ପ୍ରମୂଖ ଖବର

ମଙ୍ଗଳବାର ରାଶିଫଳ; କର୍ମରେ ବିଫଳତା ଓ ସମସ୍ତ କର୍ମ କଣ୍ଟକ ସଦୃଶ ମନେ ହେବ ...

Published By : Prameya | April 28, 2025 10:38 PM

ମେଷ : ଶୁକ୍ଳପକ୍ଷର ଦ୍ୱିତୀୟଚନ୍ଦ୍ର ଯୋଗୁ ଏବଂ ମଙ୍ଗଳବାର ରବିଙ୍କ ନକ୍ଷତ୍ରଭୋଗ ହେଉଥିବାରୁ ଧନ, ସମ୍ପଦ ବୃଦ୍ଧି ପାଇବ ଏବଂ ବିଭିନ୍ନ ଉତ୍ସରୁ ଧନପ୍ରାପ୍ତି ହେବ । ଖର୍ଚ୍ଚପ୍ରତି ଅନାଗ୍ରହ ଓ ସଞ୍ଚୟ ପ୍ରତିମନରେ ଆଗ୍ରହ ପ୍ରକାଶ ପାଇବ ଏବଂ ଧନର ସତ୍‌ବିନିଯୋଗ କରିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତିଉତ୍ତମ ହେବ ଏବଂ ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ । କର୍ମରେ ସଫଳତା ମିଳିଲେ ମଧ୍ୟ କିଛି ସମସ୍ୟା ଦେଖାଦେବ । ଯେଉଁ ମାନଙ୍କର ଦ୍ୱିଜାମେଷ, ସେମାନେ ସୁଫଳ ପାଇବେ । ଶୁଭରଙ୍ଗ : ଗେରୁଆ, ସଂଖ୍ୟା : ୬, ଆରାଧନା : ପ୍ରଭୁ ହନୁମାନ ।

ବୃଷ : ଶ୍ରୀଚନ୍ଦ୍ର ଯୋଗୁ ମନରେ ପ୍ରସନ୍ନତା, ପରିବାରରେ ସୁଖଶାନ୍ତି, ସ୍ୱଜନରେ ସୁସମ୍ପର୍କ, ପଡ଼ୋଶୀଙ୍କ ସାହାଯ୍ୟ, ସହଯୋଗ ଏବଂ ସମସ୍ତଙ୍କର ପ୍ରଶଂସାର ପାତ୍ର ହେବେ । ପୁତ୍ର, କନ୍ୟା, ଭ୍ରାତୃ, ଭଗ୍ନୀଙ୍କ ବୈବାହିକ କର୍ମର ଆୟୋଜନ କରିବେ କିମ୍ବା କୌଣସି ବୈବାହିକ କର୍ମରେ ଯୋଗ ଦେବେ । ଆମୋଦ ପ୍ରମୋଦ, ମଉଜ ମଜଲିସରେ ଅଧିକ ଆଗ୍ରହ ରହିବ ଏବଂ ଚାଲିଚଳନ, ବ୍ୟବହାର, କଥାବାର୍ତ୍ତା ମାର୍ଜିତ ଓ ସର୍ବଜନ ଆଦୃତ ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ସହକର୍ମୀଙ୍କ ସହଯୋଗ ମିଳିବ । ଯେଉଁ ମାନଙ୍କର ରୋହିଣୀ ଓ ମୃଗଶିରା ବୃଷ, ସେମାନେ ଉପକୃତ ହେବେ ।ଶୁଭରଙ୍ଗ : ନୀଳ, ସଂଖ୍ୟା : ୪, ଆରାଧନା : ମା’ କମଳା ।

ମିଥୁନ : ଦ୍ୱାଦଶଚନ୍ଦ୍ର ଯୋଗୁ ଆୟ ପାଞ୍ଚ ଟଙ୍କା ହେଲେ ବ୍ୟୟ ପଚିଶ ଟଙ୍କା ହେବ ଏବଂ ଅଯଥା ଖର୍ଚ୍ଚ, ବଦ୍‌ଖର୍ଚ୍ଚ ବୃଦ୍ଧି ପାଇବ । ମନରେ ଅସ୍ଥିରତା, ପରିବାରରେ ମନୋମାଳିନ୍ୟ ଏବଂ ଠିକ୍‌ ସମୟରେ ଠିକ୍‌ ନିଷ୍ପତ୍ତି ନେବାରେ ଅସମର୍ଥ ହେବେ । ମନ ଅସ୍ଥିର ଓ ବିଷାଦଗ୍ରସ୍ତ ରହିବ ଏବଂ ସମୟରେ ଠିକ୍‌ ନିଷ୍ପତ୍ତି ନେବାରେ ଅସମର୍ଥ ହେବେ । ଚାଲିଚଳନ,ବ୍ୟବହାର ବିବାଦୀୟ ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଠାରୁ ବ୍ୟୟ ଅଧିକ ହେବ ଏବଂ କର୍ମରେ ବିଫଳତା ଓ ସମସ୍ତ କର୍ମରେ ଅଯଥା ବିଳମ୍ବ ଦେଖାଦେବ । ଯେଉଁ ମାନଙ୍କର ଆର୍ଦ୍ରା ମିଥୁନ, ସେମାନେ ସତର୍କ ହେବେ । ଶୁଭରଙ୍ଗ : କଫି, ସଂଖ୍ୟା : ୧୨, ଆରାଧନା : ଭଗବାନ ବିଷ୍ଣୁ ।

କର୍କଟ : ଏକାଦଶ ଚନ୍ଦ୍ର, ମଙ୍ଗଳବାର ଏବଂ ରବି, ଚନ୍ଦ୍ର ଉଭୟଙ୍କ ନକ୍ଷତ୍ରଭୋଗ ହେଉଥିବାରୁ ମନରେ ଉନ୍ନତ ଚିନ୍ତାଧାରା, ଉଚ୍ଚାଭିଳାଷ ପ୍ରକାଶ ପାଇବ ଏବଂ ଉନ୍ନତିମୂଳକ କର୍ମରେ ଧ୍ୟାନ ଅଧିକ ରହିବ । ନୂତନ ବ୍ୟବସାୟ ଆରମ୍ଭ କିମ୍ବା ବିଦେଶ ଯାତ୍ରାର ସୁଯୋଗ ଜୁଟିବ ଏବଂ ମୂଲ୍ୟବାନ ଧାତୁ, ଭୂମି ଓ ଯାନବାହନ କ୍ରୟ କରିବେ । ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ ସମର୍ଥ ହେବେ ଏବଂ ଆୟର କିଛି ଅଂଶ ସ୍ଥାୟୀ ଜମା ରଖିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତିଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ପଦବୀ ମିଳିବ । ଯେଉଁ ମାନଙ୍କର ପୁନର୍ବସୁ ଓ ଅଶ୍ଳେଷା କର୍କଟ, ସେମାନେ ଉପକୃତ ହେବେ ।ଶୁଭରଙ୍ଗ : ଧଳା, ସଂଖ୍ୟା : ୭, ଆରାଧନା : ମା’ ମାତଙ୍ଗୀ ।

ସିଂହ : ଦଶମଚନ୍ଦ୍ର, ମଙ୍ଗଳବାର ଏବଂ ରବିଙ୍କ ନକ୍ଷତ୍ରଭୋଗ ହେଉଥିବାରୁ ଉନ୍ନତିମୂଳକ କର୍ମରେ ଧ୍ୟାନ ଅଧିକ ରହିବ ଏବଂ ମହତ୍‌ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିବେ । ମନରେ ଦୃଢ଼ ଆତ୍ମବିଶ୍ୱାସ ବୃଦ୍ଧି ପାଇବ ଏବଂ ମନୋବଳ ଦୃଢ଼ ରହିବ । ସମସ୍ତ କର୍ମରେ ଆଶା ଠାରୁ ଅଧିକ ସଫଳତା ମିଳିବ ଏବଂ ସମସ୍ତ କର୍ମରେ ସମୟାନୁବର୍ତ୍ତିତା ପ୍ରକାଶ ପାଇବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଯାହା ହେଲେ ମଧ୍ୟ ମନରେ ଆତ୍ମସନ୍ତୋଷ ଓ ଆତ୍ମତୃପ୍ତି ରହିବ । ଯେଉଁ ମାନଙ୍କର ପୂର୍ବା ଫାଲଗୁନୀ ସିଂହ, ସେମାନେ ଉପକୃତ ହେବେ ।ଶୁଭରଙ୍ଗ : ଲାଲ୍‌, ସଂଖ୍ୟା : ୧୧, ଆରାଧନା : ମା’ ମାଣିକେଶ୍ୱରୀ ।

କନ୍ୟା : ନବମ ଚନ୍ଦ୍ରଯୋଗୁ ଗୁରୁଜନଙ୍କ କୃପା, କ୍ଷମତାଶାଳୀ ବ୍ୟକ୍ତିଙ୍କ ସହାୟତା ଏବଂ ରାଜନୈତିକ ବ୍ୟକ୍ତିଙ୍କ ଶୁଭଦୃଷ୍ଟିରେ ରହିବେ । ପରୋପକାର, ସମାଜସେବା ଓ ଧାର୍ମିକ କର୍ମରେ ଅଧିକ ଆଗ୍ରହ ରହିବ ଏବଂ ମହତ୍‌ ବ୍ୟକ୍ତିଙ୍କ କୃପାଲାଭ କରିବେ । ଆର୍ଥିକସ୍ଥିତିରେ ଉନ୍ନତି ଦେଖାଦେବ ଏବଂ ଆୟର ନୂତନ ମାର୍ଗ ଖୋଲିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତିଉତ୍ତମ ହେବ ଏବଂ କର୍ମରେ ସଫଳତା, ଉଚ୍ଚ ସମ୍ମାନ, ଉଚ୍ଚ ପଦବୀ ମିଳିବ । ଯେଉଁ ମାନଙ୍କର ହସ୍ତା ଓ ଚିତ୍ରାକନ୍ୟା, ସେମାନେ ଉପକୃତ ହେବେ । ଶୁଭରଙ୍ଗ : ମେରୁନ୍‌, ସଂଖ୍ୟା : ୮, ଆରାଧନା : ମା’ ଛିନ୍ନମସ୍ତା ।

ତୁଳା : ଅଷ୍ଟମଚନ୍ଦ୍ର ଯୋଗୁ ଧନକ୍ଷତି, ମାନସିକ ଅସ୍ଥିରତା, ପରିବାରରେ ମନୋମାଳିନ୍ୟ, ସ୍ୱଜନରେ ବିବାଦ,ପଡ଼ୋଶୀଙ୍କ ସହ ତିକ୍ତତା ଏବଂ ଶାରୀରିକ ପୀଡ଼ା ଭୋଗିବେ । ସମସ୍ତ କର୍ମରେ ଭୁଲ୍‌ ନିଷ୍ପତ୍ତି ନେବେ ଏବଂ ବିନାକାରଣରେ ବହୁତ ବ୍ୟସ୍ତ ରହିବେ । ଅଯଥା ଖର୍ଚ୍ଚ, ବଦ୍‌ଖର୍ଚ୍ଚ ବୃଦ୍ଧି ପାଇବ ଏବଂ ଆର୍ଥିକସ୍ଥିତି ପ୍ରଭାବିତ ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଠାରୁ ବ୍ୟୟ ଅଧିକ ହେବ ଏବଂ କର୍ମରେ ବିଫଳତା ଓ ବାଧାବିଘ୍ନ ଲାଗି ରହିବ । ଯେଉଁ ମାନଙ୍କର ସ୍ୱାତୀ ତୁଳା, ସେମାନେ ସତର୍କ ହେବେ । ଶୁଭରଙ୍ଗ : ସିଲ୍‌ଭର, ସଂଖ୍ୟା : ୪, ଆରାଧନା : ପ୍ରଭୁ ଶ୍ରୀରାମ ।

ବିଛା : ଘାତଚନ୍ଦ୍ର ଯୋଗୁ ମନରେ ଅସ୍ଥିରତା, ପରିବାରରେ ମନୋମାଳିନ୍ୟ, ଦାମ୍ପତ୍ୟ ଜୀବନରେ ଝଡ଼ର ସୂତ୍ରପାତ ହେବ କିମ୍ବା ଧର୍ମପତ୍ନୀଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେବ । ମୂଲ୍ୟବାନ ପଦାର୍ଥ ନଷ୍ଟ କିମ୍ବା ହଜି ଯାଇପାରେ ଏବଂ ଆର୍ଥିକ ଠକାମିରେ ପଡ଼ିପାରନ୍ତି । ପରିଚିତ ମହିଳାଙ୍କ ସହ ବିବାଦ କିମ୍ବା ତାଙ୍କ ଠାରୁ ଅପମାନ ମିଳିପାରେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ ଏବଂ କର୍ମରେ ବିଫଳତା ଓ ସହକର୍ମୀଙ୍କ ବିରୋଧର ଶିକାର ହେବେ । ଯେଉଁ ମାନଙ୍କର ଅନୁରାଧା ବିଛା, ସେମାନେ ସତର୍କ ହେବେ । ଶୁଭରଙ୍ଗ : ହଳଦିଆ, ସଂଖ୍ୟା : ୬, ଆରାଧନା : ପ୍ରଭୁସ୍କନ୍ଦ ।

ଧନୁ : ଷଷ୍ଠଚନ୍ଦ୍ର, ମଙ୍ଗଳବାର ଏବଂ ରବିଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ମୂଲ୍ୟବାନ ଧାତୁ, ଭୂମି ଓ ଯାନବାହନ କ୍ରୟ କରିପାରନ୍ତି । ରୋଗ, ଋଣ, ଦୁଃଖ, ଶୋକ, କ୍ଳେଶ ଓ ମାନସିକ ଅବସାଦରୁ ମୁକ୍ତି ମିଳିବ ଏବଂ ଦେହ, ମନ ସୁସ୍ଥ ରହିବ । ଶତ୍ରୁ ମାନେ ମିତ୍ରତାର ହାତ ବଢ଼ାଇବେ ଏବଂ ଆପଣଙ୍କ ବକ୍ତବ୍ୟରେ ସମ୍ମୋହନର ଶକ୍ତି ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତିଉତ୍ତମ ହେବ ଏବଂ କର୍ମରେ ସଫଳତା ଓ କର୍ମସ୍ଥାନର ସମସ୍ତ ବାଧାବିଘ୍ନ ଦୂର ହେବ । ଯେଉଁ ମାନଙ୍କର ପୂର୍ବାଷାଢ଼ା ଧନୁ, ସେମାନେ ସୁଫଳ ପାଇବେ । ଶୁଭରଙ୍ଗ : ଲାଲ, ସଂଖ୍ୟା : ୨, ଆରାଧନା : ପ୍ରଭୁ ଶ୍ରୀଜଗନ୍ନାଥ ।

ମକର : ପଞ୍ଚମ ଚନ୍ଦ୍ରଯୋଗୁ ଯଶ, ସମ୍ମାନ, ସାମାଜିକ ପ୍ରତିଷ୍ଠାଏବଂ ଜନ ସମ୍ପର୍କ ବୃଦ୍ଧି ପାଇବ । ଆପଣଙ୍କର ବାକ୍‌ ବିଚକ୍ଷଣତା ପ୍ରକାଶ ପାଇବ ଏବଂ ଆପଣଙ୍କ ବକ୍ତବ୍ୟରେ ସମ୍ମୋହନର ଶକ୍ତି ରହିବ । ସନ୍ତାନ ମାନେ ଆଜ୍ଞାଧୀନ ହେବେ ଏବଂ ପିତାମାତାଙ୍କ କୃପାଲାଭ କରିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ ଏବଂ କର୍ମରେ ସଫଳତା ଓ ସମ୍ମାନ ମିଳିବ । ଯେଉଁ ମାନଙ୍କର ଶ୍ରବଣା ଓ ଧନିଷ୍ଠା ମକର, ସେମାନେ ଉପକୃତ ହେବେ । ଶୁଭରଙ୍ଗ : ବାଇଗଣୀ, ସଂଖ୍ୟା : ୬, ଆରାଧନା : ମା’  ଦୁର୍ଗା ।

କୁମ୍ଭ : ଶୁକ୍ଳପକ୍ଷର ଚତୁର୍ଥ ଚନ୍ଦ୍ର ଯୋଗୁ ଗୁରୁଜନଙ୍କ ସହ ବିବାଦ, କ୍ଷମତାଶାଳୀ ବ୍ୟକ୍ତିଙ୍କ ସହ ଶତ୍ରୁତା ଏବଂ ରାଜନୈତିକ ବ୍ୟକ୍ତିଙ୍କ ଆକ୍ରୋଶର ଶିକାର ହେବେ । ବାଦ ବିବାଦ, ସ୍ୱାସ୍ଥ୍ୟ, ଆର୍ଥିକ କାରବାର, ସ୍ୱଜନ, ପରିଜନଙ୍କ ସହ କଥାବାର୍ତ୍ତା ଏବଂ ଯାନବାହନ ଆରୋହଣ କାଳରେ ସତର୍କ ହେବେ । ଧନକୁ ନେଇ ବିବାଦ ଓ ମାଲିମକଦ୍ଦମାରେ ପଡ଼ିପାରନ୍ତି ଏବଂ ମୂଲ୍ୟବାନ ପଦାର୍ଥ ନଷ୍ଟ କିମ୍ବା ହଜି ଯାଇପାରେ । ବାଣିଜ୍ୟ, ବ୍ୟବସାୟରେ କ୍ଷତି ଦେଖାଦେବ ଏବଂ କର୍ମରେ ବିଫଳତା ଓ ସମସ୍ତ କର୍ମ କଣ୍ଟକ ସଦୃଶ ମନେ ହେବ । ଯେଉଁ ମାନଙ୍କର ଶତଭିଷା କୁମ୍ଭ, ସେମାନେ ସତର୍କ ହେବେ । ଶୁଭରଙ୍ଗ :କଳା, ସଂଖ୍ୟା : ୩, ଆରାଧନା : ମା’ କାଳୀ ।

ମୀନ : ତୃତୀୟ ଚନ୍ଦ୍ର, ମଙ୍ଗଳବାର ଏବଂ ରବିଙ୍କ ନକ୍ଷତ୍ରଭୋଗ ହେଉଥିବାରୁ ନୂତନ କର୍ମାରମ୍ଭ କରିପାରନ୍ତି କିମ୍ବା ନୂତନ ନିଯୁକ୍ତିର ଖବର ମିଳିପାରେ । ମନରେ ପ୍ରସନ୍ନତା, ସ୍ୱଜନରେ ସୁସମ୍ପର୍କ ଏବଂ ଭାଇଭଉଣୀଙ୍କ ସହଯୋଗ ପ୍ରାପ୍ତ ହେବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟଉତ୍ତମ ହେବ ଏବଂ କର୍ମରେ ଆଶା ଠାରୁ ଅଧିକ ସଫଳତା ମିଳିବ । ଯେଉଁ ମାନଙ୍କର ପୂର୍ବଭାଦ୍ର ଓ ରେବତୀ ମୀନ, ସେମାନେ ଉପକୃତ ହେବେ । ଶୁଭରଙ୍ଗ : ଗୋଲାପୀ, ସଂଖ୍ୟା : ୭, ଆରାଧନା : ମା’ ତାରା ।

ଜ୍ୟୋତିର୍ବିଦ୍‌: କୈଳାସ ଦାଶ ୯୪୩୭୧୩୩୪୭୩

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.