ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ଆସନ୍ତାକାଲି ଠାରୁ ଜଳିବ ପଶ୍ଚିମ ଓଡିଶା, ୪ ଦିନ ପାଇଁ ହିଟୱେଭ ଜାରି

Published By : Suraj Kumar | March 12, 2025 10:42 PM

ଭୁବନେଶ୍ବର,୧୨।୩ : ଉପକୂଳରୁ ଉପାନ୍ତ ସବୁଠି ତାତି ତାଉ ଥିବା ବେଳେ ଆସନ୍ତାକାଲିଠୁ ଜଳିବ ପଶ୍ଚିମ ଓଡ଼ିଶା । ହୋଲିରେ ଅନୁଭବ ହେବ ଟାଇଁ ଟାଇଁ ଖରା।  ଚଳିତ ସପ୍ତାହରେ ୪ ଦିନର  ହିଟ ୱେବ ବା ଗ୍ରୀଷ୍ମ ପ୍ରବାହ ନେଇ ସୂଚନା ଜାରି କଲା ପାଣିପାଗ ବିଭାଗ। ୧୩ , ୧୪, ୧୫ ଓ ୧୬  ତାରିଖ ୪ ଦିନ  ପାଇଁ  ହିଟୱେଭ ବିଭାଗ ଜାରି କରିଥିବା ବେଳେ ଆଭ୍ୟନ୍ତରୀଣ ଓଡ଼ିଶାରେ ଅସ୍ତବ୍ୟସ୍ତ କରିବ ଅସମ୍ଭାଳ ତାତି । ୪ ଦିନ ଯାଏ ପ୍ରବଳ ଖରା ନେଇ ୟେଲୋ ସହ ଅରେଞ୍ଜ ୱାର୍ଣ୍ଣି ଜାରି କରିଛି ଆଂଚଳିକ ପାଣିପାଗ କେନ୍ଦ୍ର। 

୧୩ ତାରିଖରେ ବଲାଙ୍ଗୀର,ବୌଦ୍ଧ,  ସମ୍ବଲପୁର ଓ ଝାରସୁଗୁଡା  ଆଭ୍ୟନ୍ତରୀଣ ଓଡ଼ିଶାର ୪  ଜିଲ୍ଲା ପାଇଁ ୟେଲୋ ସତର୍କତା ଜାରି କରିଛି ବିଭାଗ। ସେହିପରି ୧୪ ତାରିଖ ରେ  ପ୍ରବଳ ଖରା ନେଇ ୬ ଜିଲ୍ଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବୌଦ୍ଧ, ବଲାଙ୍ଗିର ଓ ଅନୁଗୁଳ  କୁ ୟେଲୋ ୱାର୍ଣି ଜାରି । ୧୫ ତାରିଖ ତାରିଖ ରେ ପ୍ରବଳ ଖରା ନେଇ ୫ ଜିଲ୍ଲା ସୁନ୍ଦରଗଡ଼, ସୋନପୁର, ଅନୁଗୁଳ ,ବରଗଡ଼ ଓ ମୟୁରଭଞ୍ଜ କୁ ୟେଲୋ ୱାର୍ଣୀ ଜାରି କରାଯାଇଛି । ସେହିପରି ୧୬ ତାରିଖରେ ୬ ଜିଲ୍ଲା ବଲାଙ୍ଗୀର ,ବୌଦ୍ଧ,ସୋନପୁର ,ବରଗଡ଼,ସୁନ୍ଦରଗଡ ଓ  ମୟୁରଭଞ୍ଜ କୁ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ।

 ସେପଟେ ଦିନରେ ଗ୍ରୀଷ୍ମ ପ୍ରବାହ ସହ ରାତିରେ ଉଷ୍ମ ରାତିର ଅନୁଭବ ହେବ ବୋଲି ବିଭାଗ ପୂର୍ବାନୁମାନ କରିଥିବା ବେଳେ ଏନେଇ ଅରେଞ୍ଜ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ।୧୩ ତାରିଖରେ ବଲାଙ୍ଗୀର ,ବୌଦ୍ଧ, ଝାରସୁଗୁଡା ଓ ସମ୍ବଲପୁର ସହ ୧୪ ତାରିଖରେ ସମ୍ବଲପୁର ଓ ଝାରସୁଗୁଡା କୁ ଉଷ୍ମ ରାତ୍ରି ପାଇଁ ଅରେଞ୍ଜ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ ।ଏହିସବୁ ଜିଲ୍ଲାବାସୀଙ୍କୁ ଗ୍ରୀଷ୍ଣ ପ୍ରବାହକୁ ଦୃଷ୍ଟିରେ ରଖି ସତର୍କତାମୂଳକ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି। 

 ସେପଟେ ପଶ୍ଚିମ ଓଡ଼ିଶାରେ ହୋଇପାରେ ନିଆଁବର୍ଷା। ପାରଦ ୪୦ ଡିଗ୍ରୀ ଉପରକୁ ପାର କରିବା ସମ୍ଭାବନା ରହିଛି। ଗତ ୨୪ ଘଂଟାରେ ବୌଦ୍ଧରେ ସର୍ବାଧିକ  ୩୯.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ୩୭ ରୁ ଊର୍ଧ୍ୱ ୯ ଜିଲ୍ଲା ଭବାନୀପାଟଣା , ଟିଟିଲାଗଡ ,ମାଲକାନଗିରି ,ଝାରସୁଗୁଡା,ବଲାଙ୍ଗୀର, ପାରଳାଖେମୁଣ୍ଡି , ଅନୁଗୁଳ  ହୀରାକୁଦ ଓ  ବାରିପଦା ରେ ତାପମାତ୍ରା  ରେକର୍ଡ କରାଯାଇଛି। ଭୁବନେଶ୍ୱର ସର୍ବାଧିକ ୩୫.୪  ଓ କଟକରେ ୩୫.୦  ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.