ପ୍ରମୂଖ ଖବର
  • କାମାକ୍ଷାନଗର : ଟାଙ୍ଗିଆରେ ସ୍ତ୍ରୀକୁ ହାଣି ଦେଲା ପାଗଳ ସ୍ୱାମୀ, କାରଣ ଅସ୍ପଷ୍ଟ
  • ||
  • ସୁନ୍ଦରଗଡ଼ : ପଡିଆରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କଟକ: ଛତ୍ରବଜାରରେ ଯୋଗାଣ ବିଭାଗର ରେଡ୍ ଦର ନିୟନ୍ତ୍ରଣ ପାଇଁ ବେପାରିଙ୍କୁ ତାଗିଦ୍
  • ||
  • ପାଟଣାରେ ପୁଣି ଶୂନ୍ୟରୁ ଶୁଭିଲା ପ୍ରଚଣ୍ଡ ଶବ୍ଦ, ଥରି ଉଠିଲା ଘରଦ୍ଵାର
  • ||
  • ମାଲକାନଗିିରି: ଲାଲବାହିନୀର ବର୍ବରକାଣ୍ଡ, ମୋବାଇଲ୍ ଟାୱାର ଉଡାଇଦେଲେ ମାଓବାଦୀ
  • ||
  • କଟକ: ମହାନଦୀକୁ ଡେଇଁ ଆତ୍ମହତ୍ୟା, ମୃତଦେହ ଜବତ କରିବ ପରିଚୟ ଖୋଜୁଛି ପୋଲିସ
  • ||
  • ନଭେମ୍ବରରେ ୧.୮୨ ଲକ୍ଷ କୋଟିର ଜିଏସ୍‌ଟି ସଂଗ୍ରହ
  • ||
  • ପାଟଣା : ଶୋଇବା ଘରୁ ଇଞ୍ଜିନିୟରିଂ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭଦ୍ରକ : ଗୋରୁ ବୋଝେଇ ଗାଡ଼ିକୁ ଗୋଡେଇ ଗୋଡେଇ ଧରିଲା ପୋଲିସ, ଡ୍ରାଇଭର ଫେରାର
  • ||
  • ବୈପାରିଗୁଡା : ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ, ୫ ଗିରଫ
  • ||
  • ଏମ୍‌କେସିଜିରେ ପୁଣି ଜୁନିୟର୍‌ଙ୍କୁ ରାଗିଂ ଅଭିଯୋଗ, ଆଜି ଆଣ୍ଟି ରାଗିଂ ସେଲ୍‌ର ବୈଠକ
  • ||
  • ଆନନ୍ଦପୁର : ଖଣି ବିଭାଗ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ଉପରେ ଆକ୍ରମଣ, ୪ ଆହତ
  • ||
  • ବଙ୍ଗୋପସାଗରରେ ପୁଣି ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, ୪ ଯାଏ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା
  • ||

ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଚଳଚଞ୍ଚଳ ସାରା ଓଡ଼ିଶା; ପୋଖରୀ, ଜଳାଶୟ ନିକଟରେ ଶ୍ରଦ୍ଧାଳୁଙ୍କ ଭିଡ଼

ଭୁବନେଶ୍ୱର, ୧୫।୧୧: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଚଳଚଞ୍ଚଳ ସାରା ଓଡ଼ିଶା । ଏହି ଦିନର ରହିଛି ସ୍ୱତନ୍ତ୍ରତା, ବିଶେଷ କରି ଓଡ଼ିଶାରେ । ପୁରପଲ୍ଲୀରେ ଲୋକ ପିତୃ ପୁରୁଷଙ୍କୁ ପିଣ୍ଡଦାନ କରିବା ସହ ବୋଇତ ବନ୍ଧାଇ ନଦୀରେ ମେଲାଣି ଦେଇଥାନ୍ତି । ଅଁଳା ନବମୀଠାରୁ ପଞ୍ଚୁକ କରିଥିବା ଧର୍ମ ପରାୟଣ ମହିଳାମାନଙ୍କ ଆଜି ପଞ୍ଚୁକର ଶେଷ ଦିନ । ଭୋରରୁ ହଜାର ହଜାର ଶ୍ରଦ୍ଧାଳୁ ପୋଖରୀ ଓ ଜଳାଶୟରେ ଡଙ୍ଗା ଭସାଉଥିବା ଦେଖିବାକୁ ମିଳିଛି । 

ପୁରୀ ବେଳାଭୂମି, ଭୁବନେଶ୍ୱର ବିନ୍ଦୁସାଗରରେ ଶ୍ରଦ୍ଧାଳୁମାନେ ଭୋର ୪ ଟାରୁ ଉଠି ଡଙ୍ଗା ଭସାଇଛନ୍ତି । ବିଶ୍ୱାସ ରହିଛି ବର୍ଷକରେ ଥରେ ଏହି ଦିନରେ ସ୍ନାନ କରି ଡଙ୍ଗା ଭସାଇଲେ ପୂଣ୍ଣ୍ୟ ମିଳିଥାଏ । ତେଣୁ କୁହାଯାଏ, ଆ କା ମା ବୈ, ପାନ ଗୁଆ ଥୋଇ, ପାନ ଗୁଆ ତୋର, ମାସକ ଧରମ ମୋର କହି କହି କଦଳୀ ପାଟୁଙ୍ଗାରେ ଡଙ୍ଗା ଭସାନ୍ତି । କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି ।

ଯାଜପୁରର ବୈତରଣୀ ନଦୀର ଦଶାଶ୍ୱମେଧ ଘାଟଠାରେ ମଧ୍ୟ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଶହ ଶହ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି । ଏହି ଘାଟ ପୁରାଣ କିମ୍ବଦନ୍ତୀ ଅନୁସାରେ, ପବିତ୍ର ସ୍ଥାନ ହୋଇଥିବା ବେଳେ ଶହଶହ ଲୋକେ ଏହି ଠାରେ ଏକତ୍ରିତ ହୋଇ ଧର୍ମ ମାସର ପୂଣ୍ୟପ୍ରାପ୍ତି ପାଇଁ ବୈତରଣୀ ଜଳରେ ଡଙ୍ଗ‌ା ଭସାଉଥିବା ଦେଖିବାକୁ ମିଳିଛି । ସୁରକ୍ଷା ପାଇଁ ବିଭିନ୍ନ ନଦୀ ଓ ପୁଷ୍କରଣୀ କୂଳରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.