ମୁମ୍ୱାଇ : ବର୍ଷ ୨୦୨୪ ଯାଉ ଯାଉ ଅନେକ ମହାନ ବ୍ୟକ୍ତିମାନେ ମଧ୍ୟ ଆମ ଗହଣରୁ ଚାଲି ଯାଇଛନ୍ତି। କଳା ଜଗତରେ ପ୍ରଥମେ ଜାକିର ହୁସୈନଙ୍କର ଦେହାନ୍ତ ଖୁବ୍‌ ଦୁଃଖ ଦେଇ ଥିଲା। ଏହାପରେ ଏହି ଦୁଃଖକୁ ଆହୁରି ବଢାଇ ଦେଲା ପ୍ରସିଦ୍ଧ ଫିଲ୍ମ ମେକର ଶ୍ୟାମ ବେନେଗଲଙ୍କ ନିଧନ। ଏବେ ରିଲେସନସିପ୍‌ ଉପରେ ଅନେକ ଗୁଡ଼ିଏ ଫିଲ୍ମ ତିଆରି କରି ଥିବା ହଲିଉଡ୍‌ ଡାଇରେକ୍ଟର ଚାର୍ଲ୍ସ ଶାୟର ମଧ୍ୟ ଏହି ଦୁନିଆକୁ ଅଲବିଦା କହି ଦେଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା। ତାଙ୍କର ପରିବାର ତାଙ୍କର ଦେହାନ୍ତର ଖବର ସ୍ପଷ୍ଟ କରିଛି। ଏବେ ଏହି କଥାର ଖୁଲାସା ହୋଇ ପାରି ନାହିଁ ଯେ , ତାଙ୍କର ଦେହାନ୍ତ କିପରି ହୋଇଛି। କିନ୍ତୁ ଏହି ଖବର ଫିଲ୍ମ ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳାଇ ଦେଇଛି। ସେ ବେବି ବୁମ୍‌  ଓ ଫାଦର ଅଫ୍‌ ଦ ବ୍ରାଇଡ୍‌  ଭଳି ଫିଲ୍ମରେ କାମ କରି ଥିଲେ। ସେ ନୈନ୍ସି ମେୟର୍ସଙ୍କୁ ବିବାହ କରି ଥିଲେ। ମେୟର୍ସ ମଧ୍ୟ ଜଣେ ଫିଲ୍ମମେକର ହିଁ ଥିଲେ ଏବଂ ଉଭୟଙ୍କ ସହ ମିଶି ମଧ୍ୟ କିଛି ବଢିଆ ଫିଲ୍ମରେ କାମ କରିଛନ୍ତି।

ମେୟର୍ସ-ଶାୟର ପରିବାର ପକ୍ଷରୁ ଏହି ଦୁଃଖଦ ଖବରକୁ ସେୟାର କରାଯାଇଛି। ସେ ଷ୍ଟେଟମେଣ୍ଟରେ କହିଛନ୍ତି-ବହୁତ ହିଁ ଦୁଃଖର ସହ ଆମେ ଏହା ସେୟାର କରୁଛୁ କି, ଆମର ପ୍ରିୟ ପିତାଜୀ ଚାର୍ଲ୍ସ ଶାୟରଙ୍କର ୮୩ ବର୍ଷ ବୟସରେ ଦେହାନ୍ତ ହୋଇଛି। ତାଙ୍କର ମୃତ୍ୟୁରେ  ଆମର ଅପୂରଣୀୟ କ୍ଷତି ହୋଇଛି। କିନ୍ତୁ ତାଙ୍କ କାର୍ଯ୍ୟ ଓ ସଫଳତାର ଏହି ୫ ଦଶକର ଲମ୍ୱା ଯାତ୍ରା ,ତାଙ୍କ ପିଲାଙ୍କ ଦ୍ୱାରା ସର୍ବଦା ମନେରହିବ। ତାଙ୍କର ଜୀବନ ଏକ ଆଦର୍ଶ ଥିଲା ଏବଂ ଆମେ ତାଙ୍କର ଅସାଧାରଣ ଜୀବନର ସମ୍ମାନ କରୁଛୁ।

ଚାର୍ଲ୍ସ  ଶାୟରଙ୍କର କ୍ୟାରିୟର ଦିଗକୁ ଯଦି ଦେଖିବା ତ , ତାଙ୍କର କ୍ୟାରିୟର ୫ ଦଶକର ଏକ ଦୀର୍ଘ ଯାତ୍ରା। ଏହି ସମୟରେ ସେ ଅନେକ ଅଲଗା ଅଲଗା ଜୋନର ପ୍ରୋଜେକ୍ଟରେ କାମ କରିଛନ୍ତି। ତାଙ୍କୁ ବହୁତ ପସନ୍ଦ ବି କରାଯାଇଛି। ସଂପର୍କର ନିବିଡ଼ତାକୁ ସ୍ପର୍ଶ କରି ବି ସେ ଅନେକ ଗୁଡ଼ିଏ ଫିଲ୍ମ ତିଆରି କରିଛନ୍ତି , ଯାହାଙ୍କୁ ସାରା ଦୁନିଆର ପ୍ରଶଂସକ ନିଜ ହୃଦୟରେ ସ୍ଥାନ ଦେଇଛନ୍ତି। ୧୯୮୧ ମସିହାର ସେ ଗୋଲ୍ଡି ହାନ୍‌ଙ୍କୁ ନେଇ କମେଡି ଫିଲ୍ମ ପ୍ରାଇଭେଟ୍ ବେଞ୍ଜାମିନ  ତିଆରି କରି ଥିଲେ। ଏହି ଫିଲ୍ମକୁ ନେଇ ୧୯୮୧ରେ ଓସ୍କାର ପୁରସ୍କାରର ଅରଜିନାଲ ସ୍କ୍ରିନପ୍ଲେ ର କ୍ୟାଟେଗୋରୀ ପାଇଁ ନୋମିନେଟ୍‌ କରାଯାଇ ଥିଲା।

 ୮୦-୯୦ଦଶକ ତାଙ୍କ କ୍ୟାରିୟରର ସବୁଠୁ ଭଲ ବର୍ଷ ଭାବେ ମନେକରାଯାଏ। ଏହି ସମୟରେ ସେ ଅନେକ ଗୁଡ଼ିଏ ହଲିଉଡ୍‌ ଫିଲ୍ମ ତିଆରି କରି ଥିଲେ। ସେ ଏହି ସମୟରେ ନୈନ୍ସି ମେୟର୍ସ ଓ ହାର୍ଭେ ମିଲରଙ୍କ ସହ କୋଲାବୋରେଟ କରି ଥିଲେ। ତାଙ୍କର ଏହି କୋଲାବୋରେସନ ଖୁବ୍‌ ସଫଳ ରହି ଥିଲା। ଉଭୟ ସାଥିରେ ୧୯୮୪ର ଫିଲ୍ମ ହରିକାନସିଏବଲ ଡିଫ୍ରେନ୍ସେସ ଓ ୧୯୮୭ର ଫିଲ୍ମ ବେବି ବୁମ୍‌ରେ ନଜର ଆସି ଥିଲେ। ଏହି ଦୁଇଟି ଫିଲ୍ମକୁ ଖୁବ୍‌ ପସନ୍ଦ କରାଯାଇ ଥିଲା। ତାଙ୍କୁ ଫାଦର ଅଫ୍‌ ଦ ବ୍ରାଇଡ୍‌ ଫ୍ରାଞ୍ଚାଇଜ ପାଇଁ ସର୍ବଦା ମନେରଖା ଯିବ।