ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

୧୦ଦିନରେ ପହଞ୍ଚିଲା ଜାତୀୟ ସ୍ୱାସ୍ଥ୍ୟ ମିଶନ ଠିକା ଡାକ୍ତର ଓ କର୍ମଚାରୀଙ୍କ ଆନ୍ଦୋଳନ, ସ୍ୱାସ୍ଥ୍ୟସେବା ବାଧାପ୍ରାପ୍ତ

Published By : Suraj Kumar | March 19, 2025 8:33 PM

ମାଲକାନଗିରି, ୧୯/୩ :  ୧୦ଦିନରେ ପହଁଚିଲା ଜାତୀୟ ସ୍ୱାସ୍ଥ୍ୟ ମିଶନ ଠିକା ଡାକ୍ତର ଓ କର୍ମଚାରୀଙ୍କ ଆନ୍ଦୋଳନ। ଜନସ୍ୱାସ୍ଥ୍ୟ ପରିଚାଳନା ପଦବୀ ଏବଂ ସ୍ଥାୟୀ କରଣ  ଦୁଇ ଦଫା ଦାବୀ ନେଇ ରାଜରାସ୍ତାରେ  ବସିଛନ୍ତି। ଯାହା ଫଳରେ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା ଏବଂ ଯୋଜନା କାର୍ଯ୍ୟାନ୍ୱୟନ ବାଧା ପ୍ରାପ୍ତହୋଇଛି।

ମାର୍ଚ୍ଚ ୧୦ ତାରିଖରୁ ଜିଲ୍ଲାର ଜାତୀୟ ସ୍ଵାସ୍ଥ୍ୟ ମିଶନରେ କାର୍ଯ୍ୟରତ ଠିକା କର୍ମଚାରୀମାନେ ଆନ୍ଦୋଳନ ଜାରି ରଖିଛନ୍ତି l ଜିଲ୍ଲା ସ୍ୱାସ୍ଥ୍ୟ ମିଶନ ପରିଚାଳନା କମିଟି, ମାଲକାନଗିରି ଶାଖାର ସଭାପତି ବିକାଶ କୁମାର ମିଶ୍ରଙ୍କ ନେତୃତ୍ୱରେ ଜିଲ୍ଲା ସଦର ଏବଂ ବ୍ଲକରେ କାର୍ଯ୍ୟରତ ୮୯ଜଣ କର୍ମଚାରୀ କାର୍ଯ୍ୟ ବନ୍ଦ କରି ଭୁବନେଶ୍ୱର ର ଲୋୟାର ପି ଏମ ଜି ଛକରେ ଗଣ ଧାରଣା ରେ ବସିଛନ୍ତି l ଏମିତିକି ରଙ୍ଗର ପର୍ବ ହୋଲିକୁ ମଧ୍ୟ ବର୍ଜନ କରି ରାଜରାସ୍ତାରେ କର୍ମଚାରୀ ମାନେ ନିଜର ଦାବୀ ପୂରଣ ପାଇଁ ଆନ୍ଦୋଳନ ଜାରି ରଖିଛନ୍ତି l ଦୀର୍ଘ ୨୦ ବର୍ଷ ଧରି ନିଜର କରି ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଠାରୁ ବିଭିନ୍ନ୍ନ ଯୋଜନାରେ ପୁରସ୍କାର ପାଇ ମଧ୍ୟ ଏଯାବତ ସରକାର ଏମାନଙ୍କର କୌଣସି ଦାବିକୁ କର୍ଣ୍ଣପାତ କରୁନାହାନ୍ତି l 

ପ୍ରକାଶ ଥାଉ କି ଉକ୍ତ କର୍ମଚାରୀ ମାନେ ବିଭିନ୍ନ ସରକାରୀ ସ୍ୱାସ୍ଥ୍ୟ ଯୋଜନା ଯଥା ମାତୃ ଏବଂ ଶିଶୁ ମୃତ୍ୟ ହାର ହ୍ରାସ, ଜନନୀ ଶିଶୁ ସୁରକ୍ଷା ଯୋଜନା, ରାଷ୍ଟ୍ରୀୟ ବାଳ ସୁରକ୍ଷ୍ୟା କାର୍ଯ୍ୟକ୍ରମ, ଯକ୍ଷ୍ମା, କୁଷ୍ଠ ମ୍ୟାଲେରିଆ, ଫାଇଲେରିଆ ରୋଗର ନିରାକରଣ ପରିଚାଳନା, ମାନସିକ ରୋଗ, ଅଣସଂକ୍ରମକ ରୋଗ ର ପରିଚାଳନା, ଆଉଟ ବ୍ରେକ ପରିଚାଳନା, ଦୈନଦିନ ଚିକିତ୍ସାଳୟ ପରିଚାଳନା, ରୋଗୀ ପରାମର୍ଶ, ଆଶାଙ୍କ ପାରିଶ୍ରମିକ ପୈଠ ଇତ୍ୟାଦି ସେବାରେ ଲିପ୍ତ ରହିଛନ୍ତି l ଅତଏବ ଉକ୍ତ କାର୍ଯ୍ୟ ସହିତ ଭାରତ ସରକାରଙ୍କ ୧୦୦ଦିନର ଯକ୍ଷ୍ମା ନିୟନ୍ତ୍ରଣ କମ୍ପେନ, ୪୦ଦିନର ଅଣସଂକ୍ରମକ ରୋଗ ଚିହ୍ନଟ ଏବଂ ପରିଚାଳନା, ଆୟୁଷ୍ମାନ ଭାରତ ବୀମା କାର୍ଡ ବଣ୍ଟନ, ସିକେଲ ସେଲ ରୋଗ ର ପରିଚାଳନା, ଅଂଶୁଘାତ ପରିଚାଳନା, ସମସ୍ତ ପୋର୍ଟାଲ ରିପୋର୍ଟିଂ ବାଧାପ୍ରାପ୍ତ ହେଉଛି l ଦାବୀ ପୂରଣ ନ ହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ସ୍ୱାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ସଂଘର  ମାଲକାନଗିରି ଜିଲ୍ଲା ଶାଖା ସଭାପତି ଶ୍ରୀ ମିଶ୍ର ଚେତାବନୀ ଦେଇଛନ୍ତି। ଏହା ଦ୍ୱାରା ମାଲକାନଗିରି ଜିଲ୍ଲାରେ  ସ୍ୱାସ୍ଥ୍ୟ ସେବାରେ ଘୋର ବାଧା ସୃଷ୍ଟି ହୋଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.