ପ୍ରମୂଖ ଖବର
  • ଇଣ୍ଡୋନେସିଆରେ ମଝି ସମୁଦ୍ରରେ ହୁତୁ ହତୁ ହୋଇ ଜଳିଗଲା ଜାହାଜ, ଜୀବନ ବିକଳରେ ପାଣିକୁ ଡେଇଁପଡ଼ିଲେ ଯାତ୍ରୀ
  • ||
  • ବ୍ରିଟେନ ଓ ମାଳଦ୍ୱୀପ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି,ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||
  • ଭବାନୀପାଟଣା, ସ୍ୱାମୀର ପରକୀୟା ପ୍ରୀତି ଯୋଗୁଁ ସ୍ତ୍ରୀଙ୍କ ଆତ୍ମହତ୍ୟା, ସୁଇସାଇଡ୍‌ ନୋଟ୍‌ ଦୁଇ ଜଣଙ୍କ ନାମ
  • ||
  • ଏଫ୍ଏମ୍‌ ଛାତ୍ରୀ ଆତ୍ମାହୁତି ଘଟଣାର ତଦନ୍ତ ପାଇଁ ପହଞ୍ଚଲେ କ୍ରାଇମବ୍ରାଞ୍ଚ ଡିଜି, ଭାରପ୍ରାପ୍ତ ଅଧ୍ୟକ୍ଷଙ୍କୁ ଘଟଣାର ବିଭିନ୍ନ ଦିଗ ସମ୍ପର୍କରେ ପଚାରି ବୁଝିଥିଲେ
  • ||
  • ଏୟାର ଲିଫ୍ଟ ହେଲେ ବଳଙ୍ଗା ପୀଡିତା, ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର
  • ||
  • ବଳଙ୍ଗା ନାବାଳିକା ପୋଡ଼ି ଘଟଣା : ପୀଡିତାଙ୍କ ପିଉସୀଙ୍କୁ ଉଠାଇନେଲା ପୋଲିସ
  • ||
  • ପଦ୍ମନାଭପୁର ଟୋଲଗେଟରେ ଭାରସାମ୍ୟ ହରାଇ ବୁଥ ଉପରକୁ ମାଡିଗଲା ଦ୍ରୁତଗାମୀ କାର, ଚାଳକ ଗୁରୁତର
  • ||
  • AIIMSରେ ଚିକିତ୍ସାଧୀନ ବଳଙ୍ଗା ପୀଡ଼ିତାଙ୍କ ହେବ ଏୟାରଲିଫ୍ଟ, ସୂଚନା ଦେଲେ ପୀଡ଼ିତାଙ୍କ ସମ୍ପର୍କୀୟ ଭାଇ
  • ||
  • ଭୂମିକମ୍ପ ଝଟ୍‌କାରେ ଥରିଲା ଇରାନ୍, ତାଜିକିସ୍ତାନ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୬ ରେକର୍ଡ, ଆସାମର ନାଗାୱରେ ବି ଭୂକମ୍ପ ଅନୁଭୂତ
  • ||
  • ଶରଣକୂଳ ଥାନା ଦରପଦା ନିକଟରେ ବୋଲବମ୍ ଅଟୋକୁ ଧକ୍କା ଦେଲେ ପିକ୍ଅପ୍ ଭ୍ୟାନ୍, ଯବତୀ ମୃତ, ୭ ଗୁରୁତର
  • ||
  • ସୋମବାରଠୁ ସଂସଦର ମୌସୁମୀ ଅଧିବେଶନ,ଆଜି ନୂଆଦିଲ୍ଲୀରେ ବସିବ ସର୍ବଦଳୀୟ ବୈଠକ, ଆସିପାରେ ୮ଟି ବିଲ୍
  • ||
  • ସୋସିଆଲ ମଡିଆରେ ହାତଲେଖା ପ୍ରଶ୍ନପତ୍ର ଭାଇରାଲ, ଆଜି ହେବାକୁ ସ୍ପେସାଲ୍‌ ଓଟିଇଟି-୨୦୨୫ ବାତିଲ
  • ||

ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ

Published By : Prameya | July 18, 2025 8:47 AM

ବାଲେଶ୍ୱର,୧୮/୦୭: ଫକୀରମୋହନ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାର ତଦନ୍ତ  ପାଇଁ ଶୁକ୍ରବାର ବାଲେଶ୍ୱର ଗସ୍ତରେ ଆସୁଛନ୍ତି  ଉଚ୍ଚଶିକ୍ଷା ବିଭାଗର ଉଚ୍ଚ ସ୍ତରୀୟ କମିଟି ।  ଏହି କମିଟି ୧୮ ଓ ୧୯ ତାରିଖ ଦୁଇ ଦିନ  ଧରି କଲେଜ ପରିସରରେ ତଦନ୍ତ କରିବ ।  ତଦନ୍ତ ବେଳେ ଆଭ୍ୟନ୍ତରୀଣ ଅଭିଯୋଗ  କମିଟି (ଆଇସିସି)ର ସଦସ୍ୟମାନେ  ବ୍ୟକ୍ତିଗତ ଉପସ୍ଥିତ ରହିବାକୁ ଉଚ୍ଚଶିକ୍ଷା  ନିର୍ଦ୍ଦେଶାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏ ସମ୍ପର୍କିତ ଚିଠି ଗୁରୁବାର କଲେଜର ଭାରପ୍ରାପ୍ତ  ଅଧ୍ୟକ୍ଷ ଫିରୋଜ ପାଢ଼ୀଙ୍କ ନିକଟକୁ ଆସିଛି । 

ଇଣ୍ଟିଗ୍ରେଟେଡ୍‌ ବିଇଡି ବିଭାଗର ଛାତ୍ରୀ  ଜୁନ୍‌ ୩୦ ତାରିଖରେ ନିଜ ବିଭାଗର ଏଚ୍‌ଓଡିଙ୍କ ବିରୋଧରେ ପ୍ରଥମେ  ଲିଖିତ ଅଭିଯୋଗ କରିଥିଲେ । ତାଙ୍କ  ଅଭିଯୋଗକୁ ଆଧାର କରି ଜୁଲାଇ ୧ରେ  କଲେଜ ପକ୍ଷରୁ ଇଣ୍ଟରନାଲ କମ୍ପେ୍ଲନ୍‌ କମିଟି  (ଆଇସିସି) ଗଠନ କରାଯାଇଥିଲା । ଏଚ୍‌ଓଡିଙ୍କ  ବିରୋଧରେ ତଦନ୍ତ କରି ତାଙ୍କ ବିରୋଧରେ  କାର୍ଯ୍ୟାନୁଷ୍ଠାନ ପାଇଁ ସେହିଦିନ ଛାତ୍ରୀ  କମିଟିକୁ ଲିଖିତ ଅଭିଯୋଗ କରିଥିଲେ ।  ଉକ୍ତ ମହାବିଦ୍ୟାଳୟର ୩ଜଣ ଛାତ୍ରୀ ପୂର୍ବରୁ  ଆଇସିସି କମିଟିରେ ରହିଥିଲେ । ଘଟଣା  ପରେ ଆଇସିସି କମିଟିରେ ରହିଥିବା ୩ଜଣ  ଛାତ୍ରୀଙ୍କ ସହଯୋଗକୁ ନେଇ ପ୍ରଶ୍ନ ଉଠିଥିଲା ।  

ସମସ୍ତ ପରିସ୍ଥିତିକୁ ଦୃଷ୍ଟିରେ ରଖି ଛାତ୍ରୀ  ଆତ୍ମାହୁତି ଘଟଣାର ତଦନ୍ତ ପାଇଁ ଶୁକ୍ରବାର  ବାଲେଶ୍ୱର ଗସ୍ତରେ ଉଚ୍ଚଶିକ୍ଷା ବିଭାଗର  ଉଚ୍ଚସ୍ତରୀୟ କମିଟି ଆସିବା ଏବଂ ସମସ୍ତ  ଆଇସିସି ସଦସ୍ୟଙ୍କୁ ଅବଗତ ପାଇଁ ଭାରପ୍ରାପ୍ତ  ଅଧ୍ୟକ୍ଷଙ୍କୁ ଚିଠି ହୋଇଛି । ୬ଜଣ ସଦସ୍ୟ  ମନସ୍ତତ୍ତ୍ୱ ବିଭାଗର ସହକାରୀ ପ୍ରଫେସର  ଡ. ଜୟଶ୍ରୀ ମିଶ୍ର, ପଦାର୍ଥବିଜ୍ଞାନର ସହକାରୀ  ପ୍ରଫେସର ଡ. ମୌସୁମୀ ଦାସ୍‌, ଇଂରାଜୀ  ବିଭାଗର ସହକାରୀ ପ୍ରଫେସର ଡ. ମିନତୀ  ସେଠୀ, ବରିଷ୍ଠ ସହାୟକ ପ୍ରଭାତ କୁମାର  ମହାରଣା, ଲାବରେଟୋରି ଆସିଷ୍ଟାଣ୍ଟ ବନ୍ଦିତା  ପରିଡ଼ା, ବାଲେଶ୍ୱର ନାରୀ ସଂଘ ସଭାପତି  ଗୋପାମୁଦ୍ରା ମହାପାତ୍ରଙ୍କ ବ୍ୟତୀତ ଓମ୍‌କାର  ରାଉତ, ମୋହିତ କୁମାର ସାହୁ, ଦୀପ୍ତେଶୁ ଦେ,  ଜ୍ୟୋତିପ୍ରକାଶ ବିଶ୍ୱାଳ ପ୍ରମୁଖ ୪ଜଣ ଛାତ୍ରଙ୍କ  ନାମ ଚିଠିରେ ଉଲ୍ଲେଖ ରହିଛି । ବର୍ତ୍ତମାନ  ଚିକିତ୍ସାଧୀନ ଥିବା ଜ୍ୟୋତିପ୍ରକାଶଙ୍କୁ ବାଦ୍‌ ଦେଇ  ୩ଜଣଙ୍କୁ ହାଜର ହେବା ପାଇଁ ନିର୍ଦ୍ଦେଶ ରହିଛି । 

କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ପାଢ଼ୀ  କହିଛନ୍ତି, ଗୁରୁବାର ଏ ସମ୍ପର୍କରେ ଚିଠି  ମିଳିଛି । ସମସ୍ତ ଆଇସିସି କମିଟିର ସଦସ୍ୟଙ୍କୁ  ହାଜର ହେବା ପାଇଁ ସେଥିରେ ଉଲ୍ଲେଖ  ରହିଛି । ୧ ତାରିଖରେ ଯେଉଁ କମିଟି ଗଠନ  ହୋଇଥିଲା ସେଥିରେ ୨ଜଣ ଛାତ୍ରୀ ଅନନ୍ୟା  ମିଶ୍ର, ରୋଜାରାଣୀ ମହାନ୍ତି ଏବଂ ଜଣେ ଛାତ୍ର  ଚନ୍ଦ୍ରକାନ୍ତ ଦାସ୍‌ଙ୍କ ନାମ ରହିଥିଲା । ଚନ୍ଦ୍ରକାନ୍ତ  ଏହି କମିଟିରେ ନ ରହିବା ପାଇଁ ଦରଖାସ୍ତ  ଦେଇଥିଲେ । ତେଣୁ ଚନ୍ଦ୍ରକାନ୍ତଙ୍କ ବଦଳରେ  ଅନ୍ୟଜଣେ ଛାତ୍ରୀ ଶ୍ରେୟାଶ୍ରୀ ମହାପାତ୍ରଙ୍କୁ  ଭର୍ତ୍ତି କରାଯାଇଥିଲା । ତେଣୁ ଆମେ ସେହି  ୩ଜଣ ଛାତ୍ରୀଙ୍କୁ ଶୁକ୍ରବାର ଆସିବା ପାଇଁ  ଡକାଇଛୁ ବୋଲି ଶ୍ରୀ ପାଢ଼ୀ କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.