ସାଲେପୁର, ୦୪/୦୭ : ମାଲିକଙ୍କ ଉପରେ ଚଢିଗଲା ହାଇୱା। ଜଗତପୁର ଥାନା କଟକ ଚାନ୍ଦବାଲି ରାସ୍ତାର ଖଇରା ପୋଲ ନିକଟରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ହାଇୱା ମାଲିକଙ୍କ ମୃତ୍ୟୁ ହୋଇଛି।
ସୂଚନାନୁଯାୟୀ, ଗୁରୁବାର ବିଳମ୍ୱିତ ରାତିରେ ନିଶ୍ଚିନ୍ତକୋଇଲି ଅଞ୍ଚଳର ରାକେଶ ସ୍ୱାଇଁ ଗ୍ୟାରେଜରୁ କାମ ସାରି ଫେରୁଥିବା ବେଳେ କଟକ ଚାନ୍ଦବାଲି ରାସ୍ତାର ଖଇରା ପୋଲ ନିକଟରେ ନିଜ ହାଇୱା ଗାଡି ଆଗରେ ଠିଆ ହୋଇଥିଲେ। କୌଣସି କାରଣରୁ ହାଇୱାଟି ତାଙ୍କ ଉପରେ ଚଢି ଯାଇଥିଲା। ଫଳରେ ଘଟଣାସ୍ଥଳରେ ରାକେଶଙ୍କ ମୃତ୍ୟୁ ହୋଇଥିଲା। ଖବର ପାଇ ଜଗତପୁର ପୁଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କଟକ ପଠାଇଛି।