• ସଂସଦରେ ଉପସ୍ଥାପିତ ଆର୍ଥିକ ସର୍ଭେରେ ବଡ଼ ଖୁଲାସା
  • ହୃଦରୋଗରେ ମହିଳାଙ୍କ ଅପେକ୍ଷା ପୁରୁଷଙ୍କ ମୃତ୍ୟୁ ସଂଖ୍ୟା ଅଧିକ
  • ଶ୍ୱାସକ୍ରିୟା ସଂକ୍ରମଣ ଜନିତ କାରଣରେ ମହିଳାଙ୍କର ମୃତ୍ୟୁ ଅଧିକ

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁସାରେ , ଭାରତରେ ରୋଗ ଜନିତ ମୃତ୍ୟୁରେ ସବୁଠୁ ଉପରେ ରହିଛି ହୃଦରୋଗ। ସରକାରଙ୍କ କହିବାନୁସାରେ , ୨୦୦୪-୦୬ ପରେ ହାର୍ଟ ଡିଜିଜରେ ମୃତକଙ୍କ ମଧ୍ୟରେ ପୁରୁଷଙ୍କ ସଂଖ୍ୟା ମହିଳାଙ୍କ ଠାରୁ ଅଧିକ। ଏହି ସୂଚନା ଗୁରୁବାର ସଂସଦରେ ଉପସ୍ଥାପିତ ଆର୍ଥିକ ସର୍ଭେରେ ଦିଆଯାଇଛି। ଏହି ମୁତାବିକ , ରୋଗ କାରଣରୁ ମହିଳାଙ୍କ ତୁଳନାରେ ପୁରୁଷଙ୍କ ମୃତ୍ୟୁ ଅଧିକ ହୋଇଥାଏ। ଅନ୍ୟପଟେ ଭାରତରେ ଖୁବ୍ ଜୋରରେ ପାଦ ପ୍ରସାରିତ କରୁଥିବା ଡାଇବେଟିସ୍ ଜନିତ ମୃତ୍ୟୁ ହୃଦରୋଗର ତୁଳନାରେ କମ୍ । ଅଧିକାଂଶ ରୋଗରେ ପୁରୁଷଙ୍କ ମୃତ୍ୟୁ ମହିଳାଙ୍କ ତୁଳନାରେ ଅଧିକ ହୋଇ ଥାଏ।

ଏହାସହ ମଧ୍ୟ ପଢନ୍ତୁ : ୪ ପ୍ରକାରର ଚାକିରି ଉପରେ ପ୍ରତିବନ୍ଧକ ଲଗାଇଲା ଏହି ଦେଶ, ଭାରତୀୟଙ୍କ ପ୍ରି-ଭେରିଫିକେସନ ଜରୁରୀ

ହୃଦରୋଗରେ ମହିଳାଙ୍କର ହେଉଥିବା ମୃତ୍ୟୁ –

ଆର୍ଥିକ ସର୍ଭେରେ ୨୦୨୧-୨୩ ରେ ସବୁ ଆୟୁବର୍ଗର ଲୋକଙ୍କ ମଧ୍ୟରେ ମୃତ୍ୟୁ କାରଣକୁ ବିଶ୍ଳେଷଣ କରାଯାଇଛି। ଏହି ମୁତାବିକ , ହୃଦରୋଗ କାରଣରୁ ୩୨.୪ ପ୍ରତିଶତ ପୁରୁଷ ଓ ୨୯.୧ ପ୍ରତିଶତ ମହିଳାଙ୍କ ମୃତ୍ୟୁ ହୋଇଛି। ଅନ୍ୟପଟେ ଶ୍ୱାସକ୍ରିୟା ସଂକ୍ରମଣ ଜନିତ କାରଣରୁ ୮.୯ ପ୍ରତିଶତ ପୁରୁଷ ଓ ୯.୯ ପ୍ରତିଶତ ମହିଳାଙ୍କ ମୃତ୍ୟୁ ହୋଇଛି।କ୍ୟାନସର କାରଣରୁ ୬ ପ୍ରତିଶତ ପୁରୁଷ ଓ ୬.୯ ପ୍ରତିଶତ ମହିଳାଙ୍କ ମୃତ୍ୟୁ ହୋଇଛି। ପାଚନ ସମ୍ୱନ୍ଧୀୟ ରୋଗରେ ୬.୭ ପ୍ରତିଶତ ପୁରୁଷ ଓ ୩.୨ ପ୍ରତିଶତ ମହିଳାଙ୍କ ମୃତ୍ୟୁ ହୋଇଛି। ସେପଟେ ଜ୍ୱର ଓ ଅନ୍ୟ ଅଜଣା କାରଣରୁ ୪.୧ ପ୍ରତିଶତ ପୁରୁଷ ଓ ୬ ପ୍ରତିଶତ ମହିଳାଙ୍କର ମୃତ୍ୟୁ ହୋଇଛି।

ସଡ଼କ ଦୁର୍ଘଟଣାରେ କେତେ ମୃତ୍ୟୁ ହୋଇଥାଏ –

ଏହିପରି ୩.୮ ପ୍ରତିଶତ ପୁରୁଷ ଓ ୩.୬ ପ୍ରତିଶତ ମହିଳାଙ୍କ ମୃତ୍ୟୁ ଅଜାଣତରେ ଲାଗିଥିବା ଆଘାତ ଓ ସଡ଼କ ଦୁର୍ଘଟଣାରେ ହୋଇଛି। ଡାଇବେଟିସରୁ ୩.୧ ପ୍ରତିଶତ ପୁରୁଷ ଓ ୪.୧ ପ୍ରତିଶତ ମହିଳାଙ୍କ ମୃତ୍ୟୁ ହୋଇଛି।, ମୂତ୍ର ସମ୍ୱନ୍ଧୀୟ ରୋଗରେ ୩.୩ ପ୍ରତିଶତ ପୁରୁଷ ଓ ୨.୬ ପ୍ରତିଶତ ମହିଳାଙ୍କ ମୃତ୍ୟୁ ହୋଇଛି। ସେଠାରେ ଅନ୍ୟ କାରଣରୁ ୮.୫ ପ୍ରତିଶତ ପୁରୁଷ ଓ ୧୩.୪ ପ୍ରତିଶତ ମହିଳାଙ୍କ ମୃତ୍ୟୁ ହୋଇଛି।