ଭୁବନେଶ୍ଵର, ୨୩/୧୨ : ଏଜି ଛକରେ ବଡ଼ ଦୁର୍ଘଟଣା। ଯାତ୍ରୀବାହୀ ଅଟୋକୁ ଧକ୍କା ଦେଲା ହାଇୱା। ଦୁର୍ଘଟଣାରେ ଅଟୋ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସ ହାଇୱା ଡ୍ରାଇଭରଙ୍କୁ ଅଟକ ରଖିଛି।

ସୂଚନାନୁଯାୟୀ, ଭୁବନେଶ୍ଵର ଏଜି ଛକରେ ଆଜି ବଡ଼ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ଅଟୋକୁ ଏକ ହାଇୱା ଧକ୍କା ଦେଇଛି। ଏହି ଦୁର୍ଘଟଣାରେ ଅଟୋ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହାଇୱା ଚାଳକକୁ ପୁଲିସ ଅଟକ ରଖିଛି। ରେଲୱେ ଷ୍ଟେସନରୁ ଯାତ୍ରୀ ନେଇ ଯାଉଥିବା ବେଳେ ଅଟୋଟି ହଠାତ୍ ହାଇୱା ସାମ୍ନାକୁ ଚାଲି ଆସିଥିଲା। ଫଳରେ ହାଇୱା ଡ୍ରାଇଭର୍ ଭାରସାମ୍ୟ ହରାଇ ଡିଭାଇଡର ଉପରକୁ ଗାଡି ଚଢାଇ ଦେଇଥିବା ଜଣାପଡ଼ିଛି। ରାତିରେ ଟ୍ରାଫିକ୍ ସିଗନାଲ କାମ କରୁନଥିବାରୁ ଏହି ସମସ୍ୟା ଘଟିଥିବା କୁହାଯାଉଛି।

ଏହି ଖବରଟିକୁ ପଢନ୍ତୁ- କେନ୍ଦ୍ରମନ୍ତ୍ରୀ ବୀରେନ୍ଦ୍ର କୁମାରଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି : ୧୦୮ଟି SEBC ସମ୍ପ୍ରଦାୟକୁ କେନ୍ଦ୍ରୀୟ ଓବିସି ତାଲିକାରେ ସାମିଲ କରିବାକୁ ଅନୁରୋଧ