• ଥମୁନି ବାଂଲା ହିଂସା
  • ହିନ୍ଦୁଙ୍କ ଉପରେ ହେଉଛି ଆକ୍ରମଣ
  • ଏକ ନୋଟ୍‌ରେ ଦିଆଯାଇଛି ଚେତାବନୀ
  • ହିନ୍ଦୁ ପରିବାରର ଘରେ ନିଆଁ ଲଗେଇ ଦେଲେ

ନୂଆଦିଲ୍ଲୀ : ନିଆଁ ପରି ବ୍ୟାପି ଚାଲିଛି ବାଂଲାଦେଶର ହିଂସା। ଅଣାୟତ୍ତ ହୋଇଛି ସେଠାରେ ହିଂସାକାଣ୍ଡ। ଭାରତୀୟ ବଂଶୋଦ୍ଭବଙ୍କୁ କରାଯାଉଛି ଟାର୍ଗେଟ୍‌। ବର୍ତ୍ତମାନେ ବାଂଲାଦେଶରେ ଅଶାନ୍ତି ମଧ୍ୟରେ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଗୋଟିଏ ପରେ ଗୋଟିଏ ହେଉଥିବା ହମଲା, ଚିନ୍ତା ବଢାଇ ଦେଇଛି। ଏହି ମଧ୍ୟରେ ନିକଟରେ ଏହିପରି ଆଉ ଏକ ମାମଲା ସାମ୍ନାକୁ ଆସିଛି। ସୂଚନା ମୁତାବିକ , ଉପଦ୍ରବୀମାନେ ମାନେ ବଗତ ଦିନରେ ଏକ ହିନ୍ଦୁ ପରିବାର ଉପରେ ନିଆଁ ଲଗେଇ ଦେଇଥିଲେ। ଏହି ସମୟରେ ପରିବାରର ଲୋକେ କୌଣସି ପ୍ରକାରେ ନିଜର ଜୀବନ ବଞ୍ଚାଇ ଥିଲେ। ହେଲେ ତାଙ୍କର ପୋଷା ଜୀବମାନେ ଜଳି ଯାଇଥିଲେ। ନିଆଁ ଲଗାଇ ଥିବା କଟ୍ଟରପନ୍ଥିମାନେଘଟଣାସ୍ଥଳ ନିକଟରେ ଏକ ଧମକପୂର୍ଣ୍ଣ ବ୍ୟାନର ମଧ୍ୟ ଲଗାଇଛନ୍ତି। କଥିତ ଭାବେ ଏହି ନୋଟ୍‌ରେ ହିନ୍ଦୁଙ୍କୁ ଶେଷ ଚେତାବନୀ ଦିଆଯାଇଛି।

ଇଣ୍ଡିଆ ଟୁଡେର ଏକ ରିପୋର୍ଟ ମୁତାବିକ , ଘଟଣା ଚିଟ୍ଟାଗଙ୍ଗରେ ଭାରତୀୟ ବଂଶୋଦ୍ଭବ ଜୟନ୍ତୀ ସଂଘ ଓ ବାବୁ ଶୁକୁଶିଲଙ୍କ ଘରେ ହୋଇଛି। ସ୍ଥାନୀୟ ଲୋକେ ଇଣ୍ଡିଆ ଟୁଡେଙ୍କୁ କହିଛନ୍ତି ଯେ, ପରିବାରର ଲୋକେ କୌଣସି ପ୍ରକାରରେ ବାଉଣ୍ଡରୀ କାଟି ଜୀବନ ବଞ୍ଚାଇ ପଳାୟନ କରିଥିଲେ। ଘଟଣାରେ ତାଙ୍କୁ ଖୁବ୍‌ କ୍ଷତି ହୋଇଛି ଏବଂ ତାଙ୍କର ପୋଷା ଜୀବ ମରିଯାଇଛନ୍ତି।

ବ୍ୟାନରରେ ହିନ୍ଦୁଙ୍କ ଉପରେ ଇସଲାମ ବିରୋଧୀ କାର୍ଯ୍ୟକଳାପରେ ସାମିଲ ହେବା ଅଭିଯୋଗ କରାଯାଇଛି ଏବଂ ତାଙ୍କୁ ଚେତାବନୀ ଦିଆ ଯାଇଛି ଯେ, ଏହିପରି କାର୍ଯ୍ୟକଳାପ ବିଷୟରେ ଜଣାଗଲେ ଖୁବ୍‌ ପରିଣାମ ଭୋଗିବାକୁ ହେବ। ବଙ୍ଗଳାରେ ହାତ ଲେଖା ବ୍ୟାନରରେ ଲେଖା ଥିଲା , ଏହି ଅଞ୍ଚଳର ହିନ୍ଦୁଙ୍କୁ ସୂଚିତ କରାଯାଏ ଯେ, ଆପଣଙ୍କ ଉପରେ କଡ଼ା ନଜର ରଖାଯାଉଛି। ଆପଣଙ୍କ ଉପରେ ଇସଲାମ ଓ ମୁସଲିମ୍‌ ଗୋଷ୍ଠୀ ବିରୋଧରେ କାର୍ଯ୍ୟକଳାପରେ ସାମିଲ ହେବାର ଅଭିଯୋଗ ଅଛି। ଆପଣଙ୍କୁ ତୁରନ୍ତି ଏହି ସବୁ କାର୍ଯ୍ୟକଳାପକୁ ରୋକିବାର ଚେତାବନୀ ଦିଆଯାଉଛି। ଯଦି ଆପଣ ମାନେ ଏହାର ପାଳନ ନକରନ୍ତି , ତ ଆପଣଙ୍କୁ ଗମ୍ଭୀର ପରିଣାମ ଭୋଗିବାକୁ ପଡ଼ିବ।

ଏହାସହ ମଧ୍ୟ ପଢନ୍ତୁ : ବାଂଲାଦେଶରେ ଉଗ୍ରରୂପ ନେଇଛି ହିଂସା : ନ୍ୟାସନାଲ ସିଟିଜନ ପାର୍ଟିର ନେତାଙ୍କୁ କରାଯାଇଛି ଗୁଳି

ନୋଟ୍‌ରେ ଆଗକୁ ଧମକ ଦିଆଯାଇଛି ଯେ, ଯଦି ହିନ୍ଦୁ ନିର୍ଦ୍ଦେଶ ଗୁଡ଼ିକର ପାଳନ ନକରନ୍ତି,ତ ତାଙ୍କର ଘର , ସଂପତ୍ତି ଓ ବ୍ୟବସାୟକୁ ରକ୍ଷା କରି ପାରିବେ ନାହିଁ ଏବଂ କେହି ବି ସେମାନଙ୍କୁ ସୁରକ୍ଷା ପ୍ରଦାନ କରିପାରିବେ ନାହିଁ । ଏହି ବ୍ୟାନରରେ ଆହୁର କୁହାଯାଇଛି , “ଏହା ହେଉଛି ଶେଷ ଚେତାବନୀ” ।

 ଏହାସହ ମଧ୍ୟ ପଢନ୍ତୁ : କଣ ଥିଲା ଉସ୍ମାନ ହାଦୀଙ୍କ ଗ୍ରେଟର ବାଂଲାଦେଶ ପ୍ଲାନ , ଭାରତର କେଉଁ କେଉଁ ଅଞ୍ଚଳ ଥିଲା ଟାର୍ଗେଟ୍‌ରେ ?