ପ୍ରମୂଖ ଖବର
  • ଜଗତସିଂହପୁର : ପୁତୁରାକୁ କୋଦାଳରେ ହାଣି ହତ୍ୟା କଲା ଦାଦା, କାରଣ ଅସ୍ପଷ୍ଟ
  • ||
  • ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ, ସୋସିଆଲ ମିଡିଆରେ ପାଟ ଅଗଣା ଓ ଭେଟ ମଣ୍ଡପର ଫଟୋ ଛାଡିଲେ ଯୁବକ
  • ||
  • 'ଏକ୍ସ'ର ସିଇଓ ପଦରୁ ଇସ୍ତଫା ଦେଲେ ଲିଣ୍ଡା ୟାକାରିନୋ,ସାମ୍ନାକୁ ଆସିଲା ମସ୍କଙ୍କ ପ୍ରତିକ୍ରିୟା
  • ||
  • ଡେଲାଙ୍ଗ ବ୍ଲକରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିନ୍ତାରେ ଚାଷୀ
  • ||
  • ଏଆଇ-ଚାଳିତ ଉତ୍ପାଦନ ବିପ୍ଳବର ନେତୃତ୍ୱ ନେବ ଓଡ଼ିଶା, ଆସୋଚାମ-ପ୍ରାଇମସ ପାର୍ଟନର୍ସ ରିପୋର୍ଟ
  • ||
  • ରେଲୱେରେ ଏବର୍ଷ ମିଳିବ ୫୦ ହଜାର ଚାକିରି, ଏପର୍ଯ୍ୟନ୍ତ ୯ ହଜାର ନିଯୁକ୍ତିପତ୍ର ପଠାଇସାରିଲାଣି RRB
  • ||
  • ଅନୁଗୁଳ : NH ୧୪୯ ବଂରପାଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରାଭେଲର୍‌ ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ
  • ||
  • ଜିଦ୍‌ରେ ଅଟଳ ଡ୍ରାଇଭର୍ ମହାସଙ୍ଘ : ପରିବହନ ଅଚଳ, ତିରୋଟମୁହାଁ ତେଲ, ବାହାରୁ ଆସିପାରୁନି ଗ୍ରୋସରୀ ଓ ପନିପରିବା
  • ||

ବିମାନବନ୍ଦରରେ ଭୟାବହ ଦୁର୍ଘଟଣା; ବିମାନ ଇଞ୍ଜିନରେ ପଶି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ

Published By : Bijay Swain | July 9, 2025 12:04 AM

Image courtesy: indiatoday

ମିଲାନ: ଇଟାଲୀର ମିଲାନ ବର୍ଗାମୋ ବିମାନବନ୍ଦରରେ ମଙ୍ଗଳବାର ସକାଳେ ଏକ ଭୟାବହ ଦୁର୍ଘଟଣାରେ ୩୫ ବର୍ଷୀୟ ଜଣେ ବ୍ୟକ୍ତି ବିମାନର ଇଞ୍ଜିନରେ ପଶି ମୃତ୍ୟୁବରଣ କରିଛନ୍ତି। ଏହି ଘଟଣା ହେତୁ ବିମାନବନ୍ଦରରେ ଉଡ଼ାଣ କାର୍ଯ୍ୟ ପ୍ରାୟ ୨ ଘଣ୍ଟା ଧରି ସ୍ଥଗିତ ରହିଥିଲା।

ଘଟଣାଟି ଭୋଲୋଟିଆ ଏୟାରଲାଇନ୍ସର ଏକ ଏୟାରବସ୍ ଏ୩୧୯ ବିମାନରେ ଘଟିଛି। ଏହି ବିମାନଟି ସ୍ପେନର ଆଷ୍ଟୁରିଆସକୁ ଉଡ଼ାଣ ପାଇଁ ପ୍ରସ୍ତୁତ ହେଉଥିଲା। ବିମାନଟି ଟାକ୍ସିୱେରେ ପୁଶବ୍ୟାକ କରୁଥିବା ସମୟରେ ଏହି ବ୍ୟକ୍ତି ଟାର୍ମାକରେ ଦୌଡ଼ି ଆସି ଇଞ୍ଜିନ ଆଗକୁ ଡେଇଁ ପଡିଥିଲେ। ବିମାନର ଇଞ୍ଜିନ ଅନ ଥିବାରୁ ଉକ୍ତ ବ୍ୟକ୍ତି ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ବରଣ କରିଥିଲେ। ସୂଚନା ଅନୁଯାୟୀ, ମୃତ ବ୍ୟକ୍ତି ଜଣଙ୍କ ଯାତ୍ରୀ କିମ୍ବା ବିମାନବନ୍ଦର କର୍ମଚାରୀ ନଥିବା ଜଣାପଡିଛି। 

ବିମାନବନ୍ଦର ପରିଚାଳନା କରୁଥିବା ସସ୍ଥା SACBO କହିଛି ଯେ ସକାଳ ୧୦ଟା ୨୦ରୁ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ଟାକ୍ସିୱେରେ ସମସ୍ୟା ହେତୁ ଉଡ଼ାଣ କାର୍ଯ୍ୟ ବନ୍ଦ ରହିଥିଲା। ଇଟାଲୀୟ ପୁଲିସ ଓ ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ ଘଟଣାର ତଦନ୍ତ ଜାରି ରଖିଛନ୍ତି। ସ୍ଥାନୀୟ ଗଣମାଧ୍ୟମ ଅନୁସାରେ, ବ୍ୟକ୍ତି ଜଣକ ସୁରକ୍ଷା ବ୍ୟବସ୍ଥା ଭାଙ୍ଗି ଟାର୍ମାକରେ ପ୍ରବେଶ କରିଥିଲେ। କେତେକ ପ୍ରତ୍ୟକ୍ଷଦର୍ଶୀ ଦାବି କରିଛନ୍ତି ଯେ ସେ ପୁଲିସଦ୍ୱାରା ପିଛା କରାଯାଉଥିବା ସମୟରେ ବିମାନ ଆଡ଼କୁ ଦୌଡ଼ିଥିଲେ। ଯାହାଫଳରେ ଇଞ୍ଜିନରେ ପଶି ତାଙ୍କ ମୃତ୍ୟୁ ଘଟିଥିଲା। ତେବେ ଏହା ଆତ୍ମହତ୍ୟା ନା ଦୁର୍ଘଟଣା ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ଜଣାପଡିଛି। 

ଏହି ଦୁର୍ଘଟଣାପରେ ଭୋଲୋଟିଆ ଏୟାରଲାଇନ୍ସ ମନ୍ତବ୍ୟ ଦେଇ କହିଛି ଯେ, "ଏହି ଦୁଃଖଦ ଘଟଣାରେ ଆମେ ଗଭୀର ଭାବେ ଦୁଃଖିତ। ଆମେ ପ୍ରଭାବିତ ଯାତ୍ରୀ ଓ କ୍ରୁ ସଦସ୍ୟମାନଙ୍କୁ ମାନସିକ ସହାୟତା ପ୍ରଦାନ କରୁଛୁ ଏବଂ ଇଟାଲୀୟ କର୍ତ୍ତୃପକ୍ଷଙ୍କ ସହ ତଦନ୍ତରେ ସହଯୋଗ କରୁଛୁ।" ବିମାନରେ ଥିବା ୧୫୪ ଜଣ ଯାତ୍ରୀ ଓ ୬ ଜଣ କ୍ରୁ ସଦସ୍ୟ ସୁରକ୍ଷିତ ଥିବା ଜଣାପଡ଼ିଛି। 

ଏହି ଘଟଣା ହେତୁ ୧୯ଟି ଉଡ଼ାଣ ବାତିଲ ହୋଇଥିଲା ଏବଂ ଅନେକ ଉଡ଼ାଣ ମିଲାନ ମାଲପେନସା, ବୋଲୋଗନା ଓ ଭେରୋନା ବିମାନବନ୍ଦରକୁ ଡାଇଭର୍ଟ କରାଯାଇଥିଲା। ମିଲାନ ବର୍ଗାମୋ ହେଉଛି ଇଟାଲୀର ତୃତୀୟ ବ୍ୟସ୍ତତମ ବିମାନବନ୍ଦର। ଏହି ବିମାନ ବନ୍ଦର ୨୦୨୪ ମସିହାରେ ୧୭ ନିୟୁତରୁ ଅଧିକ ଯାତ୍ରୀଙ୍କୁ ପରିଚାଳନା କରିଥିଲା। 

ଇଟାଲୀୟ କର୍ତ୍ତୃପକ୍ଷ ସୁରକ୍ଷା ଉଲ୍ଲଙ୍ଘନର କାରଣ ଅନୁସନ୍ଧାନ କରୁଛନ୍ତି। ଏହା ପୂର୍ବରୁ ୨୦୨୩ରେ ଆମେରିକାର ସାନ ଆନ୍ଟୋନିଓ ଏବଂ ୨୦୧୫ରେ ଭାରତରେ ଏୟାର ଇଣ୍ଡିଆ ଟେକନିସିଆନଙ୍କ ସହ ଏଭଳି ସମାନ ଘଟଣା ଘଟିଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.