ପ୍ରମୂଖ ଖବର
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ନବରାତ୍ରିରେ ହେବ ବୁଧଙ୍କ ଗୋଚର; ଏହି ୬ ରାଶି ହେବେ ଲାଭବାନ...

Published By : Ladu Kishor | October 4, 2024 9:56 PM

ନବରାତ୍ର ବ୍ରତର ସପ୍ତମୀ ତିଥିରେ ବୁଧ କନ୍ୟା ରାଶିରୁ ବାହାରି ତୁଳା ରାଶିରେ ପ୍ରବେଶ କରିବେ । ଏହି ଭଳି ଭାବରେ ବୁଧଙ୍କ ତୁଳା ରାଶିରେ ପ୍ରବେଶ ଦ୍ବାରା କିଛି ରାଶିଙ୍କ ଉପରେ ଏହାର ପ୍ରଭାବ ରହିବ । ଏହି ରାଶି ମାନଙ୍କ ପାଇଁ ଲାଭ ଯୋଗ ହେବ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଅକ୍ଟୋବର ୧୦ ତାରିଖ ଦିନ ୧୧ ଟା ୨୫ ରେ ତୁଳା ରାଶିକୁ ବୁଧ ଗ୍ରହର ଗୋଚର ହେବ । ତୁଳା ରାଶିରେ ବୁଧଙ୍କ ଗୋଚର ହେବା ଦ୍ବାରା ମାନସିକ ସ୍ତରରେ ଏହାର ଭଲ ପ୍ରଭାବ ପଡିବ । ଏବେ ଆସନ୍ତୁ ଜାଣିବା କେଉଁ କେଉଁ ରାଶି ଉପରେ ଏହି ଗୋଚରର ସୁପ୍ରଭାବ ପଡିବ...

ବୃଷ: ବୃଷ ରାଶି ମାନଙ୍କୁ ଏହି ସମୟ ବୃତ୍ତିଗତ ଏବଂ ବ୍ୟକ୍ତିଗତ ଫାଇଦା ପାଇଁ ପ୍ରସ୍ତୁତ ରହିବାକୁ ପଡିବ । ଚାକିରିରେ ଆପଣଙ୍କୁ ଅଚାନକ ନୂଆ ସୁଯୋଗ ଏବଂ ନୂଆ ପ୍ରୋଜେକ୍ଟ ମିଳିବ । ଆପଣ ଏହି ସୁଯୋଗକୁ ଉନ୍ନତିମୂଳକ କାର୍ଯ୍ୟରେ ଉପଯୋଗ କରିବେ । 

କର୍କଟ: କର୍କଟ ରାଶି ମାନଙ୍କୁ ବୁଧ ଗୋଚରର ଭଲ ପ୍ରଭାବ ଦେଖିବାକୁ ମିଳିବ । ଧନଲାଭର ଯୋଗ ରହିଛି । ରୋଜଗାରର ନୂଆ ସୁଯୋଗ ଆସିବ। ବ୍ୟବସାୟରେ ମଧ୍ୟ ଆପଣଙ୍କୁ ନୂଆ ପ୍ରୋଜେକ୍ଟ ମିଳିପାରେ । 

କନ୍ୟା: କନ୍ୟା ରାଶି ମାନଙ୍କ ପାଇଁ ଆର୍ଥିକ ସ୍ଥିତି ଭଲ ରହିବ । ଆପଣ ପୂର୍ବରୁ ଆର୍ଥିକ ସମସ୍ୟାକୁ ନେଇ ଅସୁବିଧାରେ ରହିଥିଲେ ମଧ୍ୟ ତାହା ଏହି ସମୟରେ ସୁଧାର ଆସିବ । ଆପଣଙ୍କ କଥାରେ ମାଧୁର୍ଯ୍ୟତା ଆସିବ । ଏହା ବ୍ୟତୀତ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ପରୀକ୍ଷା କ୍ଲିୟର ହୋଇପାରେ ।

ବିଛା: ବିଛା ରାଶି ମାନଙ୍କୁ ଅଚାନକ ଲାଭ ମିଳିବ । ନିବେଶରେ ଏଭଳି ସୁଯୋଗ ମିଳିବ, ଯାହା ଆପଣଙ୍କୁ ଲମ୍ବା ସମୟ ପର୍ଯ୍ୟନ୍ତ ଲାଭ ଦେବ । 

କୁମ୍ଭ: ପାରିବାରିକ ଜୀବନ ସୁଖଦ ହେବ । ସମାଜରେ ଆପଣଙ୍କ ପ୍ରତିଷ୍ଠା ବଢିବ । ପୂର୍ବରୁ କରିଥିବା ନିବେଶରେ ଭଲ ଲାଭ ମିଳିବ । ସମସ୍ତ ଦୃଷ୍ଟିରୁ ବୁଧଙ୍କ ଗୋଚର ଆପଣଙ୍କ ପାଇଁ ଲାଭପ୍ରଦ ହେବ । 

ମକର: ମକର ରାଶିର ଲୋକ ଟିକେ କ୍ରିଏଟିଭ୍ ଆଡକୁ ଯିବେ । ସମାଜରେ ଆପଣଙ୍କୁ ଆଦୃତି ମିଳିବ । ବ୍ୟକ୍ତିଗତ ଜୀବନରେ ଭଲ ସାମଞ୍ଜସ୍ୟ ମିଳିବ । ଚାକିରୀ ପାଇଁ ଦେଇଥିବା ପରୀକ୍ଷାରେ ଉତ୍ତିର୍ଣ୍ଣ ହେବେ । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.