• ଗ୍ରେଟର ବାଂଲାଦେଶ ପ୍ଲାନ କଣ ?
  • ଭାରତର କେଉଁ କେଉଁ ଅଞ୍ଚଳ ଏଥିରେ ଥିଲା 
  • ଶରିଫ ଉସ୍ମାନ ହାଦୀଙ୍କ ମୃତ୍ୟୁ ପରେ ଖୁବ୍‌ ହିଂସାକାଣ୍ଡର ସୂତ୍ରପାତ
  • ଗ୍ରେଟର ବାଂଲାଦେଶ ଏକ ବିବାଦସ୍ପଦ ଅବଧାରଣା

ନୂଆଦିଲ୍ଲୀ : ପଡ଼ୋଶୀ ଦେଶ ବାଂଲାଦେଶରେ ଗତ ବର୍ଷ ଜୁଲାଇରେ ହୋଇଥିବା ବିଦ୍ରୋହର ମୁଖ୍ୟ ନେତାଙ୍କ ମଧ୍ୟରୁ ଜଣେ , ଶରିଫ ଉସ୍ମାନ ହାଦୀଙ୍କ ମୃତ୍ୟୁ ପରେ ସେଠାରେ ଅନେକ ଅଞ୍ଚଳରେ ଖୁବ୍‌ ବିଦ୍ରୋହ ପ୍ରଦର୍ଶନ ଓ ହିଂସାକାଣ୍ଡର ଘଟଣା ଘଟିଛି। ଏହି କାରଣରୁ ରାଜଧାନୀ ଢାକା ସମେତ ପୂରା ବାଂଲାଦେଶରେ ଉତ୍ତେଜନା ଭରି ରହିଛି। ହେଲେ , ଶୁକ୍ରବାର (୧୯ ଡିସେମ୍ୱର) ସକାଳେ କୌଣସି ହିଂସାତ୍ମକ ଘଟଣାର ସୂଚନା ମିଳି ନାହିଁ।

ଏହା ପୂର୍ବରୁ ବିରୋଧ ପ୍ରଦର୍ଶନକାରୀମାନେ ପୂର୍ବରୁ ଧ୍ୱଂସ ହୋଇ ସାରିଥିବା , ବାଂଲାଦେଶର ସଂସ୍ଥାପକ ଶେଖ୍‌ ମୁଜିବୁର ରହମାନଙ୍କ ବାସଭବନ ୩୨ ଧାନମଣ୍ଡିରେ ଭଙ୍ଗାରୁଜା କରିଥିଲେ ଏବଂ ଗତ ରାତିରେ କିଛି ମିଡ଼ିଆ ସଙ୍ଗଠନର ଅଫିସରେ ନିଆଁ ଲଗେଇ ଦେଇଥିଲେ। କେବଳ ଏତିକି ନୁହେଁ, ଚଟଗାଁ ସ୍ଥିତ ଭାରତୀୟ ଉଚ୍ଚାୟୋଗରେ ପଥର ମାଡ଼ ମଧ୍ୟ କରାଯାଇଛି। ବିରୋଧ ପ୍ରଦର୍ଶନକାରୀମାନେ ସେଠାରେ ଭାରତ ବିରୋଧୀ ନାରା ମଧ୍ୟ ଦେଇଛନ୍ତି।

ଉଲ୍ଲେଖନୀୟ ଯେ, ୩୪ ବର୍ଷିୟ ଉସ୍ମାନ ହାଦୀ କେବଳ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ବିରୋଧରେ ହୋଇଥିବା ଆନ୍ଦୋଳନର ମୁଖ୍ୟ ଚେହେରା ନଥିଲେ, ବରଂ ସେ ଭାରତକୁ ଶତ୍ରୁତା ପୂର୍ଣ୍ଣ ନଜରରେ ଦେଖୁଛନ୍ତି। ସେ ଅନେକ ସମୟରେ ନୂଆଦିଲ୍ଲୀ ବିରୁଦ୍ଧରେ ବିଷ ଓଗାଳୁ ଥିଲେ। ସେ ନିଜକୁ ବାଂଲାଦେଶର ସ୍ୱାଧୀନତାର ରକ୍ଷକ ଭାବେ ଉପସ୍ଥାପନା କରିଥିଲେ। ଉସ୍ମାନ ହାଦୀ ଇଙ୍କଲାବ ମଞ୍ଚର ପ୍ରବକ୍ତା ଓ ଏହି ସଙ୍ଗଠନର ସଂସ୍ଥାପକ ସଦସ୍ୟଙ୍କ ମଧ୍ୟରୁ ଜଣେ ଥିଲେ। ଇଙ୍କଲାବ ମଞ୍ଚ ଏକ ଦକ୍ଷିଣପନ୍ଥୀ ରାଜନୀତିକ ପ୍ଲାଟଫର୍ମ, ଯିଏ ଶେଖ ହସିନା ବିରୋଧୀ ଆନ୍ଦୋଳନରୁ ବାହାରି ଥିଲା। ଏହି ସଙ୍ଗଠନର ଆଭିମୁଖ୍ୟ ଅତ୍ୟନ୍ତ ରୂପେ ଭାରତ ବିରୋଧୀ। ହାଦୀ କେବଳ ଭାରତ ବିରୋଧି ନଥିବେ , ସେ ଗ୍ରେଟର ବାଂଲାଦେଶର ସ୍ୱପ୍ନ ଦେଖୁ ଥିଲେ। ନିକଟରେ ସେ ତଥାକଥିତ ଗ୍ରେଟର ବାଂଲାଦେଶର ନକ୍ସା ମଧ୍ୟ ବାଣ୍ଟି ଥିଲେ, ଯେଉଁଥିରେ ଭାରତର ମଧ୍ୟ କିଛି ଅଞ୍ଚଳକୁ ସାମିଲ କରାଯାଇ ଥିଲା।

ଗ୍ରେଟର ବାଂଲାଦେଶ ପ୍ଲାନ କଣ ?

ଗ୍ରେଟର ବାଂଲାଦେଶ ଏକ ବିବାଦସ୍ପଦ ରାଜନୀତିକ ଓ ଭୌଗୋଳିକ ଅବଧାରଣା , ଯାହା ଏକ ଏମିତି ବିସ୍ତାରିତ ବାଂଲାଦେଶର କଳ୍ପନା କରିଥାଏ, ଯେଉଁଥିରେ ଭାରତ ଓ ମିଆଁମାରର କିଛି ଅଂଶକୁ ସାମିଲ କରାଯାଇଛି। ଅଗଷ୍ଟ ୨୦୨୫ରେ ଏହି ବିଷୟ ସେତେବେଳେ ଅଧିକ ଜୋର ଧରିଥିଲା ,ଯେତେବେଳେ ଢାକା ବିଶ୍ୱବିଦ୍ୟାଳୟରେ ଏକ ବିରୋଧ ପ୍ରଦର୍ଶନ ବେଳେ ଏହିପରି ଏକ ମାନଚିତ୍ର ଦେଖାଯାଇ ଥିଲା। ହାଦୀ ହିଁ ଏହି ନକ୍ସା ପ୍ରସ୍ତୁତ କରିଥିଲେ। ଗତ ବର୍ଷ, ଯେତେବେଳେ ବାଂଲାଦେଶ ଜଳୁ ଥିଲା , ସେତେବେଳେ ଜୁଲାଇର ଶେଷ ସପ୍ତାହରେ ସଲତନତ-ଏ-ବାଂଲା ନାମର ଏକ ସକ୍ରିୟ ଇସଲାମୀ ଗ୍ରୁପ୍‌ ଢାକା ୟୁନିଭର୍ସିଟିରେ କଥିତ ଗ୍ରେଟର ବଂଲାଦେଶର ନକ୍ସା ଜାରି କରିଥିଲା।

କୁହାଯାଏ ଯେ, ଏହି ସଙ୍ଗଠନ ତୁର୍କୀର ତୁର୍କିସ୍ ୟୁଥ୍‌ ଫେଡେରେସନ ନାମକ ଏକ ଏନଜିଓର ସମର୍ଥନ ପ୍ରାପ୍ତ କରିଥିଲା। ଏହି ସଙ୍ଗଠନରେ ମହମ୍ମଦ ୟୁନିସଙ୍କ ଝିଅଙ୍କ ସଂପର୍କ ରହିଛି। ଏହି ନକ୍ସାରେ ମିଆଁମାରର ଅରାକାନ ଅଞ୍ଚଳ ଓ ଭାରତର ଏକ ବଡ଼ ଅଂଶକୁ ସାମିଲ କରାଯାଇ ଥିଲା, ଯେଉଁଥିରେ ପଶ୍ଚିମବଙ୍ଗ , ଝାଡ଼ଖଣ୍ଡ , ତ୍ରିପୁରା , ଆସାମ , ବିହାର , ଓଡ଼ିଶା ଓ ଅନ୍ୟ ପୂର୍ବୋତ୍ତର ରାଜ୍ୟ ସାମିଲ ଥିଲା। ସଲତନତ-ଏ-ବାଂଲାର ନାମ ବଙ୍ଗାଲ ସଲତନତରୁ ନିଆଯାଇଛି,ଯାହା ଏକ ସ୍ୱାଧୀନ ମୁସଲିମ୍‌ ଶାସିତ ସାମ୍ରାଜ୍ୟ ଥିଲା, ଯାହା ଉପରେ ୧୩୫୨ରୁ ୧୫୩୮ଇ. ମଧ୍ୟରେ ଶାସନ କରାଯାଇ ଥିଲା। ସେହି ସମୟରେ ସଲତନତ ଅନ୍ତର୍ଗତ ବର୍ତ୍ତମାନ ପୂର୍ବ ଭାରତ ଓ ବାଂଲାଦେଶର କିଛି ଭାଗ ଆସୁଥିଲା।