ପ୍ରମୂଖ ଖବର
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଭୟଙ୍କର ବାଣ ବିସ୍ଫୋରଣ , ଜଣେ ମୃତ ; ଆଉ ଜଣେ ଚାପି ହୋଇ ରହିଥିବା ସନ୍ଦେହ

Published By : Prameya | January 3, 2025 11:22 PM

ଜଗତସିଂହପୁର : ଜଗତସିଂହପୁରର ବଡବାଗ ଗାଁରେ ବାଣ ବିସ୍ଫୋରଣ। ଏହି ବିସ୍ଫୋରଣରେ ଏକ କୋଠା ଘର ଭୁଶୁଡ଼ି ପଡ଼ିଛି। ପରିବାରର ଜଣଙ୍କର ମୃତ୍ୟୁ ହେବା ସହ ଆଉ ଜଣେ ଭଙ୍ଗା ଛାତ ତଳେ ଚାପି ହୋଇ ରହିଥିବା ସନ୍ଦେହ କୁହାଯାଉଛି। ଦୁଇ ଗୁରୁତରଙ୍କୁ ଉଦ୍ଧାର କରି ହସ୍ପିଟାଲ ନିଆ ଯାଇଛି ଏବଂ ଏହି ଘରେ ଦୁଇ ଭାଇ ଓ ସେମାନଙ୍କ ପତ୍ନୀ ରହୁ ଥିଲେ।  

ଖବର ପାଇ ତୁରନ୍ତ ଅଗ୍ନିଶମ ବାହିନୀ ଆସି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଉଦ୍ଧାର କାର୍ଯ୍ୟର ତଦାରଖ କରୁଛନ୍ତି ଏସପି। ଭଙ୍ଗା ଛାତ ଉଠାଇବାକୁ ଜଗ୍‌ର ନିଆଯାଉଛି ସହାୟତା। ସଂପୃକ୍ତ ଅଞ୍ଚଳରେ ଦୁଃଖର ଛାୟା ଖେଳି ଯାଇଛି। ପରିବେଶ ଶୋକାକୁଳ ହୋଇ ଯାଇଛି। ଅନେକ ଲୋକଙ୍କ ଗହଳି ଲାଗିଛି। ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟକୁ ଜୋରସୋରରେ କରାଯାଉଛି। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.