟରେ ନ କରାଇବା ପାଇଁ କଡ଼ାକଡ଼ି ଭାବେ ଆଇନ୍ ଲାଗୁ ହୋଇସାରିଛି I ରଥଯାତ୍ରା ଅବସରରେ ଛତିଶଗଡ଼ରୁ ଆସିଥିବା ଦୁଇ ବାଉଁଶ ନାଟ୍ୟ ଦମ୍ପତ୍ତି ଏକ ୬ବର୍ଷର ଶିଶୁ କନ୍ୟାକୁ ପୁରୀ ସମୁଦ୍ରକୂଳ ନିକଟରେ ବାଉଁଶ ରାଣୀ ପରିଦର୍ଶନ କରାଉଥିଲେ । ଖବରପାଇ ରୁଚିକା ସାମାଜ ମଙ୍ଗଳ ସଂଗଠନ ଓ ସମୁଦ୍ର କୂଳ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶିଶୁ ଟିକୁ ଉଦ୍ଧାର କରିଛନ୍ତି I ଜିଲ୍ଲା ଶିଶୁ ମଙ୍ଗଳ ସମିତି ଶିଶୁଟିର ସମସ୍ତ ଦାୟିତ୍ଵ ନେବେ ବୋଲି କହିଛନ୍ତି I 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.