ଭୁବନେଶ୍ୱର, ୨୮/୦୭: ଉଚ୍ଚଶିକ୍ଷା ବିଭାଗର ଇନଷ୍ଟାଗ୍ରାମ୍ ଆକାଉଣ୍ଟ୍ ହ୍ୟାକ୍। ସୋମବାର ସକାଳେ କିଛି ସମୟ ପାଇଁ ଉଚ୍ଚଶିକ୍ଷା ବିଭାଗର ଇନଷ୍ଟାଗ୍ରାମ୍ ଆକାଉଣ୍ଟ୍ ହ୍ୟାକ୍ ହୋଇଯାଇଥିଲା। ଏହା ଜଣାପଡ଼ିବା ପରେ ବିଭାଗ ତରଫରୁ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟକୁ ରିଟ୍ରାଇଭ୍ କରାଯାଇଛି।
ସୂଚନାନୁଯାୟୀ, ସୋମବାର ସକାଳେ ଉଚ୍ଚଶିକ୍ଷା ବିଭାଗର କାର୍ଯ୍ୟକଳାପ ସହ ସମ୍ପୃକ୍ତ ନଥିବା କିଛି ପୋଷ୍ଟ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ଅପଲୋଡ୍ ହୋଇଥିଲା। ଉକ୍ତ ଘଟଣାଟି ବିଭାଗର ନଜରକୁ ଆସିବା ପରେ, ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟକୁ ରିଟ୍ରାଇଭ୍ କରିବା ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଇଛି। ଉଚ୍ଚଶିକ୍ଷା ବିଭାଗ ତରଫରୁ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟକୁ ରିଟ୍ରାଇଭ୍ କରାଯିବା ସହିତ ବିଭାଗ ସହ ସମ୍ପୃକ୍ତ ନ ଥିବା ପୋଷ୍ଟ ଗୁଡ଼ିକୁ ହଟାଇ ଦିଆଯାଇଛି। ଉଚ୍ଚଶିକ୍ଷା ବିଭାଗ ଏହି ଘଟଣାକୁ ଗୁରୁତ୍ଵର ଭାବେ ଗ୍ରହଣ କରିବା ସହ ଏହି ସମ୍ବନ୍ଧୀୟ ଏକ ଏଫ୍ଆଇଆର୍ (FIR) ଦାଖଲ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।