ହରଭଙ୍ଗା, ୨୫।୮ : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଛତ୍ରଙ୍ଗ ପଂଚାୟତ କାର୍ଯ୍ୟାଳୟ ପରିସରରେ  ଯୁଗ୍ମ ଅଭିଯୋଗ ଓ ସମାଧାନ ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛି l ଏଥିରେ  ବ୍ଲକର ବିଭିନ୍ନ ପଂଚାୟତ ୨୧୨ ଟି ଅଭିଯୋଗ ପଞ୍ଜୀକୃତ ହୋଇଥିବା ବେଳେ ସେଥିରୁ ୧୯୫   ଗୋଟି ବ୍ୟକ୍ତିଗତ ଓ ୧୭ଟି ସାମୁହିକ ଅଭିଯୋଗ ଆସିଥିଲା l 

ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ  ବିଭୁତି ଭୂଷଣ ନାଏକ, ଆରକ୍ଷୀ ଅଧିକ୍ଷକ ରାହୁଲ ଗୋଏଲ, ଉପ ଜିଲ୍ଲାପାଳ ବିନୟ କୁମାର ଭୋଇ, ପି ଡ଼ି  ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ହରଭଙ୍ଗା ବିଡ଼ିଓ ବିଜୟ କୁମାର ପ୍ରଧାନ, ତହସିଲଦାର ବଳଦେବ ବେହେରା ଉପସ୍ଥିତ ଥିଲେ। ବିଭିନ୍ନ ଅଭିଯୋଗ ଗୁଡିକ ଶୁଣିବା ସହ  ସମାଧାନ ପାଇଁ ବ୍ଲକ ଓ ଜିଲ୍ଲା ସ୍ତରୀୟ ଲାଇନ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ l ଅନ୍ୟ ପଟେ ପ୍ରାଣୀ ବିଭାଗ ପକ୍ଷରୁ ୧୮ଜଣ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ର କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା  l  ସେ ପଟେ ଅଭିଯୋଗ ଶୁଣାଣିରେ ବୃଦ୍ଧ, ବୃଦ୍ଧା ଓ ବିଭିନ୍ନ ରୋଗ ପରୀକ୍ଷା, ନିରାକରଣ ପାଇଁ ଔଷଧ ବଣ୍ଟନ କରାଯାଇଥିଲା। ଏହି ଶିବିରରେ ବ୍ଲକ ଓ ଜିଲ୍ଲାସ୍ତରୀୟ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ରହିଥିଲେ l