ସମ୍ବଲପୁର, ୧୧/୦୭ : ମାଛ ପାଇଁ ବିପଦରେ ଜୀବନ। ହୀରାକୁଦ ନିଷିଦ୍ଧାଞ୍ଚଳରେ ଚାଲିଛି ମାଛଧରା। ସ୍ଲୁଇସ ଗେଟ୍ ତଳେ ଛିଡ଼ା ହୋଇ ମାଛ ମାରୁଛନ୍ତି କିଛି ଲୋକ। ଟିକିଏ ଅସାବଧାନ ହେଲେ ଚାଲିଯିବ ଜୀବନ। ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଗେଟ୍ ଖୋଲିବା ପରେ ଆରମ୍ଭ ହୋଇଛି ବିପଦପୂର୍ଣ୍ଣ ଭାବରେ ମାଛମରା। ଲୋକେ ଏହାର ଭିଡିଓ କରୁଛନ୍ତି । ଏହାକୁ ସୋସିଆଲ ମିଡିଆରେ ବେଧଡ଼କ ଭାବେ ପୋଷ୍ଟ କରୁଛନ୍ତି। ଏଥିପ୍ରତି କାହାର ନିଘା ନାହିଁ, କି କାର୍ଯ୍ୟାନୁଷ୍ଠାନ ବି ହେଉନି।
ହୀରାକୁଦ ଗେଟ୍ ଖୋଲିବା ପୂର୍ବରୁ ପ୍ରଶାସନ ଲୋକଙ୍କୁ ସତର୍କ କରୁଛି। କିନ୍ତୁ ଏହାକୁ ଖାତିର କରୁ ନାହାନ୍ତି କିଛି ଲୋକ। ବିପଦପୂର୍ଣ୍ଣ ଭାବେ ମାଛ ଧରିବା ସହ ଏହାର ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି। ଏଠି ପ୍ରଶ୍ନ ଅଘଟଣ ଘଟିଲେ କିଏ ହେବ ଉତ୍ତରଦାୟୀ ? ନିଷିଦ୍ଧାଞ୍ଚଳକୁ ଯିବା ପାଇଁ କେମିତି ମିଳୁଛି ଅନୁମତି ? କାହିଁକି କଡ଼ାକଡ଼ି ହେଉନି ପାଟ୍ରୋଲିଂ ? ମାଛ ଧରୁଥିବା ଲୋକଙ୍କ ଉପରେ ହେବ କି କାର୍ଯ୍ୟାନୁଷ୍ଠାନ ?
ଆହୁରି ପଢନ୍ତୁ- Hirakud Dam : ହୀରାକୁଦର ୭-ନମ୍ବର ଗେଟ୍ରୁ କାହିଁକି ନିଷ୍କାସନ ହୁଏ ପ୍ରଥମ ବନ୍ୟାଜଳ ? କ'ଣ ରହିଛି ଏହା ପଛର ବିଶ୍ଵାସ...