ମେଷ: ଅଷ୍ଟମୀ ଚନ୍ଦ୍ର, ସକାଳ ୧୧ଟା ୧୮ ମିନିଟ ପରେ ଘାତତିଥି ଯୋଗୁ ମନରେ ଦୁଶ୍ଚିନ୍ତା, ଦୁର୍ଭାବନା ଓ ହତୋଶ୍ଚାହ ଭାବପ୍ରକାଶ ପାଇବ ଏବଂ ମନ ଅସ୍ତିର, ବିଷାଦଗ୍ରସ୍ତ ଓ ଚାପଗ୍ରସ୍ତ ରହିବ । ଉଚିତ୍ କର୍ମରୁ ବିଚ୍ୟୁତ ହୋଇ ଅନୁଚିତ୍ କର୍ମରେ ଆଗ୍ରହ ରଖିବେ ଏବଂ ବିନାକାରଣରେ ବହୁତ ବ୍ୟସ୍ତ ରହିବେ । ଚାଲିଚଳନ, ବ୍ୟବହାର ବିବାଦୀୟ ହେବ ଏବଂ ନିଜର ଲୋକମାନେ ଶତ୍ରୁତା ଆଚରଣ କରିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅପେକ୍ଷା ବ୍ୟୟ ଅଧିକ ହେବ ଏବଂ କର୍ମରେ ବିଫଳତା ଓ ବାଧାବିଘ୍ନ ଲାଗି ରହିବ । ଯେଉଁ ମାନଙ୍କର କୃତ୍ତିକା ମେଷ, ସେମାନେ ସତର୍କ ହେବେ ।ଶୁଭରଙ୍ଗ: ଗେରୁଆ, ସଂଖ୍ୟା: ୧୧, ଆରାଧନା: ମା ବଗଳାମୁଖୀ
ବୃଷ: ସପ୍ତମ ଚନ୍ଦ୍ର ଯୋଗୁ ମୂଲ୍ୟବାନ ଧାତୁ, ବସନଭୂଷଣ ଓ ଘରୋଇ ଉପକରଣ କ୍ରୟ କରିବେ । ମନରେ ପ୍ରସନତା, ଦାମ୍ପତ୍ୟ ଜୀବନରେ ମଧୁରତା, ଚାଲିଚଳନରେ ସଂଯମତା ଏବଂ ପରିବାରର ସମସ୍ତ ସଦସ୍ୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତିଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ମହିଳା ସହକର୍ମୀଙ୍କ ସହଯୋଗ ପ୍ରାପ୍ତ ହେବ । ଯେଉଁ ମାନଙ୍କର କୃତ୍ତିକା ଓ ମୃଗଶିରା ବୃଷ, ସେମାନେ ଉପକୃତ ହେବେ । ଶୁଭରଙ୍ଗ: ନୀଳ, ସଂଖ୍ୟା:୪, ଆରାଧନା: ପ୍ରଭୁଶ୍ରୀରାମ ।
ମିଥୁନ: ଷଷ୍ଠଚନ୍ଦ୍ର ଯୋଗୁ ଦୁଃଖ, ଶୋକ, କ୍ଳେଶ, ରୋଗ, ଋଣରୁ ସାମୟିକ ମୁକ୍ତି ମିଳିବ ଏବଂ ଶତ୍ରୁ ମାନେ ମିତ୍ରତାର ହାତ ବଢାଇବେ । ଆପଣଙ୍କ ବକ୍ତବ୍ୟରେ ସମ୍ମୋହନର ଶକ୍ତି ରହିବ ଏବଂ ସମସ୍ତଙ୍କ ଶ୍ରଦ୍ଧାର ପାତ୍ର ହେବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା, ଉଚ୍ଚ ସମ୍ମାନ, ଉଚ୍ଚ ପଦବୀପ୍ରାପ୍ତ ହେବ । ଯେଉଁ ମାନଙ୍କର ଆର୍ଦ୍ରା ମିଥୁନ, ସେମାନେ ଉପକୃତ ହେବେ । ଶୁଭରଙ୍ଗ: ସବୁଜ, ସଂଖ୍ୟା: ୮, ଆରାଧନା: ମା’ ଷୋଡ଼ଶୀ ।
କର୍କଟ: ପଞ୍ଚମ ଚନ୍ଦ୍ରଯୋଗୁ ବିଦ୍ୟା, ବୁଦ୍ଧି, ଜ୍ଞାନ, ଗରିମା, ପ୍ରତ୍ୟୁତ୍ପନ୍ନମତି ଓ ଦୂରଦୃଷ୍ଟି, ଧୀଶକ୍ତି, ସ୍ମରଣଶକ୍ତିର ବିକାଶ ଘଟିବ ଏବଂ ନୂତନ ବିଦ୍ୟା, କଳା, ସଂସ୍କୃତି ପ୍ରତି ଅଧିକ ଦୁର୍ବଳତା ପ୍ରକାଶ ପାଇବ । ସନ୍ତାନ ମାନଙ୍କ ଶିକ୍ଷା, ଦୀକ୍ଷା, ଚାଲିଚଳନ ବ୍ୟବହାର ଓ କର୍ମକୁ ନେଇ ଗର୍ବ ଅନୁଭବ କରିବେ ଏବଂ ପିତାମାତାଙ୍କ କୃପାଲାଭ କରିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ ଏବଂ କର୍ମରେ ସଫଳତା ଓ ସହକର୍ମୀଙ୍କ ସହଯୋଗ ମିଳିବ । ଯେଉଁ ମାନଙ୍କର ପୁଷ୍ୟା କର୍କଟ, ସେମାନେ ସୁଫଳ ପାଇବେ । ଶୁଭରଙ୍ଗ: ଧଳା, ସଂଖ୍ୟା: ୧, ଆରାଧନା: ଭଗବାନ ଶିବ ।
ସିଂହ: ଚତୁର୍ଥ ଚନ୍ଦ୍ରଯୋଗୁ ଧନକ୍ଷତି, ମାନସିକ ଅସ୍ଥିରତା, ପରିବାରରେ ମନୋମାଳିନ୍ୟ, ଯାନବାହନରେ ଖର୍ଚ୍ଚାନ୍ତ ଓ ଆର୍ଥିକ ଠକାମିରେ ପଡ଼ିପାରନ୍ତି । ଅନ୍ୟକୁ ଦେଇଥିବା ଧନ ପାଇବାରେ ବିଫଳ ହେବେ ଓ ଅନ୍ୟ ଠାରୁ ଆଣିଥିବା ଧନ ଫେରାଇବାରେ ଅସମର୍ଥ ହେବେ । ବାଣିଜ୍ୟ, ବ୍ୟବସାୟରେ କ୍ଷତି ଓ ପରିବହନ ବ୍ୟବସାୟରେ ବିପର୍ଯ୍ୟୟ ଘଟିବ । କର୍ମରେ ବିଫଳତା ଓ ସହକର୍ମୀଙ୍କ ଉପହାସର ପାତ୍ର ହେବେ । ଯେଉଁ ମାନଙ୍କର ଉତ୍ତରା ଫାଲଗୁନୀ ସିଂହ, ସେମାନେ ସତର୍କହେବେ । ଶୁଭରଙ୍ଗ: ଗୋଲାପୀ, ସଂଖ୍ୟା: ୩, ଆରାଧନା: ମା’ ମତଙ୍ଗୀ ।
କନ୍ୟା: ତୃତୀୟଚନ୍ଦ୍ର, ବୁଧଙ୍କ ନକ୍ଷତ୍ରଭୋଗ ହେଉଥିବାରୁ, ନୂତନ କର୍ମାରମ୍ଭ କରିପାରନ୍ତି କିମ୍ବା ନୂତନ ନିଯୁକ୍ତି ମିଳିପାରେ । ସ୍ୱଜନ, ପରିଜନଙ୍କ ସାହାଯ୍ୟ ସହଯୋଗ, ଭ୍ରାତୃଭଗ୍ନୀଙ୍କ ପ୍ରତି ଆନ୍ତରିକତା ଓ ସମସ୍ତଙ୍କ ଶ୍ରଦ୍ଧାର ପାତ୍ର ହେବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତିଉତ୍ତମ ହେବ ଏବଂ ନୂତନ ବ୍ୟବସାୟ ପାଇଁ ଚୁକ୍ତିବଦ୍ଧ ହେବେ । କର୍ମରେ ଆଶା ଠାରୁ ଅଧିକ ସଫଳତା ଏବଂ ସମସ୍ତ କର୍ମରେ ଆପଣଙ୍କର କାର୍ଯ୍ୟଦକ୍ଷତା ପ୍ରକାଶ ପାଇବ । ଯେଉଁ ମାନଙ୍କର ହସ୍ତା କନ୍ୟା, ସେମାନେ ସୁଫଳ ପାଇବେ । ଶୁଭରଙ୍ଗ: ସବୁଜ, ସଂଖ୍ୟା: ୧୨,ଆରାଧନା: ମା’ ଛିନ୍ନମସ୍ତା ।
ତୁଳା: ଦ୍ୱିତୀୟ ଚନ୍ଦ୍ର ଯୋଗୁ ଧନ,ସମ୍ପଦ ବୃଦ୍ଧି ପାଇବ ଏବଂ ନୂତନ ଆୟର ପନ୍ଥା ଖୋଲିବ । ଆକସ୍ମିକ ଧନଲାଭ ଓ ହୃତଧନ ଫେରି ପାଇବେ ।ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା ମିଳିଲେ ମଧ୍ୟ ମନରେ ଆତ୍ମ ସନ୍ତୋଷ ମିଳିବ ନାହିଁ । ଯେଉଁ ମାନଙ୍କର ସ୍ୱାତୀ ତୁଳା, ସେମାନେ ଉପକୃତ ହେବେ । ଶୁଭରଙ୍ଗ: ଧଳା, ସଂଖ୍ୟା: ୨, ଆରାଧନା:ପ୍ରଭୁ ଶ୍ରୀରାମ ।
ବିଛା: ଶ୍ରୀଚନ୍ଦ୍ରଯୋଗୁ ଧନ ମାନ,ସମ୍ମାନ ଓ ସୁଖାଦ୍ୟ, ସୁବସନ ପ୍ରାପ୍ତ ହେବ । ମନରେ ପ୍ରସନ୍ନତା, ଚାଲିଚଳନରେ ସଂଯମତା ଓ ସମସ୍ତଙ୍କ ଶ୍ରଦ୍ଧାର ପାତ୍ର ହେବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ପ୍ରମୋସନ ମିଳିପାରେ । ଯେଉଁ ମାନଙ୍କର ଅନୁରାଧା ବିଛା, ସେମାନେ ସୁଫଳ ପାଇବେ । ଶୁଭରଙ୍ଗ: ଲାଲ, ସଂଖ୍ୟା:୩, ଆରାଧନା: ମା’ ବଗଳାମୁଖୀ ।
ଧନୁ: ଦ୍ୱାଦଶ ଚନ୍ଦ୍ର ଯୋଗୁ ଆୟ ପାଞ୍ଚ ଟଙ୍କା ହେଲେ ବ୍ୟୟ ପଚିଶ ଟଙ୍କା ହେବ ଏବଂ ଆର୍ଥିକ ସ୍ଥିତି ବିଗିଡ଼ିଯିବ । ସମସ୍ତ କର୍ମରେ ଭୁଲ୍ ନିଷ୍ପତ୍ତି ନେବେ ଏବଂ ନିଶ୍ଚିତତାକୁ ଛାଡି ଅନିଶ୍ଚିତତା ପଛରେ ପଶ୍ଚାତ୍ ଧାବନ କରିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟଠାରୁ ବ୍ୟୟ ଅଧିକ ହେବ ଓ କର୍ମରେ ବିଫଳତା ଓ ଅଯଥା ବିଳମ୍ବ ଦେଖା ଦେବ । ଯେଉଁ ମାନଙ୍କର ଉତ୍ତରା ଷାଢ଼ା ଧନୁ, ସେମାନେ ସତର୍କ ହେବେ । ଶୁଭରଙ୍ଗ: ହଳଦିଆ, ସଂଖ୍ୟା: ୩, ଆରାଧନା: ମା’ ଭୈରବୀ ।
ମକର: ଏକାଦଶ ଚନ୍ଦ୍ର ଯୋଗୁ ଆକସ୍ମିକ ଧନପ୍ରାପ୍ତି ଏବଂ କୌଣସି ବିଶେଷ ସୂତ୍ରରୁ ଧନ ପ୍ରାପ୍ତି ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତିଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ସମ୍ମାନ ମିଳିବ । ମନରେ ଉନ୍ନତ ଚିନ୍ତାଧାରା, ଉଚ୍ଚାଭିଳାଷ ପ୍ରକାଶ ପାଇବ ଏବଂ ଉନ୍ନତି ମୂଳକ କର୍ମରେ ଅଧିକ ଧ୍ୟାନ ରହିବ । ଖର୍ଚ୍ଚ ଅପେକ୍ଷା ସଞ୍ଚୟରେ ଅଧିକ ଧ୍ୟାନ ଦେବେ ଓ ଧନର ସତ୍ବିନିଯୋଗ କରିବେ । ଶୁଭରଙ୍ଗ: ବାଇଗଣୀ, ସଂଖ୍ୟା: ୧୧, ଆରାଧନା: ମା ଦୁର୍ଗା ।
କୁମ୍ଭ: ଦଶମ ଚନ୍ଦ୍ର ଯୋଗୁ ଭାଗ୍ୟ ଅପେକ୍ଷା କର୍ମରେ ଅଧିକ ବିଶ୍ୱାସ ରହିବ । ସମସ୍ତ କର୍ମରେ ଆଶା ଠାରୁ ଅଧିକ ସଫଳତା ମିଳିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଯାହା ହେଲେ ମଧ୍ୟ ମନ ପ୍ରସନ୍ନ ରହିବ । ଯେଉଁ ମାନଙ୍କର ଶତଭିଷାକୁମ୍ଭ, ସେମାନେ ଉପକୃତ ହେବେ । ଶୁଭରଙ୍ଗ: କଳା, ସଂଖ୍ୟା: ୬, ଆରାଧନା: ମାକାଳୀ ।
ମୀନ: ନବମ ଚନ୍ଦ୍ରଯୋଗୁ ଗୁରୁଜନଙ୍କ କୃପା, କ୍ଷମତାଶାଳୀ ବ୍ୟକ୍ତିଙ୍କ ସହାୟତା ଏବଂ ରାଜନୈତିକ ବ୍ୟକ୍ତିଙ୍କ ଶୁଭଦୃଷ୍ଟିରେ ରହିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ପ୍ରମୋସନ୍ ମିଳିପାରେ । ଯେଉଁ ମାନଙ୍କର ଉତ୍ତର ଭାଦ୍ର ମୀନ, ସେମାନେ ସୁଫଳ ପାଇବେ । ଶୁଭରଙ୍ଗ: ଗୋଲାପୀ, ସଂଖ୍ୟା: ୫, ଆରାଧନା: ମାତାରା ।
ଜ୍ୟୋତିର୍ବିଦ୍: କୈଳାସ ଦାଶ : ୯୪୩୭୧୩୩୪୭୩