ପୁରୀ ୨୬/୦୬; ଶ୍ରୀମନ୍ଦିର ପରିଚାଳନା କମିଟି ମିଟିଂ ଶେଷ ହୋଇଛି । ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସୂଚନା ଦେଇ କହିଛନ୍ତି, ପରିକ୍ରମା ପ୍ରକଳ୍ପ ବାହାରେ ବହୁ ବଡ଼ ବଡ଼ ଅଟ୍ଟାଳିକା ଗଢ଼ି ଉଠିଛି । ସେମାନେ ନିଜସ୍ବ ଢଙ୍ଗରେ ଅଟ୍ଟାଳିକା ସବୁ ନିର୍ମାଣ କରୁଛନ୍ତି । ଶ୍ରୀଗୁଣ୍ଡିଚା ମନ୍ଦିର ଚାରିପାଖରେ ବି ସୁ-ଉଚ୍ଚ ଅଟ୍ଟାଳିକା ନିର୍ମାଣ ଚାଲିଛି । ଆମେ ଏନେଇ ନଗର ଉନ୍ନୟନ ବିଭାଗକୁ ଅବଗତ କରାଇବୁ । ଅଟ୍ଟାଳିକାଗୁଡ଼ିକର ଉଚ୍ଚତା ନିର୍ଦ୍ଧାରଣ ପାଇଁ ସରକାରଙ୍କୁ ଚିଠି ଲେଖିବୁ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି । ଏହାଛଡ଼ା ଶ୍ରୀମନ୍ଦିର ସମ୍ପର୍କିତ ସମସ୍ତ ଶବ୍ଦାବଳୀକୁ ନେଇ ‘ପାଟେଣ୍ଟ’ କରାଯିବ। ଶବ୍ଦାବଳୀକୁ ନେଇ ‘ପାଟେଣ୍ଟ’ ହେଉଛି ଏକ ଆଇନଗତ ବ୍ୟବସ୍ଥା ବୋଲି ମନ୍ଦିରର ମୁଖ୍ୟ ପ୍ରଶାସକ କହିଛନ୍ତି ।

‘ବେଙ୍ଗଲ କେବେ ବି' ବିଜେପି ହାତକୁ ଯିବ ନାହିଁ, ମୋଦୀଙ...