ମେଷ :ଶ୍ରୀଚନ୍ଦ୍ର ଓ ଘାତଚନ୍ଦ୍ର ଯୋଗୁ ଅଯଥା ଖର୍ଚ୍ଚ ଯୋଗ, ବାଦ ବିବାଦରୁ ଦୂରେଇ ରହିବେ, ମାନସିକ ଦୁଶ୍ଚିନ୍ତା, କର୍ମକ୍ଷେତ୍ରରେ ସାମାନ୍ୟ ଉନ୍ନତି, କାର୍ଯ୍ୟକ୍ଷେତ୍ରରେ ବାଧା ସୃଷ୍ଟି ହୋଇପାରେ । ହଠାତ୍ ଶୁଭ ଖବର ମିଳିପାରେ ।ପରିବାରରେ ମତାନ୍ତର ହୋଇପାରେ, ସାମାନ୍ୟ ଶରୀର କଷ୍ଟ କିମ୍ବା ଥକ୍କାପଣ ଲାଗି ପାରେ । ନୂତନ ଅର୍ଥ ପ୍ରାପ୍ତି, ଆୟଠାରୁ ବ୍ୟୟ ଅଧିକ ରହିପାରେ । ବନ୍ଧୁ ମିଳନ, ବିଦ୍ୟାର୍ଥୀମାନେ ଉପକୃତ ହେବେ ।

ଶୁଭ ରଙ୍ଗ : ଧଳା, ଇଷତ୍ ଧଳା ଓ ହଳଦିଆ ।

ବୃଷ :ଦ୍ୱାଦଶଚନ୍ଦ୍ର, ଘାତବାର ଯୋଗୁ ମାନସିକ ଅଶାନ୍ତି, କାର୍ଯ୍ୟକ୍ଷେତ୍ରରେ ବାଧା ସୃଷ୍ଟି, କଥାବାର୍ତ୍ତାରେ ସତର୍କତା ଅବଲମ୍ବନ କରିବେ । ପରିବାରରେ ସାମାନ୍ୟ ଅଶାନ୍ତି, ସ୍ୱାସ୍ଥ୍ୟ ପ୍ରତି ସତର୍କତା ଅବଲମ୍ବନ କରିବେ । ମୁଣ୍ଡ କିମ୍ବା ପେଟ ଜନିତ କଷ୍ଟ ଦେଖା ଦେଇପାରେ । ଆୟଠାରୁ ବ୍ୟୟ ଅଧିକ ହେବ ଏବଂ ଋଣ ନେଣଦେଣରେ ସତର୍କତା ଅବଲମ୍ବନ କରିବେ । ବନ୍ଧୁଙ୍କ ସହ ମନାନ୍ତର ହୋଇପାରେ ଏବଂ ବିଦ୍ୟାର୍ଥୀ ତଥା କ୍ରୀଡ଼ାବିତ୍ ମାନେ ସାମାନ୍ୟ ସଫଳତା ପାଇବେ ।

ଶୁଭ ରଙ୍ଗ : ସିଲ୍ଭର ଓ ଧଳା ।

ମିଥୁନ :ଏକାଦଶଚନ୍ଦ୍ର ଯୋଗୁ ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି, ଅଟକିଥିବା କାର୍ଯ୍ୟ ସଫଳ ହେବ, ବ୍ୟବସାୟରେ ଉନ୍ନତି, କର୍ମକ୍ଷେତ୍ରରେ ପ୍ରଗତି, ଗୃହେ ଆନନ୍ଦ, ରାଜନୀତି କ୍ଷେତ୍ରରେ ସଫଳତା, ବନ୍ଧୁମିଳନ, ଆୟ ବୃଦ୍ଧି ହେବ, ଜମିଜମା କ୍ରୟ କରିପାରନ୍ତି । ଶରୀର ସୁସ୍ଥ ରହିବ, ସ୍ୱାଦିଷ୍ଟ ଭୋଜନ ପ୍ରାପ୍ତି, ଧନ ଲାଭ, ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ମାନେ ଉପକୃତ ହେବେ ।

ଶୁଭ ରଙ୍ଗ : ସବୁଜ ଓ ହଳଦିଆ ।

କର୍କଟ :ଦଶମ ଚନ୍ଦ୍ର ଯୋଗୁ ବୃଥା ଭ୍ରମଣ, କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ । ସ୍ୱାଦିଷ୍ଟ ଭୋଜନ ପ୍ରାପ୍ତି, ଧାର୍ମିକ କାର୍ଯ୍ୟରେ ଯୋଗଦାନ, ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି । ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି, କର୍ମକ୍ଷେତ୍ରରେ ଉନ୍ନତି, ପାରିବାରିକ ସୁଖ, ମାନସିକ ଶାନ୍ତି, ସମାଜରେ ସମ୍ମାନ ପ୍ରାପ୍ତି ହେବ । ଧନପ୍ରାପ୍ତି ଯୋଗ, କଥାବାର୍ତ୍ତାରେ ସତର୍କତା ଅବଲମ୍ବନ କରିବେ । ବାଦ ବିବାଦରୁ ଦୂରେଇ ରହିବେ ।

ଶୁଭ ରଙ୍ଗ : ଧଳା, ସିଲ୍ଭର ଓ ମାଟିଆ ।

ସିଂହ :ନବମ ଚନ୍ଦ୍ର ଓ ଘାତବାର ଯୋଗୁ ବନ୍ଧୁଙ୍କ ସାହାଯ୍ୟ ପ୍ରାପ୍ତି, ଅଟକି ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ, କୋଟ୍ କଚେରୀ, ମାଲିମକଦ୍ଦମାରେ ବ୍ୟୟ, ଦେବ କାର୍ଯ୍ୟରେ ଯୋଗଦାନ । ଦୂରଯାତ୍ରା କରିପାରନ୍ତି, ଶାରୀରିକ ପୀଡ଼ା ଓ ଅଙ୍ଗେ ଆଘାତ ହେଇପାରେ, ଏଥିପାଇଁ ସତର୍କ ରହିବେ । ବାଦ ବିବାଦରୁ ଦୂରେଇ ରହିବେ, କର୍ମକ୍ଷେତ୍ରରେ ଶତ୍ରୁତା, ଅଯଥା ଖର୍ଚ୍ଚ ଯୋଗ ରହିଛି ।

ଶୁଭ ରଙ୍ଗ : ଗୋଲାପି ଓ ନାଲି ।

କନ୍ୟା :ଷ୍ଟମଚନ୍ଦ୍ର, ଘାତବାର ଯୋଗୁ ଶରୀର ପ୍ରତି ସତର୍କ ରହିବେ, ମୁଣ୍ଡ କିମ୍ବା ପେଟ ଜନିତ ସମସ୍ୟା ଦେଖା ଦେଇପାରେ । କାର୍ଯ୍ୟ କ୍ଷେତ୍ରରେ ବାଧା ବିଘ୍ନ ଘଟିପାରେ ଏବଂ ପରିବାରରେ ମନାନ୍ତର ହୋଇପାରେ । ଅର୍ଥ ହାନି, ଦୂରଯାତ୍ରା ନିଷେଧ, ନୂତନ କାର୍ଯ୍ୟ ଆରମ୍ଭ କରିବେ ନାହିଁ । ଚାକିରିରେ ସାମାନ୍ୟ ଚାପ ଗ୍ରସ୍ତ ରହିବେ । ଆୟଠାରୁ ବ୍ୟୟ ଅଧିକ ହେବ ।

ଶୁଭ ରଙ୍ଗ : ଆକାଶିଆ, ସବୁଜ ।

ତୁଳା :ସପ୍ତମ ଚନ୍ଦ୍ର ଯୋଗୁ ବନ୍ଧୁ ଦର୍ଶନ, ମନ ପ୍ରଫୁଲ ରହିବ, ଗୃହେ ଆନନ୍ଦ, ସମାଜରେ ଲୋକପ୍ରିୟତା ବଢ଼ିବ, ଶରୀର ସୁସ୍ଥ ରହିବ । ଧନ ପ୍ରାପ୍ତି, ଆୟ ଅଧିକ ରହିବ, ନୂତନ କାର୍ଯ୍ୟ ଆରମ୍ଭ କରିପାରିବେ, କର୍ମକ୍ଷେତ୍ରରେ ସମ୍ମାନ ବୃଦ୍ଧି ପାଇବ । କର୍ମକ୍ଷେତ୍ରରେ ପ୍ରସନ୍ନତା, ଦୂରଯାତ୍ରା କରିପାରିବେ । ରାଜନୀତି କ୍ଷେତ୍ରରେ ଉନ୍ନତି, ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ମାନେ ସଫଳ ହେବେ ।

ଶୁଭ ରଙ୍ଗ : ଧଳା ଓ ମାଟିଆ ।

ବିଛା :ଷଷ୍ଠଚନ୍ଦ୍ର ଭୋଗ ହେଉଥିବାରୁ ସ୍ୱାସ୍ଥ୍ୟରେ ଉନ୍ନତି, ଶତ୍ରୁଙ୍କଠାରୁ ବିଜୟ ପ୍ରାପ୍ତି, କର୍ମକ୍ଷେତ୍ରରେ ଉନ୍ନତି, ଧନ ଲାଭ ଯୋଗ, ବ୍ୟବସାୟରେ ଉନ୍ନତି ଘଟିବ । କାର୍ଯ୍ୟ ସଫଳ ହେବ, ପରିବାରରେ ଆନନ୍ଦ, ରାଜନୀତିରେ ଉନ୍ନତି, କୋଟ୍ କଚେରି ମାମଲାରେ ଦେୟ ଯୁକ୍ତ, ଅଧିକ ପରିଶ୍ରମ କଲେ ସଫଳତା ପ୍ରାପ୍ତି ହେବ । ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ମାନେ ଉପକୃତ ହେବେ ।

ଶୁଭ ରଙ୍ଗ : ନାରଙ୍ଗି, ହଳଦିଆ ଓ ଧଳା ।

ଧନୁ :ପଞ୍ଚମ ଚନ୍ଦ୍ର ଯୋଗୁ କାର୍ଯ୍ୟ କ୍ଷେତ୍ରରେ ସମ୍ମାନ ପ୍ରାପ୍ତି ଯୋଗ, କାର୍ଯ୍ୟକ୍ଷେତ୍ରରେ ଶତ୍ରୁ ବୃଦ୍ଧି ଘଟିବ, ମାନସିକ ଅଶାନ୍ତି, ବାଦବିବାଦରୁ ଦୂରେଇ ରହିବେ । ପୁତ୍ର, ଦୁହିତା କୁଳେ ଖର୍ଚ୍ଚ, ବନ୍ଧୁ ଓ ପଡ଼ୋଶୀଙ୍କ ସହ ମନାନ୍ତର ହୋଇପାରେ । ନୂତନ କାର୍ଯ୍ୟ ଆରମ୍ଭ କରିବେ ନାହିଁ । ଅଯଥା ଖର୍ଚ୍ଚ ଯୋଗ, ବ୍ୟୟ ବୃଦ୍ଧି, ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ମାନେ କାର୍ଯ୍ୟରେ ଅସଫଳ ହେବେ ।

ଶୁଭ ରଙ୍ଗ : କଳା ଓ କମଳା ।

ମକର :ଚତୁର୍ଥ ଚନ୍ଦ୍ର ଯୋଗୁ ବ୍ୟବସାୟରେ କ୍ଷତି, ରାଜନୀତି କ୍ଷେତ୍ରରେ ବିଫଳତା, କର୍ମକ୍ଷେତ୍ରରେ ବାଧା ବିଘ୍ନ ଘଟି ପାରେ । କୋଟ୍ କଚେରି ମାମଲାରେ ଦଣ୍ଡିତ ହେବାର ସମ୍ଭାବନା ରହିଛି । ବାଦ ବିବାଦ ସୃଷ୍ଟି ହୋଇପାରେ, ପଡ଼ୋଶୀଙ୍କ ସହ କଳହ ହୋଇପାରେ । କାର୍ଯ୍ୟ କ୍ଷେତ୍ରରେ ଶତ୍ରୁ ବୃଦ୍ଧି ଘଟିବ ଏବଂ ବୃଥା ଭ୍ରମଣ, ଆୟଠାରୁ ବ୍ୟୟ ଅଧିକ ହୋଇପାରେ ।

ଶୁଭ ରଙ୍ଗ : ଖଇରିଆ ଏବଂ ଆକାଶିଆ ।

କୁମ୍ଭ :ତୃତୀୟ ଚନ୍ଦ୍ର ଯୋଗୁ କର୍ମକ୍ଷେତ୍ରରେ ସଫଳତା, ଅର୍ଥ ଲାଭ, ବନ୍ଧୁଙ୍କ ସାହାଯ୍ୟ ପ୍ରାପ୍ତି,କୋଟ୍ କଚେରି, ମାଲି ମକଦ୍ଦମାରେ ଜୟ ଯୁକ୍ତ, ଗୃହେ ଆନନ୍ଦ, ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି । ନୂତନ ଦ୍ରବ୍ୟକ୍ରୟ କରି ପାରନ୍ତି । ରାଜନୀତି କ୍ଷେତ୍ରରେ ସଫଳତା, ଗୃହେ ଆନନ୍ଦ, ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ମାନେ ଉପକୃତ ହେବେ । ସ୍ୱାଦିଷ୍ଟ ଭୋଜନ ପ୍ରାପ୍ତି, ମାତାପିତା ଓ ଗୁରୁଜନଙ୍କ ଶରୀର ସୁସ୍ଥ ରହିବ ।

ଶୁଭ ରଙ୍ଗ : ନୀଳ, ହଳଦିଆ ଓ କଳା ।

ମୀନ :ଦ୍ୱିତୀୟ ଚନ୍ଦ୍ର ଯୋଗୁ ଧନ ପ୍ରାପ୍ତି, କିଛି ଜମି କ୍ରୟ କରିପାରନ୍ତି, ବସନ ଭୂଷଣ ଲାଭ, ଗୃହେ ଆନନ୍ଦ, କର୍ମକ୍ଷେତ୍ରରେ ଉନ୍ନତି, ବ୍ୟବସାୟରେ ପ୍ରଗତି, ଅଟକିଥିବା କାର୍ଯ୍ୟ ସିଦ୍ଧି । ସ୍ୱାସ୍ଥ୍ୟ ଭଲ ରହିବ, ଆର୍ଥିକ ଖର୍ଚ୍ଚ ଯୋଗ, ବୃଥା ଭ୍ରମଣ, ପୁତ୍ର, ଦୁହିତା କୁଳେ ଖର୍ଚ୍ଚ, ରାଜନୀତି କ୍ଷେତ୍ରରେ ସଫଳତା, ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ମାନେ ସଫଳ ହେବେ ।

ଶୁଭ ରଙ୍ଗ : ଗୋଲାପି, ନାଲି ଓ ଧଳା ।

ଜ୍ୟୋତିର୍ବିଦ୍ : ଅନାମିକା

ଯୋଗାଯୋଗ : ୯୭୭୭୭୧୧୭୩୩