ହରଭଙ୍ଗା, ୧୨।୩: ହାଇୱା ଧକ୍କାରେ ଜଣେ ମୃତ, ଜଣେ ଗୁରୁତର l ଫୁଲବାଣୀ ସୀତଲପାଣି ପୂର୍ତ୍ତ ରାସ୍ତା ପୁରୁଣାକଟକ ଥାନା ଚାରିଛକ ମେଡିକାଲ ନିକଟରେ ବାଇକକୁ ଧକ୍କା ଦେଇଥିବା ହାଇୱା l ଦୁର୍ଘଟଣାରେ ବାଇକ ଚାଳକ ହରଭଙ୍ଗା ଥାନା ଧର୍ମନଗର ଗ୍ରାମର ସିଦ୍ଧାନ୍ତ ବାଘ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ହୋଇଛି । ଆହତ ଉପେନ୍ଦ୍ର ଭୋକ୍ତାଙ୍କ ଗୋଡ଼ ଭାଙ୍ଗିଯାଇଥିବାରୁ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ବୌଦ୍ଧ ଏବଂ ବୁର୍ଲାକୁ ସ୍ଥାନାନ୍ତରିତ କରାଯାଇଛି l 

ଏହା ବି ପଢ଼ନ୍ତୁ... କୋକସରା ବ୍ଲକରେ ଭୟଙ୍କର ସଡ଼କ ଦୁର୍ଘଟଣା: ୨ ବାଇକ ମୁହାଁମୁହିଁ ଧକ୍କା; ଜଣେ ମୃତ, ୩ ଗୁରୁତର

ଉଭୟ ଗାଡ଼ିକୁ ପୁରୁଣାକଟକ ଥାନା ପକ୍ଷରୁ ଜବତ କରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଥାନା ପକ୍ଷରୁ 45/26 ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛି ପୁଲିସ l ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଧର୍ମନଗର ଗ୍ରାମର ସିଦ୍ଧାନ୍ତ ବାଘ ଓ ଉପେନ୍ଦ୍ର ଭୋକ୍ତା ଏକ ବାଇକରେ କୌଣସି କାର୍ଯ୍ୟରେ ଚାରିଛକ ଏସି ଘରକୁ ଫେରୁଥିବା ବେଳେ ବିପରୀତ ଦିଗରୁ ଫୁଲବାଣୀ ପଟରୁ ଏକ ହାଇୱା ଆସୁଥିବା ସମୟରେ ବାଇକକୁ ଧକ୍କା ଦେଇଥିଲା l