ଅନଲାଇନ ଆସୁଥିବା ଖାଦ୍ୟରେ ବ୍ୟବହୃତ ହେଉଥିବା କଳା ଡବାର ପୁର୍ନଃ ବ୍ୟବହାର ଶରୀର ପାଇଁ କ୍ଷତିକାରକ ହୋଇଥାଏ । ଆଜିକାଲି ଅନ୍ଲାଇନ୍ ଖାଦ୍ୟ ମଗାଇବା ପରମ୍ପରା ବଢିଚାଲିଛି । ସେବୁ ଖାଦ୍ୟ ଆସୁଥିବା କଳା ଡବାକୁ ବ୍ୟବହାର ପରେ ପ୍ରାୟ ଲୋକ ଏହାକୁ ସଫା କରି ପୁର୍ନଃ ବ୍ୟବହାର କରିଥାନ୍ତି । ଯଦି ଆପଣ ଏପରି କରୁଥାନ୍ତି, ତେବେ ସାବଧାନ ହୋଇଯାଆନ୍ତୁ । ମେଡିକାଲ୍ ନ୍ୟୁଟ୍ରିନିଷ୍ଟ ତଥା ‘ଦ ଗ୍ରେଟ୍ ଇଣ୍ଡିଆନ୍ ଥାଳୀ’ର ଲେଖିକା ନନ୍ଦିତା ଆୟାର୍ ଏହି କଳା ଡବାକୁ ନେଇ ଚେତାବନୀ ଦେଇଛନ୍ତି । ସେ ସୋସିଆଲ୍ ମିଡିଆ ଏକ୍ସରେ ଏକ ଭିଡିଓ ସେୟାର କରିବା ସହ ଏହି ଡବା ଶରୀର ଉପରେ କେତେ କ୍ଷତି ପହଞ୍ଚାଏ ଜଣାଇଛନ୍ତି ।

କଳା ଡବା କାହିଁକି କ୍ଷତିକାରକ?

ନଷ୍ଟ ହୋଇଯାଇଥିବା ଇଲେକ୍ଟ୍ରୋନିକ୍ ଜିନିଷରୁ: ଡାକ୍ତରଙ୍କ ଅନୁସାରେ ଅଧିକାଂଶ କଳାଡବା ପୁରୁଣା ଟିଭି, ରିମୋଟ୍ ଓ ପିବିସି ପରି ପୁରୁଣା ଉପକରଣକୁ ରିସାଇକେଲିଂ କରି କଳାଡବା ତିଆରି ହୋଇଥାଏ । ଏଥିରେ ଥିବା କେମିକାଲ ଖାଦ୍ୟପାନୀୟକୁ କ୍ଷତି ପହଞ୍ଚାଇଥାଏ ।

ଖରାପ ପ୍ଲାଷ୍ଟିକ୍ର ବ୍ୟବହାର: ଡବା କଳା ରଙ୍ଗର ହୋଇଥିବାର ଏହାକୁ ସହଜରେ ଲୁଚାଯାଇପାରେ । କାରଣ ଖରାପ ପ୍ଲାଷ୍ଟିକ୍କୁ ନେଇ ଏହାର ତିଆରି ହୋଇଥାଏ ।

ଗରମ ଖାଦ୍ୟ ଓ ମାଇକ୍ରୋଭନ୍ ସବୁଠାରୁ କ୍ଷତିକାରକ:

ଡା.ଆୟାର୍ଙ୍କ ଅନୁସାରେ ଏହି ଡବାରେ ଖାଦ୍ୟ ଗରମ କରିବା, ତେଲ ବା ଖଟା ଖାଦ୍ୟ ରଖିବା ଦ୍ୱାରା ଏଥିରୁ ବାହାରୁଥିବା କେମିକାଲ୍ ଓ ହେବି ମେଟଲସ୍ ଖାଦ୍ୟରେ ମିଶିଥାଏ । ଯଦି ଏହି ଡବାକୁ ମାଇକ୍ରୋଭନ୍ରେ ରଖି ଖାଦ୍ୟ ଗରମ କରାଯାଏ, ତେବେ ଏଥିରେ ଥିଭା କେମିକାଲ ସିଧାସଳଖ ଖାଦ୍ୟରେ ମିଶିଥାଏ, ଯାହା ଶରୀର ପାଇଁ ଅନେକ ଗୁଣା କ୍ଷତିକାରକ ସାବ୍ୟସ୍ତ ହୋଇଥାଏ ।

କେମିତି ରହିବେ ସୁରକ୍ଷିତ?

ଏହି ଡବାର କ୍ଷତି ସହ ସେଥିରୁ କେମିତି ରକ୍ଷା ପାଇପାରିବେ ସେଥିପାଇଁ ଡା.ଆୟାର କେତେକ ପରାମର୍ଶ ଦେଇଛନ୍ତି । ଯେପରିକି ଖାଦ୍ୟ ଡେଲିଭରି ହେବା ପରେ ଏହାକୁ ତୁରନ୍ତ ଅନ୍ୟ ପାତ୍ରକୁ ଖାଲି କରି ନୀଅନ୍ତୁ । ଏହାକୁ କେବେବି ମାଇକ୍ରୋଭନ୍ରେ ହରମ କରନ୍ତୁନି । ସେହିପରି ଏହାକୁ ସଫା କରି ଘରେ ଆଦୌ ରଖନ୍ତୁନି । କଳା ଡବା ଅପେକ୍ଷା ଧଳା ଡବା ସାମାନ୍ୟ କମ୍ କ୍ଷତିକାରକ ।