ମେଷ :ଷଷ୍ଠ ଚନ୍ଦ୍ର ଓ ରବି ଚନ୍ଦ୍ର ଉଭୟଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ରୋଗ, ଋଣ, ଦୁଃଖ, ଶୋକ, କ୍ଳେଶ ଓ ମାନସିକ ଅବସାଦରୁ ସାମୟିକ ମୁକ୍ତି ମିଳିବ ଏବଂ ଦେହ, ମନ ସୁସ୍ଥ ରହିବ । ମନରେ ପ୍ରସନ୍ନତା, ଚାଲିଚଳନରେ ସଂଯମତା, ବଚନରେ ମଧୁରତା ଏବଂ ସମସ୍ତ କର୍ମରେ ସ୍ୱଚ୍ଛତା ଓ ସମୟାନୁବର୍ତ୍ତିତା ଆପଣାଇବେ । ପରୋପକାର, ସମାଜସେବା, ଧାର୍ମିକ କର୍ମରେ ଅଧିକ ଆଗ୍ରହ ରହିବ ଏବଂ କୌଣସି ସଭା କିମ୍ବା ସଙ୍ଗଠନର ନେତୃତ୍ୱ ମିଳିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ନୂତନ ବ୍ୟବସାୟର ସୁଯୋଗ ଜୁଟିବ । କର୍ମରେ ସଫଳତା ଓ କର୍ମସ୍ଥାନର ସମସ୍ତ ବାଧାବିଘ୍ନ ଓ ପ୍ରତିବନ୍ଧକ ଦୂର ହେବ । ଯେଉଁମାନଙ୍କର ଦ୍ୱିଜା ମେଷ, ସେମାନେ ସୁଫଳ ପାଇବେ ।

ଶୁଭ ରଙ୍ଗ : ଗେରୁଆ, ସଂଖ୍ୟା : ୬, ଆରାଧନା : ପ୍ରଭୁ ହନୁମାନ ।

ବୃଷ :ଘାତଚନ୍ଦ୍ର ଅପରାହ୍ଣ ୧ଟା ୪୧ ମିନିଟ୍ ପରେ ଘାତ ନକ୍ଷତ୍ର ଯୋଗୁ ବାଦବିବାଦ, ସ୍ୱାସ୍ଥ୍ୟ, ଆର୍ଥିକ କାରବାର କଲାବେଳେ ସତର୍କତା ଅବଲମ୍ବନ କରିବେ ଏବଂ ପୁତ୍ରକନ୍ୟା, ପିତାମାତାଙ୍କ ସହ କଥାବାର୍ତ୍ତା ବେଳେ ଯଥା ସମ୍ଭବ ବାକ୍ ସଂଯମତା ରକ୍ଷା କରିବେ । ବିଦ୍ୟା, ବୁଦ୍ଧି, ଜ୍ଞାନ, ଗରିମା ଲୋପ୍ ପାଇବ ଏବଂ ଅପମାନ, ଅପଯଶ ଓ ଅପନିନ୍ଦା ମିଳିବ । ମନ ଅସ୍ଥିର, ବିଷାଦଗ୍ରସ୍ତ, ଚାପଗ୍ରସ୍ତ ରହିବ ଏବଂ ଶାରୀରିକ ପୀଡ଼ା ଭୋଗିବେ । ସନ୍ତାନମାନେ ବିଶୃଙ୍ଖଳିତ ହେବେ ଏବଂ ପୈତୃକ ସମ୍ପତ୍ତିକୁ ନେଇ ବିବାଦ ଦେଖାଦେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ପହଞ୍ଚିବ ଏବଂ କର୍ମରେ ବିଫଳତା ଓ ସମ୍ମାନ ହାନି ଘଟିବ । ଯେଉଁମାନଙ୍କର କୃତ୍ତିକା ଓ ରୋହିଣୀ ବୃଷ, ସେମାନେ ସତର୍କ ହେବେ ।

ଶୁଭ ରଙ୍ଗ : ସିଲ୍ଭର, ସଂଖ୍ୟା : ୧୨, ଆରାଧନା : ମା’ କମଳା ।

ମିଥୁନ :ଚତୁର୍ଥ ଚନ୍ଦ୍ର, ଶୁକ୍ରବାର ଓ ରବିଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ଗୁରୁଜନଙ୍କ କୃପା, କ୍ଷମତାଶାଳୀ ବ୍ୟକ୍ତିଙ୍କ ସହାୟତା ଏବଂ ରାଜନୈତିକ ବ୍ୟକ୍ତିଙ୍କ ଶୁଭଦୃଷ୍ଟିରେ ରହିବେ । ମନରେ ଉନ୍ନତ ଚିନ୍ତାଧାରା, ଉଚ୍ଚାଭିଳାଷ ପ୍ରକାଶ ପାଇବ ଏବଂ ଉନ୍ନତିମୂଳକ କର୍ମରେ ଧ୍ୟାନ ଅଧିକ ରହିବ । ମୂଲ୍ୟବାନ ଧାତୁ, ଭୂମି, ଯାନବାହନ କ୍ରୟ କରିବେ ଏବଂ ଉନ୍ନତିମୂଳକ କର୍ମରେ ଧନର ବିନିଯୋଗ କରିବେ । ପାରିବାରିକ ବିବାଦ, ଜମିଜମା ବିବାଦର ସମାଧାନ ହେବ ଏବଂ ମାଲିମକଦ୍ଦମାରେ ବିଜୟ ହାସଲ କରିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ସହକର୍ମୀଙ୍କ ସହଯୋଗ ମିଳିବ । ଯେଉଁମାନଙ୍କର ମୃଗଶିରା ମିଥୁନ, ସେମାନେ ସୁଫଳ ପାଇବେ ।

ଶୁଭ ରଙ୍ଗ : ମେରୁନ୍, ସଂଖ୍ୟା : ୮, ଆରାଧନା : ମା’ ଛିନ୍ନମସ୍ତା ।

କର୍କଟ :ତୃତୀୟ ଚନ୍ଦ୍ର ଓ ରବି ଚନ୍ଦ୍ର ଉଭୟଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ଆର୍ଥିକ ସ୍ଥିତିରେ ସୁଧାର ଆସିବ ଏବଂ ପୂର୍ବରୁ ହୋଇଥିବା କ୍ଷତିର ଭରଣା କରିବାରେ କିଛି ମାତ୍ରାରେ ସକ୍ଷମ ହେବେ । ସ୍ୱଜନ, ପରିଜନ, ବନ୍ଧୁବାନ୍ଧବଙ୍କ ସହଯୋଗ ମିଳିବ ଏବଂ ଭାଇଭଉଣୀଙ୍କ ପ୍ରତି ସ୍ନେହ, ଶ୍ରଦ୍ଧା ଓ ଆନ୍ତରିକତା ଅଧିକ ରହିବ । ମନରେ ଦୃଢ଼ ଉଚ୍ଚାଶକ୍ତି, ଆତ୍ମବିଶ୍ୱାସ ପ୍ରକାଶ ପାଇବ ଏବଂ ମନୋବଳ ଦୃଢ଼ ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ସମସ୍ତ କର୍ମରେ ଆପଣଙ୍କର କର୍ମକୁଶଳତା, କର୍ମତତ୍ପରତା ଓ କାର୍ଯ୍ୟଦକ୍ଷତା ପ୍ରକାଶ ପାଇବ । ଯେଉଁମାନଙ୍କର ପୁଷ୍ୟା ଓ ଅଶ୍ଳେଷା କର୍କଟ, ସେମାନେ ସୁଫଳ ପାଇବେ ।

ଶୁଭ ରଙ୍ଗ : ଧଳା, ସଂଖ୍ୟା : ୫, ଆରାଧନା : ମା’ ସମଲେଶ୍ୱରୀ ।

ସିଂହ :କୃଷ୍ଣପକ୍ଷର ଦ୍ୱିତୀୟ ଚନ୍ଦ୍ର ଯୋଗୁ ଧନକ୍ଷତି, ମାନସିକ ଅସ୍ଥିରତା, ପରିବାରରେ ମନୋମାଳିନ୍ୟ, ସ୍ୱଜନରେ ବିବାଦ, ପଡ଼ୋଶୀଙ୍କ ସହ ତିକ୍ତତା ଏବଂ ଆର୍ଥିକ ଠକାମିରେ ପଡ଼ିବେ । ମନ ଅସ୍ଥିର, ବିଷାଦଗ୍ରସ୍ତ ରହିବ ଏବଂ ଶାରୀରିକ ପୀଡ଼ା ଭୋଗିବେ । ମୂଲ୍ୟବାନ ପଦାର୍ଥ ନଷ୍ଟ କିମ୍ବା ହଜିଯାଇପାରେ ଏବଂ ଧନକୁ ନେଇ ବିବାଦ ଓ ମାଲିମକଦ୍ଦମାରେ ପଡ଼ିପାରନ୍ତି । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ପହଞ୍ଚିବ ଏବଂ କର୍ମରେ ବିଫଳତା ଓ କର୍ମପ୍ରତି ଅନାଗ୍ରହ ଭାବ ପ୍ରକାଶ ପାଇବ । ଯେଉଁମାନଙ୍କର ପୂର୍ବା ଫାଲ୍ଗୁନୀ ସିଂହ, ସେମାନେ ସତର୍କ ହେବେ ।

ଶୁଭ ରଙ୍ଗ : ଲାଲ, ସଂଖ୍ୟା : ୩, ଆରାଧନା: ମା’ ମାଣିକେଶ୍ୱରୀ ।

କନ୍ୟା :ଶ୍ରୀଚନ୍ଦ୍ର, ଶୁକ୍ରବାର ଯୋଗୁ ଧନ, ମାନ, ସମ୍ମାନ, ସ୍ୱଜନରେ ସୁସମ୍ପର୍କ, ପରିବାରରେ ସୁଖଶାନ୍ତି, ଲକ୍ଷ୍ମୀଙ୍କର କୃପା ଏବଂ ସୁଖାଦ୍ୟ, ସୁବସନ ପ୍ରାପ୍ତି ହେବ । ପରୋପକାର, ସମାଜସେବା, ଧାର୍ମିକ କର୍ମରେ ଅଧିକ ଆଗ୍ରହ ରହିବ ଏବଂ ଗୁରୁଜନଙ୍କ ପ୍ରତି ସମ୍ମାନ, ଲଘୁଜନଙ୍କ ପ୍ରତି ସ୍ନେହ, ଶ୍ରଦ୍ଧା ଓ ଆନ୍ତରିକତା ଅଧିକ ରହିବ । ଆମୋଦପ୍ରମୋଦ, ମଉଜ ମଜଲିସ୍ରେ ଅଧିକ ଆଗ୍ରହ ରହିବ ଏବଂ ପରିବାରରେ ସ୍ୱର୍ଗୀୟ ସୁଖ ଅନୁଭୂତ ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଯାହାହେଲେ ମଧ୍ୟ ମନରେ ଆତ୍ମସନ୍ତୋଷ ଓ ଆତ୍ମତୃପ୍ତି ରହିବ । କର୍ମରେ ସ୍ୱଳ୍ପ ପରିଶ୍ରମରେ ଅଧିକ ସଫଳତା ମିଳିବ । ଯେଉଁମାନଙ୍କର ଚିତ୍ରା କନ୍ୟା, ସେମାନେ ସୁଫଳ ପାଇବେ ।

ଶୁଭ ରଙ୍ଗ : ସବୁଜ, ସଂଖ୍ୟା : ୧୨, ଆରାଧନା : ମା’ ଷୋଡ଼ଶୀ ।

ତୁଳା :ଦ୍ୱାଦଶ ଚନ୍ଦ୍ର, ଶୁକ୍ରବାର, ସପ୍ତମୀ ତିଥି ଯୋଗୁ ଅପବ୍ୟୟ, ଅପବାଦ, ଅପଯଶରୁ ସାମୟିକ ମୁକ୍ତି ମିଳିବ ଏବଂ ଆୟର ନୂତନ ମାର୍ଗ ଖୋଲିବ । ଖର୍ଚ୍ଚପ୍ରତି ଅନାଗ୍ରହ, ସଂଚୟ ପ୍ରତି ମନରେ ଆଗ୍ରହ ପ୍ରକାଶ ପାଇବ ଏବଂ ଆୟର କିଛି ଅଂଶ ସଂଚୟରେ ବିନିଯୋଗ କରିବେ । କୁସଙ୍ଗ ପରିତ୍ୟାଗ କରି ସତ୍ସଙ୍ଗରେ ପଡ଼ିବେ ଏବଂ ନିଜକୁ ଧାର୍ମିକ କର୍ମରେ ସାମିଲ୍ କରିବେ । ନୂତନ କର୍ମାରମ୍ଭ, ବ୍ୟବସାୟ ଆରମ୍ଭ, ବିଦେଶ ଯାତ୍ରାର ସୁଯୋଗ ଜୁଟିବ ଏବଂ ବିଭିନ୍ନ ଉତ୍ସରୁ ଧନପ୍ରାପ୍ତି ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ସମସ୍ତ କର୍ମ ଆପଣଙ୍କ ପାଇଁ ସହଜ ହେବ । ଯେଉଁମାନଙ୍କର ଚିତ୍ରା ତୁଳା, ସେମାନେ ସୁଫଳ ପାଇବେ ।

ଶୁଭ ରଙ୍ଗ : ନୀଳ, ସଂଖ୍ୟା : ୨, ଆରାଧନା : ମା’ କମଳା ।

ବିଛା :ଏକାଦଶ ଚନ୍ଦ୍ର, ଘାତବାର ଏବଂ ରବି ଓ ଚନ୍ଦ୍ର ଉଭୟଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ଘାତବାରର ପ୍ରଭାବ ରହିବ ନାହିଁ । ଭାଗ୍ୟରେ, କର୍ମରେ, ଆର୍ଥିକ ଅବସ୍ଥାରେ ଉନ୍ନତି ଆସିବ ଏବଂ ଧନ, ସମ୍ପଦ ବୃଦ୍ଧି ପାଇବ । ଆକସ୍ମିକ ଧନଲାଭ, କୌଣସି ବିଶେଷ ସୂତ୍ରରୁ ଧନପ୍ରାପ୍ତି ଏବଂ ଅନ୍ୟକୁ ଦେଇଥିବା ଧନ ଓ ହୃତଧନ ଫେରିପାଇବେ । ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ ସମର୍ଥ ହେବେ ଏବଂ ବ୍ୟବସାୟରେ, ଆୟରେ ଉନ୍ନତି ଆଣିବା ପାଇଁ ଯୋଜନା କରିବେ । ଆୟର ମାର୍ଗ ଅତି ଉତ୍ତମ ହେବ ଏବଂ ନୂତନ ଭୂମି, ଯାନବାହନ ଓ ମୂଲ୍ୟବାନ ଧାତୁ କ୍ରୟ କରିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ନୂତନ ବ୍ୟବସାୟର ସୁଯୋଗ ଜୁଟିବ । କର୍ମରେ ସଫଳତା ଓ କର୍ମସ୍ଥାନର ସମସ୍ତ ସୁବିଧାସୁଯୋଗ ହାସଲ କରିବେ । ଯେଉଁମାନଙ୍କର ଅନୁରାଧା ବିଛା, ସେମାନେ ସୁଫଳ ପାଇବେ ।

ଶୁଭ ରଙ୍ଗ : ଲାଲ, ସଂଖ୍ୟା : ୬, ଆରାଧନା : ମା’ ବଗଳାମୁଖୀ ।

ଧନୁ :ଦଶମ ଚନ୍ଦ୍ର ଓ ଘାତବାର ଯୋଗୁ ସମସ୍ତ କର୍ମରେ ଶୁଭଫଳ ମିଳିଲେ ମଧ୍ୟ ମନରେ ଆତ୍ମସନ୍ତୋଷ ଓ ଆତ୍ମତୃପ୍ତି ରହିବ ନାହିଁ । ଭାଗ୍ୟ ଅପେକ୍ଷା କର୍ମରେ ଅଧିକ ଗୁରୁତ୍ୱ ଓ ବିଶ୍ୱାସ ରହିବ ଏବଂ କର୍ମପ୍ରତି ଏକାଗ୍ରତା ଓ ଆନ୍ତରିକତା ଅଧିକ ରହିବ । ଆଜି ଯେକୌଣସି କର୍ମ କରିବେ, ସେଥିରେ ଶତପ୍ରତିଶତ ସଫଳତା ପାଇବେ ଏବଂ ସମସ୍ତ କର୍ମ ଆଜି ଆପଣଙ୍କ ପାଇଁ ସହଜ ହେବ । ମନରେ ସତ୍ଚିନ୍ତା, ସତ୍ଭାବନା ପ୍ରକାଶ ପାଇବ ଏବଂ ସତ୍କର୍ମରେ ଅଧିକ ଆଗ୍ରହ ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ ଏବଂ କର୍ମରେ ସଫଳତା ମିଳିଲେ ମଧ୍ୟ କିଛି ସମସ୍ୟା ଦେଖାଦେବ । ଯେଉଁମାନଙ୍କର ପୂର୍ବାଷାଢ଼ା ଧନୁ, ସେମାନେ ସୁଫଳ ପାଇବେ ।

ଶୁଭ ରଙ୍ଗ : ହଳଦିଆ, ସଂଖ୍ୟା : ୫, ଆରାଧନା : ପ୍ରଭୁ ହନୁମାନ ।

ମକର :କୃଷ୍ଣପକ୍ଷର ନବମ ଚନ୍ଦ୍ର ଯୋଗୁ ମାନ, ସମ୍ମାନ ହାନି, ମାନସିକ ଦୁଶ୍ଚିନ୍ତା, ପରିବାରରେ ମନୋମାଳିନ୍ୟ, ସ୍ୱଜନରେ ବିବାଦ, ପଡ଼ୋଶୀଙ୍କ ସହ ତିକ୍ତତା ଏବଂ ନିଜର ପ୍ରିୟ ବନ୍ଧୁ କିମ୍ବା ପୁରାତନ ବନ୍ଧୁଙ୍କଠାରୁ ଅପମାନ ମିଳିପାରେ । ମନ ବିଷାଦଗ୍ରସ୍ତ ରହିବ ଏବଂ ଶାରୀରିକ ପୀଡ଼ା ଭୋଗିବେ । ମୂଲ୍ୟବାନ ପଦାର୍ଥ ନଷ୍ଟ କିମ୍ବା ହଜିଯାଇପାରେ କିମ୍ବା ଆର୍ଥିକ ଠକାମିରେ ପଡ଼ିପାରନ୍ତି । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ପହଞ୍ଚିବ ଏବଂ କର୍ମରେ ବିଫଳତା ଓ ପଦସ୍ଥ ଅଧିକାରୀଙ୍କ ରୋଷର ଶିକାର ହେବେ । ଯେଉଁମାନଙ୍କର ଉତ୍ତରାଷାଢ଼ା ଓ ଶ୍ରବଣା ମକର, ସେମାନେ ସତର୍କ ହେବେ ।

ଶୁଭ ରଙ୍ଗ : କଳା, ସଂଖ୍ୟା : ୬, ଆରାଧନା : ମା’ କାଳୀ ।

କୁମ୍ଭ :ଅଷ୍ଟମ ଚନ୍ଦ୍ର, ସକାଳ ୭ଟା ୦୬ ମିନିଟ୍ ପରେ ବିଷ୍ଟିକରଣ ଯୋଗୁ ମନରେ ଅସ୍ଥିରତା, ପରିବାରରେ ମନୋମାଳିନ୍ୟ, ସ୍ୱଜନରେ ବିବାଦ, ପଡ଼ୋଶୀଙ୍କ ସହ ତିକ୍ତତା ଏବଂ ଶାରୀରିକ ପୀଡ଼ା ଭୋଗିବେ । ଚାଲିଚଳନ, ବ୍ୟବହାର, କଥାବାର୍ତ୍ତା ବିବାଦୀୟ ହେବ ଏବଂ ଶାରୀରିକ ପୀଡ଼ା ଭୋଗିବେ । ସମସ୍ତ କର୍ମରେ ଭୁଲ୍ ନିଷ୍ପତ୍ତି ନେବେ ଏବଂ ବିନା କାରଣରେ ବହୁତ ବ୍ୟସ୍ତ ରହିବେ । ଅଯଥା ଖର୍ଚ୍ଚ, ବୃଥା ଭ୍ରମଣ ଲାଗି ରହିବ ଏବଂ ଆର୍ଥିକ ସ୍ଥିତି ବିଗିଡ଼ିଯିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟଠାରୁ ବ୍ୟୟ ଅଧିକ ହେବ ଏବଂ କର୍ମରେ ବିଫଳତା ଏବଂ ବାଧାବିଘ୍ନ ଲାଗି ରହିବ । ଯେଉଁମାନଙ୍କର ଶତଭିଷା ଓ ପୂର୍ବଭାଦ୍ର କୁମ୍ଭ, ସେମାନେ ସତର୍କ ହେବେ ।

ଶୁଭ ରଙ୍ଗ : ମାଟିଆ, ସଂଖ୍ୟା : ୧୧, ଆରାଧନା : ମା’ ଭୈରବୀ ।

ମୀନ :ଘାତବାର, ସପ୍ତମ ଚନ୍ଦ୍ର, ସକାଳ ୭ଟା ୦୬ ମିନିଟ୍ ପରେ ସପ୍ତମୀ ତିଥି ଓ ରବି, ଚନ୍ଦ୍ର ଉଭୟଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ଘାତବାରର ପ୍ରଭାବ ରହିବ ନାହିଁ । ଅସମ୍ଭବକୁ ସମ୍ଭବ କରିବାରେ ସମର୍ଥ ହେବେ ଏବଂ ସମସ୍ତ ଆଶା, ଆକାଂକ୍ଷା ଓ ଅଭିଳାଷ ପୂର୍ଣ୍ଣ ହେବ । ମୂଲ୍ୟବାନ ବସ୍ତୁ, ବସନଭୂଷଣ, ସୌଖୀନ ଘରୋଇ ଉପକରଣ କ୍ରୟ କରିବେ ଏବଂ ଆମୋଦପ୍ରମୋଦରେ ଅଧିକ ଧନ ବିନିଯୋଗ କରିବେ । ମନରେ ପ୍ରସନ୍ନତା, ଚାଲିଚଳନରେ ସଂଯମତା, ଦାମ୍ପତ୍ୟ ଜୀବନରେ ମଧୁରତା ଏବଂ ସମସ୍ତଙ୍କର ମନ ଜିଣିବାରେ ସମର୍ଥ ହେବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା, ଉଚ୍ଚ ସମ୍ମାନ, ଉଚ୍ଚ ପଦବୀ ପ୍ରାପ୍ତ ହେବ । ଯେଉଁମାନଙ୍କର ଉତ୍ତରଭାଦ୍ର ଓ ରେବତୀ ମୀନ, ସେମାନେ ଉପକୃତ ହେବେ ।

ଶୁଭ ରଙ୍ଗ : ଗୋଲାପି, ସଂଖ୍ୟା : ୭, ଆରାଧନା : ମା’ ଧୂମାବତୀ ।

ଜ୍ୟୋତିର୍ବିଦ୍ : କୈଳାସ ଦାଶ

ଯୋଗାଯୋଗ : ୯୪୩୭୧୩୩୪୭୩