ମେଷ:ଦ୍ୱିତୀୟ ଚନ୍ଦ୍ର, ଘାତବାର ଯୋଗୁ ଯାତ୍ରା ନିଷେଧ,ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ, କାର୍ଯ୍ୟ କ୍ଷେତ୍ରରେ ବାଧା ବିଘ୍ନ ଘଟିପାରେ,ସତର୍କ ରହିବେ। କର୍ମ କ୍ଷେତ୍ରରେ ଅଧିକ ପରିଶ୍ରମ କରିବେ, ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ, ଧନଲାଭ ହେବ, ନିବେଶ କରନ୍ତୁ ନାହିଁ, ଶରୀର ପ୍ରତି ସତର୍କ ରହିବେ, ମତଭେଦରୁ ଦୂରେଇ ରୁହନ୍ତୁ, ଗୃହେ ଆନନ୍ଦ,ଧର୍ଯ୍ୟର ସହ କାମ କରନ୍ତୁ ।
ଶୁଭରଙ୍ଗ: ହଳଦିଆ ଓ ଧଳା
ବୃଷ: ଶ୍ରୀଚନ୍ଦ୍ର ଯୋଗୁ ଆତ୍ମ ବିଶ୍ୱାସ ବୃଦ୍ଧି ପାଇବ,କାର୍ଯ୍ୟ କ୍ଷେତ୍ରରେ ସଫଳତା ପ୍ରାପ୍ତି ହେବ,ବନ୍ଧୁଙ୍କ ସାହାଯ୍ୟ ମିଳିବ,ନୂତନ ଯୋଜନା ଆରମ୍ଭ କରିପାରନ୍ତି,ଆର୍ଥିକ ଉନ୍ନତି,ସମାଜରେ ସମ୍ମାନପ୍ରାପ୍ତି,ଶରୀର ସୁସ୍ଥ ରହିବ,ମନ ପ୍ରଫୁଲ ରହିବ,ସ୍ୱାଦିଷ୍ଟ ଭୋଜନ ପ୍ରାପ୍ତି,ଗୃହେ ଆନନ୍ଦ,ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସାହାଯ୍ୟ ପ୍ରାପ୍ତି ।
ଶୁଭରଙ୍ଗ: ସିଲ୍ଭର ଓ ଧଳା
ମିଥୁନ: ଦ୍ୱାଦଶ ଚନ୍ଦ୍ର ଯୋଗୁ ଅଯଥା ବ୍ୟୟ,ମାନସିକ ଚିନ୍ତା,ନିଜ କଥାବାର୍ତ୍ତା ଉପରେ ନିୟନ୍ତ୍ରଣ ରଖନ୍ତୁ, ଆର୍ଥିକ କାରବାର ପ୍ରତି ସତର୍କ ରହିବେ,ହଠାତ୍ ଖର୍ଚ୍ଚଯୋଗ,ଚାକିରୀ କ୍ଷେତ୍ରରେ ଚାପ ଲାଗି ରହିବ,ଗୁପ୍ତ ଶତ୍ରୁ ବୃଦ୍ଧି ହୋଇପାରନ୍ତି, ନିବେଶ କରନ୍ତୁ ନାହିଁ ,ଯାତ୍ରା ନିଷେଧ, ଯାନବାହନ ପ୍ରତି ସତର୍କ ରହିବେ,ଶରୀରରେ କ୍ଳାନ୍ତି ଦେଖା ଦେଇପାରେ ।
ଶୁଭରଙ୍ଗ: ସବୁଜ ଓ ହଳଦିଆ
କର୍କଟ: ଏକାଦଶ ଚନ୍ଦ୍ର ଯୋଗୁ ଆର୍ଥିକ ଉନ୍ନତି, ଧନପ୍ରାପ୍ତି ଯୋଗ, ବ୍ୟବସାୟରେ ଉନ୍ନତି,ଚାକରୀ କ୍ଷେତ୍ରରେ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସାହାଯ୍ୟ ପ୍ରାପ୍ତି,ପଦୋନ୍ନତି ଯୋଗ,ସୁସମ୍ବାଦ ପ୍ରାପ୍ତି,ଅଟକି ରହିଥିବା କାର୍ଯ୍ୟ ପୂରଣ କରିବେ,ମନ ପ୍ରଫୁଲ ରହିବ,ଶରୀର ସୁସ୍ଥ ରହିବ,ଯାନବାହନ କ୍ରୟ କରିପାରନ୍ତି ।
ଶୁଭରଙ୍ଗ : ରୂପେଲି,ଧଳା ଓ କ୍ରୀମ୍
ସିଂହ: ଦଶମ ଚନ୍ଦ୍ର ଯୋଗୁ ଆୟ ବୃଦ୍ଧି ହେବ,କର୍ମ କ୍ଷେତ୍ରରେ ଉନ୍ନତି,ଚାକିରୀ କ୍ଷେତ୍ରରେ ଶୁଭ ଫଳ ମିଳିବ,ମାନ,ସମ୍ମାନ ବୃଦ୍ଧିପାଇବ,ମନ ସ୍ଥିର ଏବଂ ଶାନ୍ତି ରହିବ,ନୂଆ ଯୋଜନା କରିବା ପାଇଁ ଦିନଟି ଶୁଭ,ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ମାନେ ସଫଳ ହେବେ,ଗୃହେ ଆନନ୍ଦ,ଶରୀରରେ ସାମାନ୍ୟ ଆଖି କିମ୍ବା ମୁଣ୍ଡବିନ୍ଧା ଦେଖା ଦେଇପାରେ ।
ଶୁଭରଙ୍ଗ: ଲାଲ ଓ କେଶରୀ
କନ୍ୟା:ନବମ ଚନ୍ଦ୍ରଯୋଗୁ ଭାଗ୍ୟ ବଳ ମିଳିବ,ଧାର୍ମିକ କାର୍ଯ୍ୟରେ ଯୋଗଦାନ ଦେବେ,ଦୂରଯାତ୍ରା କରିପାରନ୍ତି,ମାନସିକ ଚିନ୍ତା,କର୍ମକ୍ଷେତ୍ରରେ ଉନ୍ନତି,ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି,ଦେବ ଦର୍ଶନ,ପିତାମାତା ଓ ଗୁରୁଜନଙ୍କଠାରୁ ସାହାଯ୍ୟପ୍ରାପ୍ତି, ଚିନ୍ତାମୁକ୍ତ ହେବେ,ଶରୀର ଉତ୍ତମ ରହିବ,ଅଧିକ ଆତ୍ମବିଶ୍ୱାସୀ ହେବେ ନାହିଁ ।
ଶୁଭରଙ୍ଗ : ସବୁଜ ଓ କ୍ରିମ୍
ତୁଳା:ଅଷ୍ଟମଚନ୍ଦ୍ରଯୋଗୁ ବୃଥା ଚିନ୍ତା ଲାଗି ରହିବ,ଚାକିରୀକ୍ଷେତ୍ରରେ ଶତ୍ରୁବୃଦ୍ଧି,କର୍ମକ୍ଷେତ୍ରରେ ବାଦବିବାଦ ହେବାର ସମ୍ଭାବନା ଅଛି,କୌଣସି ବଡ଼ ନିବେଶ କରନ୍ତୁ ନାହିଁ,ଅଯଥା ଖର୍ଚ୍ଚଯୋଗ,ଆର୍ଥିକ ନେଣ ଦେଣ ପ୍ରତି ସତର୍କ ରହିବେ,ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ । ଘରେ ସାମାନ୍ୟ ମନୋମାଳିନ୍ୟ ହୋଇପାରେ,ଶାନ୍ତି ରକ୍ଷା କରିବେ ।
ଶୁଭରଙ୍ଗ : ନୀଳ ଓ ଧଳା
ବିଛା: ସପ୍ତମ ଚନ୍ଦ୍ର ଯୋଗୁ ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ, ଅଯଥା ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ,କର୍ମ କ୍ଷେତ୍ରରେ ଆପଣଙ୍କର ଦୃଢ଼ତା ବୃଦ୍ଧିପାଇବ । ଶରୀର ସୁସ୍ଥ ରହିବ,ମନ ଅଶାନ୍ତି ରହିପାରେ,ଚାକିରୀ କ୍ଷେତ୍ରରେ ଅଧିକ ପରିଶ୍ରମ କରିବେ,ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ମାନେ ସଫଳ ହେବେ ।
ଶୁଭରଙ୍ଗ : ଲାଲ ଓ ମେରୁନ୍
ଧନୁ: ଷଷ୍ଠ ଚନ୍ଦ୍ର ଯୋଗୁ ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ,ଶତ୍ରୁ ଉପରେ ବିଜୟ,ଖାଦ୍ୟ ପ୍ରତି ସତର୍କ ରୁହନ୍ତୁ,କର୍ମ କ୍ଷେତ୍ରରେ ଚାପ ଲାଗି ରହିବ,ଆର୍ଥିକ ଲାଭ,ଆୟବୃଦ୍ଧି,ଯାନ ବାହନ ପ୍ରତି ସତର୍କତା ଅବଲମ୍ବନ କରିବେ,ଅଟକି ରହିଥିବା କାମ ସଫଳ ହେବ ।
ଶୁଭରଙ୍ଗ: କ୍ରିମ୍ ଓ ଧଳା
ମକର:ପଞ୍ଚମ ଚନ୍ଦ୍ର ଯୋଗୁ ପୁତ୍ର,ଦୁହିତା କୁଳେ ଖର୍ଚ୍ଚ,କର୍ମ କ୍ଷେତ୍ରରେ ପ୍ରଶଂସା ମିଳିବ,କୌଣସି ଶୁ ଭସମାଚାର ମିଳିପାରେ,ଆର୍ଥିକ ଲାଭ,ବ୍ୟୟବୃଦ୍ଧି ହୋଇପାରେ,ବନ୍ଧୁଙ୍କ ସାହାଯ୍ୟ ପ୍ରାପ୍ତି,କୋଟ କଚେରୀ ମାମଲାରେ ଜୟଯୁକ୍ତ,ଆତ୍ମ ବିଶ୍ୱାସ ରଖିବେ,ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ ।
ଶୁଭରଙ୍ଗ : ନୀଳ,ଧୂସର ଓ କ୍ରିମ୍
କୁମ୍ଭ: ଚତୁର୍ଥ ଚନ୍ଦ୍ରଯୋଗୁ ଅର୍ଥଲାଭ,ଗୃହେ ଆନନ୍ଦ,ଚାକିରୀ କ୍ଷେତ୍ରରେ ଚାପ ଲାଗି ରହିବ,ଜମିବାଡ଼ି କ୍ରୟ କରିପାରନ୍ତି,ଯାନବାହନ ପ୍ରତି ସତର୍କତା ଅବଲମ୍ବନ କରିବେ,ପିତାମାତାଙ୍କଠାରୁ ସହଯୋଗପ୍ରାପ୍ତି,ଶରୀର ପ୍ରତି ସତର୍କ ରହିବେ,ସାମାନ୍ୟ ମୁଣ୍ଡବିନ୍ଧା କିମ୍ବା ପେଟଜନିତ ସମସ୍ୟା ଦେଖା ଦେଇପାରେ ।
ଶୁଭରଙ୍ଗ: ବାଇଗଣୀ ଓ ରୂପେଲି
ମୀନ:ତୃତୀୟଚନ୍ଦ୍ରଯୋଗୁ କଠିନ କାର୍ଯ୍ୟ ଗୁଡ଼ିକ ନିଜ ଚେଷ୍ଟାରେ ସଫଳ କରିବେ,ବନ୍ଧୁ ମିଳନ,ନୂଆ କାମ ଆରମ୍ଭ କରିପାରନ୍ତି, ଦୂର ଯାତ୍ରା କରିପାରନ୍ତି,ଆତ୍ମବିଶ୍ୱାସ ବୃଦ୍ଧିପାଇବ,ଚାକିରୀ କ୍ଷେତ୍ରରେ ସଫଳତା ପ୍ରାପ୍ତି, ନୂତନ ଦ୍ରବ୍ୟଲାଭ,ଆୟ ବୃଦ୍ଧି ପାଇବ,ଅର୍ଥ ନେବା ଦେବା ବେଳେ ସତର୍କତା ଅବଲମ୍ବନ କରିବେ ।
ଶୁଭରଙ୍ଗ : ହଳଦିଆ ଓ ଗେରୁଆ