ମେଷ :ସପ୍ତମଚନ୍ଦ୍ର ଯୋଗୁ ଆୟ ବୃଦ୍ଧି ହେବ, ଆର୍ଥିକ ଲାଭ, ଆପଣଙ୍କ କଥାବାର୍ତ୍ତା ଶୈଳୀ ବହୁତ ଆକର୍ଷଣୀୟ ହେବ, ଲୋକମାନଙ୍କର ସହଯୋଗ ମିଳିବ, ମାନସିକ ଶାନ୍ତି, ଶରୀର ସୁସ୍ଥ ରହିବ, ଉତ୍ସାହିତ ଅନୁଭବ କରିବେ, ଖାଦ୍ୟ ପ୍ରତି ସତର୍କ ରହିବେ, ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ମାନେ ଉପକୃତ ହେବେ ।

ଶୁଭରଙ୍ଗ : ଧଳା ଓ ଗୋଲାପି ।

ବୃଷ :ଷଷ୍ଠଚନ୍ଦ୍ର, ଘାତବାର ଯୋଗୁ ନୂତନ କାର୍ଯ୍ୟ ବର୍ଜନ, ଯାତ୍ରା ନିଷେଧ, ବାଦବିବାଦରୁ ଦୂରେଇ ରୁହନ୍ତୁ, ଯାନବାହନ ପ୍ରତି ସତର୍କତା, ଶରୀର ପ୍ରତି ସତର୍କ ରହିବେ, ପେଟ ଜନିତ ସମସ୍ୟା, ଆଖି ସମସ୍ୟା କିମ୍ବା ଶାରୀରିକ କ୍ଳାନ୍ତି ଦେଖାଦେଇପାରେ । ଶତ୍ରୁମାନେ ପରାଜିତ ହେବେ, ଚାକିରୀ କ୍ଷେତ୍ରରେ ଅଧିକ ପରିଶ୍ରମ କରି ପ୍ରଶଂସିତ ହେବେ, କର୍ମକ୍ଷେତ୍ରରେ ପ୍ରଦର୍ଶନ ଭଲ ରହିବ ।

ଶୁଭରଙ୍ଗ : କ୍ରିମ୍ ଓ ଧଳା ।

ମିଥୁନ :ପଞ୍ଚମ ଚନ୍ଦ୍ର ଯୋଗୁ ମନରେ ଚିନ୍ତା ଲାଗି ରହିବ, ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ମାନେ ସଫଳ ହେବେ, ସନ୍ତାନମାନଙ୍କ ତରଫରୁ ଶୁଭ ସମାଚାର ମିଳିପାରେ, ହଠାତ୍ ଧନ ଲାଭ, କାର୍ଯ୍ୟ କ୍ଷେତ୍ରରେ ଉନ୍ନତି, ଶରୀର ପ୍ରତି ସତର୍କ ରହିବେ, ସାମାନ୍ୟ ବାଧାବିଘ୍ନ ଘଟିପାରେ, ସତର୍କ ରହିବେ ।

ଶୁଭରଙ୍ଗ : ସବୁଜ ଓ ନୀଳ ।

କର୍କଟ :ଚତୁର୍ଥ ଚନ୍ଦ୍ର ଯୋଗୁ କଳହ ହେବାର ସମ୍ଭାବନା ରହିଛି, ମାନସିକ ଦ୍ୱନ୍ଦ, ଗୃହେ ଆନନ୍ଦ, କର୍ମକ୍ଷେତ୍ରରେ ପ୍ରଶଂସା ମିଳିବ, ବ୍ୟବସାୟରେ ଲାଭ, ବାଦ ବିବାଦରୁ ଦୂରେଇ ରହିବେ, ନିଜ କଥାବାର୍ତ୍ତା ଉପରେ ନିୟନ୍ତ୍ରଣ ରଖିବେ, ଧନର ଆଗମନ, କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ ।

ଶୁଭରଙ୍ଗ : ରୁପେଲି ଓ ଧଳା ।

ସିଂହ :ତୃତୀୟ ଚନ୍ଦ୍ର, ଘାତବାର ଯୋଗୁ ଆତ୍ମ ବିଶ୍ୱାସ ବୃଦ୍ଧି ପାଇବ, ମନରେ ସାମାନ୍ୟ ଦୃଢ଼ତା ଲାଗି ରହିବ, ଯାତ୍ରା ନିଷେଧ, କାର୍ଯ୍ୟକ୍ଷେତ୍ରରେ ବାଧା ବିଘ୍ନ ଘଟିପାରେ, ଯାନ ବାହନ ପ୍ରତି ସତର୍କତା ଅବଲମ୍ବନ କରିବେ, ଋଣ ଦବାନବାରେ ସତର୍କତା, ଶରୀରରେ କ୍ଳାନ୍ତି ଦେଖା ଦେଇପାରେ, ପରିବାରରେ କହଳ ଦେଖାଦେଇପାରେ ।

ଶୁଭରଙ୍ଗ : ସୁନେଲି ଓ ହଳଦିଆ ।

କନ୍ୟା :ଦ୍ୱିତୀୟଚନ୍ଦ୍ର, ଘାତବାର ଯୋଗୁ ଆୟଠାରୁ ବ୍ୟୟ ଅଧିକ ରହିବ, କଥାବାର୍ତ୍ତାରେ ସଂଯମତା ଆବଶ୍ୟକ, ଶତ୍ରୁବୃଦ୍ଧି ହେବେ, ମନରେ ଅସ୍ଥିରତା, ବିନିଯୋଗ କରନ୍ତୁ ନାହିଁ, ଧୈର୍ଯ୍ୟର ସହ କାର୍ଯ୍ୟ କରନ୍ତୁ, ସହକର୍ମୀଙ୍କ ସହ ବିବାଦ ହୋଇପାରେ, ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ମାନେ ସାମାନ୍ୟ ବିଫଳ ହୋଇପାରନ୍ତି, ସତର୍କ ରହିବେ ।

ଶୁଭରଙ୍ଗ : ସବୁଜ ଓ କ୍ରୀମ୍ ।

ତୁଳା :ଶ୍ରୀଚନ୍ଦ୍ର ଯୋଗୁ ଆତ୍ମ ବିଶ୍ୱାସ ବୃଦ୍ଧି ପାଇବ, କର୍ମକ୍ଷେତ୍ରରେ ଆପଣଙ୍କର ପ୍ରତିଷ୍ଠା ବଢ଼ିବ, ବ୍ୟବସାୟରେ ଉନ୍ନତି, ଆର୍ଥିକ ଉନ୍ନତି, ଆୟ ବୃଦ୍ଧି ହେବ, ଶରୀର ସୁସ୍ଥ ରହିବ, କାର୍ଯ୍ୟ କ୍ଷେତ୍ରରେ ସଫଳତା, ରାଜନୀତି କ୍ଷେତ୍ରରେ ଉନ୍ନତି, ମନ ପ୍ରସନ୍ନ ରହିବ, ନୂତନ ଦ୍ରବ୍ୟ ଲାଭ ।

ଶୁଭରଙ୍ଗ : ଧଳା ଓ ଗୋଲାପି ।

ବିଛା : ଦ୍ୱାଦଶଚନ୍ଦ୍ର ଯୋଗୁ ମନରେ ସାମାନ୍ୟ ଅସ୍ଥିରତା ଲାଗି ରହିବ, ଆୟଠାରୁ ବ୍ୟୟ ଅଧିକ ରହିବ, ବିନିଯୋଗରୁ ଦୂରେଇ ରୁହନ୍ତୁ, କର୍ମକ୍ଷେତ୍ରରେ ଶତ୍ରୁବୃଦ୍ଧି ହୋଇପାରନ୍ତି, ଅଯଥା ଯୁକ୍ତି ତର୍କରୁ ଦୂରେଇ ରୁହନ୍ତୁ, ଶରୀରରେ କ୍ଳାନ୍ତି ଦେଖା ଦେଇପାରେ, ସ୍ୱାସ୍ଥ୍ୟ ପ୍ରତି ସତର୍କତା ଅବଲମ୍ବନ କରିବେ ।

ଶୁଭରଙ୍ଗ : ଲାଲ ଓ ଧଳା ।

ଧନୁ :ଏକାଦଶଚନ୍ଦ୍ର ଯୋଗୁ ମାନସିକ ପ୍ରସନ୍ନତା, ଇଚ୍ଛା ପୂରଣ ହେବ, ଆର୍ଥିକ ଲାଭ, ଧନ ଆଗମନ ହେବ, ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ, ବିନିଯୋଗରୁ ଲାଭ ମିଳିପାରେ, ଚାକିରୀ କ୍ଷେତ୍ରରେ ପଦୋନ୍ନତି, ସମାଜରେ ସମ୍ମାନ ବୃଦ୍ଧି, ଧାର୍ମିକ କାର୍ଯ୍ୟରେ ଯୋଗଦାନ ଦେବେ, ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ମାନେ ଉପକୃତ ହେବେ ।

ଶୁଭରଙ୍ଗ : ସୁନେଲି ଓ ଧଳା ।

ଅଧିକ ପଢ଼ନ୍ତୁ :-  Shani Vakri: ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ଏହି ୩ରାଶିର ବ୍ୟକ୍ତି, କଷ୍ଟ ଦେବେ ଶନିଙ୍କ ଓଲଟା ଚାଲି​​​​​​​

ମକର :ଦଶମଚନ୍ଦ୍ର ଯୋଗୁ କର୍ମ କ୍ଷେତ୍ରରେ ସଫଳତା, ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ, ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହଯୋଗ ପ୍ରାପ୍ତି, କୌଣସି ଶୁଭ ଖବର ମିଳିପାରେ, ଲୋକପ୍ରିୟତା ବୃଦ୍ଧି ହେବ, ମନ ପ୍ରଫୁଲ ରହିବ, ପିତାମାତାଙ୍କ ସହଯୋଗ ମିଳିବ, ଶରୀର ଉତ୍ତମ ରହିବ ।

ଶୁଭରଙ୍ଗ : ନୀଳ ଓ କ୍ରୀମ୍ ।

କୁମ୍ଭ :ନବମ ଚନ୍ଦ୍ରଯୋଗୁ ଭାଗ୍ୟରେ ସହଯୋଗ ମିଳିପାରେ, ମାନସିକ ସ୍ଥିରତା, ମନରେ ଧାର୍ମିକ ଭାବନା ବୃଦ୍ଧି ପାଇବ, ଯାତ୍ରା କରିପାରନ୍ତି, କର୍ମ କ୍ଷେତ୍ରରେ ଉନ୍ନତି, ଚାକିରୀ କ୍ଷେତ୍ରରେ ପଦୋନ୍ନତି, ପୁରୁଣା ସମସ୍ୟା ଦୂର ହେବ, ଆକସ୍ମିକ ଧନ ଲାଭ, ଶରୀର ଉତ୍ତମ ରହିବ ।

ଶୁଭରଙ୍ଗ : ନୀଳ ଓ କ୍ରୀମ୍ ।

ମୀନ :ଅଷ୍ଟମଚନ୍ଦ୍ର ଯୋଗୁ ସ୍ୱାସ୍ଥ୍ୟ ପ୍ରତି ସତର୍କ ରହିବେ, ପେଟ ଜନିତ ସମସ୍ୟା ଦେଖାଦେଇପାରେ, ଯାନବାହନ ପ୍ରତି ସତର୍କତା, ଦୁର୍ଘଟଣା ଭୟ, କାମରେ ବାଧା ବିଘ୍ନ ଘଟିପାରେ, ଶତ୍ରୁ ବୃଦ୍ଧି ହୋଇପାରନ୍ତି, ଧନ ହାନି, ଗୁପ୍ତ ଧନ ଯୋଗ, ନିଜର ବାଣୀ ଉପରେ ନିୟନ୍ତ୍ରଣ ରଖିବେ ।

ଶୁଭରଙ୍ଗ : ଗେରୁଆ ଓ ହଳଦିଆ ।

ଜ୍ୟୋତିର୍ବିଦ୍ : ଅନାମିକା,

ଯୋଗାଯୋଗ : ୯୭୭୭୭୧୧୭୩୩