ମୁମ୍ୱାଇ,୧୮/୧୨: ନିର୍ଦ୍ଦେଶକ ନୀରଜ ଘେୱାନଙ୍କ ଫିଲ୍ମ ‘ହୋମ୍ବାଉଣ୍ଡ୍’କୁ ୯୮ତମ ଏକାଡେମୀ ଆୱାର୍ଡସ ବା ଅସ୍କାର ଆୱାର୍ଡସ୍ରେ ଶ୍ରେଷ୍ଠ ଅନ୍ତର୍ଜାତୀୟ ଫିଚର୍ ଫିଲ୍ମ ବିଭାଗର ଶୀର୍ଷ-୧୫ ଶର୍ଟଲିଷ୍ଟ୍ ଫିଲ୍ମରେ ସ୍ଥାନ ମିଳିଛି । ଫିଲ୍ମରେ ଈଶାନ ଖଟ୍ଟର,ବିଶାଲ ଜେଠୱା ଓ ଜାହ୍ନବୀ କପୁର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ।ଏକାଡେମୀ ଅଫ୍ ମୋସନ୍ ପିକ୍ଚର ଆର୍ଟସ୍ ଆଣ୍ଡ ସାଇନ୍ସ ରେସ୍ ଗତ ମଙ୍ଗଳବାର ୧୨ ବିଭାଗର ଶର୍ଟଲିଷ୍ଟ୍ ଶେୟାର କରିଛି ।
ଅନ୍ତର୍ଜାତୀୟ ଫିଚର୍ ଫିଲ୍ମ ବିଭାଗରେ ମୋଟ୍ ୧୫ ଫିଲ୍ମକୁ ଚୟନ କରାଯାଇଛି । ଶେଷରେ କେବଳ ୫ ଫିଲ୍ମକୁନୋମିନେସନ୍ରେ ସ୍ଥାନ ମିଳିବ, ଯାହାର ଘୋଷଣାଆସନ୍ତା ଜାନୁଆରୀ ୨୨ରେ ହେବ । ୨୦୨୬, ମାର୍ଚ୍ଚ୧୫ରେ ଅସ୍କାର ସମାରୋହ ଆୟୋଜିତ ହେବ ।‘ହୋମ୍ବାଉଣ୍ଡ’ ସହିତ ଶର୍ଟଲିଷ୍ଟ୍ ହୋଇଥିବାଫିଲ୍ମ ମଧ୍ୟରେ ଆର୍ଜେଣ୍ଟିନାର ବେଲେନ,ବ୍ରାଜିଲର ଦ ସିକ୍ରେଟ୍ ଏଜେଣ୍ଟ୍,ଫ୍ରାନ୍ସର ଇଟ୍ ୱାଜ୍ ଜଷ୍ଟ୍ ଆନ୍ଆକ୍ସିଡେଣ୍ଟ୍, ଜର୍ମାନୀରସାଉଣ୍ଡ୍ ଅଫ୍ ଫଲିଙ୍ଗ୍,ଇରାକର ଦପ୍ରେସିଡେଣ୍ଟ୍ସକେକ୍, ଜାପାନରକୋକୁହୋ,ଜୋର୍ଡାନରଅଲ୍ ଦ୍ୟାଟ୍ସଲେଫ୍ଟ ଅଫ୍ ୟୁ, ନରୱେର ସେଣ୍ଟିମେଣ୍ଟାଲ ଭ୍ୟାଲ୍ୟୁଜ୍,ପାଲେଷ୍ଟାଇନ୍ର ପାଲେଷ୍ଟାଇନ୍ ୩୬, ଦକ୍ଷିଣ କୋରିଆରନୋ ଅଦର୍ ଚଏସ୍, ସ୍ପେନ୍ର ସିରାତ, ସ୍ୱିଜରଲାଣ୍ଡ୍ରଲେଟ୍ ଶିଫ୍ଟ, ତାଇୱାନ୍ର ଲେଫ୍ଟ ହ୍ୟାଣ୍ଡେଡ୍ଗର୍ଲ ଓ ଟ୍ୟୁନିଶିୟାର ଦଭଏସ୍ ଅଫ୍ ହିନ୍ଦ୍ ରଜବସାମିଲ । ଧର୍ମା ମୁଭିଜ୍ରଔପଚାରିକ ସୋସିଆଲ ମିଡିଆହ୍ୟାଣ୍ଡେଲ୍ରେ ‘ହୋମ୍ବାଉଣ୍ଡ୍’ଅସ୍କାର୍ ଶର୍ଟଲିଷ୍ଟ୍ରେ ସ୍ଥାନପାଇବା ବିଷୟରେ ଶେୟାରକରାଯାଇଛି । ଫିଲ୍ମରନିର୍ମାତା ଓ ନିର୍ଦ୍ଦେଶକ ପୂରା ଟିମକୁ ଏଥିପାଇଁ ଅଭିନନ୍ଦନ ଜଣାଇଛନ୍ତି ।‘ହୋମ୍ବାଉଣ୍ଡ୍’ଏବେ ନେଟ୍ଫ୍ଲିକ୍ସରେପ୍ରସାରିତ ହେଉଛି ।