ଭୁବନେଶ୍ବର, ୧୬।୧୧ :  ଏସସିବି ମେଡିକାଲକୁ ଆସୁଥିବା ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟମାନଙ୍କୁ ସହାୟତା ଦେବା ଉଦ୍ଦେଶ୍ୟରେ  ଖୋଲିଲା ନୂଆ ସହାୟତା କେନ୍ଦ୍ର। ଶୁଶ୍ରୁତ ସ୍ୱାସ୍ଥ୍ୟ ସହାୟତା କେନ୍ଦ୍ର ନାମରେ ଆରମ୍ଭ ହୋଇଛି ଏହି ସହାୟତା କେନ୍ଦ୍ର। ଏହାକୁ ଲୋକାର୍ପିତ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ। 

ଉତ୍କଳ ବିପର୍ଣ୍ଣ ସହାୟତା ସମିତି ଜରିଆରେ ଏହି କେନ୍ଦ୍ରଟି କାର୍ଯ୍ୟକ୍ଷମ ହେବ। ଏସସିବି ମେଡିକାଲର ପ୍ରବେଶ ଦ୍ୱାର ଠାରୁ ମାତ୍ର ଅଳ୍ପ ଦୂରରେ ଏହି ସହାୟତା କେନ୍ଦ୍ରଟି ରହିଛି।  ଯେଉଁଠୁ ୨୪ ଘଣ୍ଟିଆ ସେବା ପାଇପାରିବେ ସାଧାରଣ ଲୋକ।