ଗୌହାଟୀ,୧୨/୦୫; ଆସାମରେ ପୁଣି ଏନଡିଏ ସରକାର । ଉତ୍ତରପୂର୍ବ ରାଜ୍ୟ ଆସାମରେ ହିମନ୍ତ ସରକାରର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଛି । ଲଗାତାର ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ହିମନ୍ତ ବିଶ୍ବଶର୍ମା । ଆସାମ ରାଜ୍ୟପାଳ ହିମନ୍ତ ଶର୍ମାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ହିମନ୍ତ ବିଶ୍ୱଶର୍ମା ରାଜ୍ୟର ପ୍ରଥମ ଅଣ-କଂଗ୍ରେସ ନେତା ଯିଏ ଲଗାତାର ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଖାନାପଡ଼ା ଭେଟେରେନାରୀ କଲେଜ ଗ୍ରାଉଣ୍ଡରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଛି । ହିମନ୍ତଙ୍କ ଟିମରେ ୪ ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଆସାମରେ ଲଗାତାର ୩ୟ ଥର ପାଇଁ ବିଜେପି ନେତୃତ୍ବାଧୀନ NDA ସରକାର ଗଠନ କରିଛନ୍ତି । ଶପଥ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ୍ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ରମନ୍ତ୍ରୀ ନୀତୀନ ଗଡକରୀଙ୍କ ସମେତ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଉପସ୍ଥିତ ଅଛନ୍ତି ।
#WATCH | Guwahati: BJP's Himanta Biswa Sarma takes oath as the Chief Minister of Assam for the second consecutive term at Veterinary College ground in Khanapara pic.twitter.com/K5sGEN7jVF
— ANI (@ANI) May 12, 2026
ହିମନ୍ତଙ୍କ ଟିମରେ ୪ ବିଧାୟକ ହେଲେ ମନ୍ତ୍ରୀ- ରାମେଶ୍ୱର ତେଲି, ଅତୁଲ ବୋରା, ଚରଣ ବୋରୋ, ଅଜନ୍ତା ନିଯୋଗ ହିମନ୍ତଙ୍କ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଆସାମ ଗଣ ପରିଷଦ (AGP)ର ଅଧ୍ୟକ୍ଷ ଏବଂ ବୋରୋ ବୋଡୋଲ୍ୟାଣ୍ଡ ପିପୁଲ୍ସ ଫ୍ରଣ୍ଟ (BPF)ର ବିଧାୟକ ଚରଣ ବୋରୋ । ଉଭୟ ପୂର୍ବ NDAନେତୃତ୍ୱାଧୀନ ସରକାରରେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ନିଯୋଗ ପୂର୍ବ ସରକାରରେ ମଧ୍ୟ ମନ୍ତ୍ରୀ ଥିଲେ । ତେଲି ଜଣେ ପୂର୍ବତନ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଯିଏ ୨୦୨୬ ନିର୍ବାଚନରେ ରାଜ୍ୟ ରାଜନୀତିକୁ ଫେରି ଆସିଥିଲେ।
#WATCH | Guwahati: BJP's Himanta Biswa Sarma greets PM Narendra Modi after taking oath as the Chief Minister of Assam for the second consecutive term at Veterinary College ground in Khanapara
— ANI (@ANI) May 12, 2026
(Source: DD) pic.twitter.com/E4sjYRYM6h
ଏହା ବି ପଢନ୍ତୁ...ତାମିଲନାଡୁରେ ଫ୍ଲୋର ଟେଷ୍ଟ ପୂର୍ବରୁ AIADMK ଦୁଇ ଫାଳ, ମୁଖ୍ୟମନ୍ତ୍ରୀ ବିଜୟଙ୍କ TVKକୁ ଗୋଟିଏ ଗୋଷ୍ଠୀର ସମର୍ଥନ
ଆସାମରେ ବିଜେପିକୁ ବିପୁଳ ଜନାଦେଶ- ମେ ୪ ତାରିଖରେ ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହୋଇଥିଲା । ବିଜେପି ଆସାମରେ ଏକ ନିର୍ଣ୍ଣାୟକ ଜନାଦେଶ ପାଇଥିଲା । ୧୨୬ ସଦସ୍ୟ ବିଶିଷ୍ଟ ବିଧାନସଭାରେ ଦଳ ୮୨ଟି ଆସନ ଜିତିଥିଲା ଏବଂ ଏହାର ସହଯୋଗୀ AGP ଏବଂ BPF ପ୍ରତ୍ୟେକ ୧୦ଟି ଆସନ ଜିତିଥିଲେ, ଯାହା ଫଳରେ ରାଜ୍ୟରେ NDAର ମୋଟ ସଂଖ୍ୟା ୧୦୨ରେ ପହଞ୍ଚିଥିଲା । ଜାଲୁକବାରୀ ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହୋଇଥିବା ହିମନ୍ତ ବିଶ୍ୱ ସର୍ମା ୮୯,୦୦୦ରୁ ଅଧିକ ଭୋଟରେ ଜିତିଥିଲେ । ରାଜ୍ୟରେ ତୃତୀୟ ଥର ପାଇଁ ଏନଡିଏ ନେତୃତ୍ୱାଧୀନ ବିଜେପି ସରକାର ଗଠନ କରିଛି ।