ପ୍ରମୂଖ ଖବର
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

କ୍ୟାନସର ପୀଡ଼ିତା ହିନା ହସ୍ପିଟାଲରୁ ଘରକୁ ଫେରିଲେ , ନିଜର ସ୍ୱାସ୍ଥ୍ୟାବସ୍ଥା ବିଷୟରେ କହିଲେ ...

Published By : Prameya | December 12, 2024 5:02 PM

ମୁମ୍ୱାଇ : ଟିଭି ଅଭିନେତ୍ରୀ ହିନା ଖାନ କ୍ୟାନସରରେ ପୀଡ଼ିତ। ହିନା ଖାନ ଅନେକ ସମୟରେ ନିଜର ଇନଷ୍ଟାଗ୍ରାମ ମାଧ୍ୟମରେ ନିଜର ପ୍ରଶଂସକଙ୍କୁ ନିଜର ସ୍ୱାସ୍ଥ୍ୟ ସଂପର୍କିତ ଅପଡେଟ୍‌ ଦେଇଥାନ୍ତି। କିଛି ଦିନ ପୂର୍ବେ ହିନା ଖାନ ହସ୍ପିଟାଲରୁ ନିଜର ଫଟୋ ସେୟାର କରିଥିଲେ। ଏବେ ସେ ଆଉ ଏକ ପୋଷ୍ଟ ସେୟାର କରିଛନ୍ତି। ହିନା ଖାନ ହସ୍ପିଟାଲରୁ ଫେରି ଆସିଛନ୍ତି ଏବଂ ସେ ନିଜର ଫଟୋ ସେୟାର କରି ନିଜର ହେଲଥ୍‌ ବିଷୟରେ କହିଛନ୍ତି। ସେ କହିଛନ୍ତି ଗତ ୧୫-୨୦ ଦିନ ତାଙ୍କ ପାଇଁ ଖୁବ୍‌ ମୁସ୍କିଲ ଥିଲା। 

ହିନା ଖାନ ଯେଉଁ ଲାଟେଷ୍ଟ ପୋଷ୍ଟ ସେୟାର କରିଛନ୍ତି, ଏଥିରେ ସେ ବ୍ଲାକ୍‌ କ୍ୟାପ୍‌ ପିନ୍ଧି ଥିବାର ନଜର ଆସୁଛି। ସେ ନୀଳ ରଙ୍ଗର ଶାଲ ଢାଙ୍କି ହୋଇଛନ୍ତି। ହିନା ଖାନ ହାତରେ କଫି ମଗ୍ ଧରିଛନ୍ତି। ହିନା ଖାନ ଅନେକ ଗୁଡ଼ିଏ ଫଟୋ ସେୟାର କରି ଏକ ପୋଷ୍ଟ ଲେଖିଛନ୍ତି। ସେ ଲେଖିଛନ୍ତି ଯେ, ୧୫-୨୦ ଦିନ ତାଙ୍କ ପାଇଁ ଶାରୀରିକ ଓ ମାନସିକ ଅବସ୍ଥା ଖୁବ୍‌ ସମସ୍ୟାରେ ଥିଲା। 

ହିନା ଖାନ ଲେଖିଛନ୍ତି – ଗତ ୧୫-୨୦ ଦିନ ମୋ ପାଇଁ ଶାରୀରିକ ଓ ମାନସିକ ଭାବେ ଖୁବ୍ କଠିନ ଥିଲା। ବିପଦ ଆସିଥିଲା। ମୁଁ ଭୟଶୂନ୍ୟ ହୋଇ ତାର ସାମ୍ନା କରିଛି। ମୁଁ ଏହି ବିପଦ ଆଗରେ କେମିତି ମୁଣ୍ଡ ନୁଆଁଇ ପାରିବି ...ମୁଁ ତା ସହ ଲଢିଲି ଓ ଏବେ ଲଢୁଛି। ସବୁ ଯନ୍ତ୍ରଣାରୁ ବାହାରିବା ପାଇଁ ମୋତେ ପଜିଟିଭ୍‌ର ଅନୁଭବକୁ ଜାରି ରଖିବା ପାଇଁ ହସ ହସ ମୁଖରେ ବାଲାନ୍ସ ଜାରି ରଖିବାର ଆବଶ୍ୟକ ରହିଛି ...ଏହି ଆଶା କି ପ୍ରକୃତ ଖୁସି ଆସିବ । ମୁଁ ତାହା କରି ଦେଖାଇଛି।

ହିନା ଲେଖିଛନ୍ତି , ଏହା ମୋର ବାର୍ତ୍ତା ଆପଣ ସମସ୍ତଙ୍କ ପାଇଁ ଓ ନିଜ ପାଇଁ ... କେବଳ ଏହା କହିବାରେ ଜୀବନ ଚାଲେ ନାହିଁ କି ଚାଲିଥାଏ ତ , ଆମର ପରିସ୍ଥିତି ଯାହା ବି ହୋଇଥାଉ, ଆମକୁ ପ୍ରତିଦିନ ଥରକୁ ଥର ପସନ୍ଦ କରିବାକୁ ହେବ। ଆଶା ଆପଣ ନିଜ ଜୀବନରେ ଯାହା ବି ମୁସ୍କିଲ ଦେଇ ଗତି କରୁଛନ୍ତି , ଆପଣଙ୍କୁ ମଧ୍ୟ ଏମିତି ଶକ୍ତି ମିଳିଛି। ଆଶା ଆମେ ସବୁ ବିଜୟୀ ହେବା। 

ହିନା ଖାନଙ୍କର ଏହି ପୋଷ୍ଟରେ ତାଙ୍କର ପ୍ରଶଂସକ ଖୁବ୍‌ ଭଲ ପାଇବା ଦେଇଛନ୍ତି। ଜଣେ ଫ୍ୟାନ୍‌ ଲେଖିଛନ୍ତି ଯେ, ଆପଣଙ୍କର ଆଗାମୀ ପୋଷ୍ଟ ହେବ କି, ଆପଣ କ୍ୟାନସରକୁ ହରାଇ ଦେଇଛନ୍ତି। ଆଉ ଜଣେ ପ୍ରଶଂସକ ଲେଖିଛନ୍ତି , ଆପଣ ଜଣେ ପ୍ରେରଣା। ଅନ୍ୟ ଜଣେ ୟୁଜର ଲେଖିଛନ୍ତି କି ଆପଣ ମୋର ରୋଲ୍ ମଡେଲ , କ୍ୟୁଟ୍‌ ଶେରନି ଖାନ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.