ଢେଙ୍କାନାଳ, ୨।୬ : ହିନ୍ଦୋଳରେ ଫାର୍ମ ହାଉସରେ ହାତୀ ମାରି ପୋତିଦେବା ଘଟଣାରେ ବନ ବିଭାଗ କାର୍ଯ୍ୟାନୁଷ୍ଠାନ ନେଇଛି । ଏହି ଘଟଣାରେ ହିନ୍ଦୋଳ ଫରେଷ୍ଟର ଦୀପ୍ତିରଞ୍ଜନ ଆଚାର୍ଯ୍ୟଙ୍କୁ ନିଲମ୍ବିତ କରିଛି ବନବିଭାଗ। ସେହିଭଳି ହିନ୍ଦୋଳ ରେଞ୍ଜର ତ୍ରିଲୋଚନ ଦେହୁରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ଅନୁଗୁଳ ଆରସିସିଏଫ।
ହିନ୍ଦୋଳ ହାତୀ ମାରି ପୋତିବା ଘଟଣାରେ ଫାର୍ମ ମାଲିକଙ୍କ ଜାମିନ ନାମଞ୍ଜୁର ହେବା ପରେ ବନ ବିଭାଗ ଦୋଷୀମାନଙ୍କୁ ହିନ୍ଦୋଳ ବିଚାର ବିଭାଗୀୟ କାରାଗାରକୁ ପଠାଯାଇଛି। ଫାର୍ମ ମାଲିକ ପ୍ରମୋଦ ରାଜ, ଜେସିବି ଚାଳକ ସୁଧୀର ଭୁତିଆ, ଫାର୍ମ ଜଗୁଆଳୀ ରାଜୀବ ଚୌଧୁରୀଙ୍କୁ ବିଚାର ବିଭାଗୀୟ କାରାଗାରକୁ ପଠାଇ ଦିଆଯାଇଛି। ଏହାସହ ସମ୍ପୃକ୍ତ ଫାର୍ମ ହାଉସକୁ ସିଲ୍ କରିବା ସହ ଫାର୍ମ ହାଉସରେ ହାତୀ ପୋତିବା ପାଇଁ ବ୍ୟବହୃତ ଜେସିବ ମେସିନକୁ ନରସିଂହପୁର ଅଞ୍ଚଳରୁ ଜବତ କରିବା ସହ ଦୁଇଟି ବାଇକ ଜବତ କରିଛି ହିନ୍ଦୋଳ ବନବିଭାଗ । ଏହି ଘଟଣାରେ ଅଧିକ ଲୋକଙ୍କ ସମ୍ପୃକ୍ତି ଥିବା ବନ ବିଭାଗ ସୂଚନା ପାଇଛି I
ଫାର୍ମରେ ହାତୀ ଫସଲ ନଷ୍ଟ କରୁଥିବାରୁ ଫାର୍ମ ଚାରିପାଖରେ ସୋଲାର ତାର ବାଡ଼ ଲାଗିଥିଲା। ଫାର୍ମ ମାଲିକ ରାତିରେ ସୋଲାର କାଟି ବିଦ୍ୟୁତ ସଂଯୋଗ କରିଥିଲେ । ଫଳରେ ଗୋଟିକିଆ ମାଖନା ହାତୀଟି ବିଦ୍ୟୁତ ତାର ସଂସ୍ପର୍ଶିରେ ଆସି ମୃତ୍ୟୁବରଣ କରିଥିଲା । ଫାର୍ମ ମାଲିକ ହାତୀକୁ ମାଟି ଖୋଳି ସେହି ଫାର୍ମ ଭିତରେ ପୋତିଦେଇଥିଲେ । କିନ୍ତୁ ବନବିଭାଗ ଗୁଇନ୍ଦା ସୂତ୍ରରୁ ଖବର ପାଇଁ ଫାର୍ମରୁ ମାଟି ଖୋଳି ହାତୀର ଶବ ଉଦ୍ଧାର କରିଥିଲା।
ଆହୁରି ପଢନ୍ତୁ : ଗ୍ୟାସ ସିଲିଣ୍ଡର ଫାଟି ଦୋକାନରେ ଲାଗିଲା ନିଆଁ, ଜଳିଯାଇ ଚାଲିଗଲା ନାବାଳକ ଜୀବନ