ନଵରଙ୍ଗପୁର,୨୮/୮(ଆପ୍ର): ନଵରଙ୍ଗପୁରରେ ସହର କେଉଟସାହିର ନିକଟ ଭଣ୍ଡାରଘରଣୀ ପଛପଟେ ଥିବା ପୂଜା ଭେଜ ହୋଟେଲରେ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡ ଯୋଗୁଁ ହୋଟେଲରେ ଆସବାବପତ୍ର ସମେତ ଅନ୍ୟାନ୍ୟ ସାମଗ୍ରୀ ନିଆଁରେ ଜଳି ଲକ୍ଷାଧିକ ଟଙ୍କାର କ୍ଷତି ହୋଇଥିବା ଜଣାପଡିଛି। ଦମକଳବାହିନୀ ପହଞ୍ଚି ନିଆଁ କୁ ଆୟତ୍ତ କରିଛି
ସୂଚନାଯୋଗ୍ୟ ଯେ, ନୂଆଁଖାଇ ଯୋଗୁଁ ହୋଟେଲ ବନ୍ଦ ରହିଥିଲା । ସନ୍ଧ୍ୟା ସାଢ଼େ ୮ ଠାରୁ ହୋଟେଲ ରୁ ଧୁଆଁ ବାହାରିବା ଆରମ୍ଭ ହୋଇଥିଲା। ଆଖିପିଛୁଳାକେ ମହଲା ପରେ ମହଲାକୁ ନିଆଁ ଧୂଆଁ ବ୍ୟାପିବାରେ ଲାଗିଥିଲା। ହୋଟେଲ ମାଲିକ ପହଞ୍ଚି ହୋଟେଲରେ ଥିବା ଗ୍ୟାସ ସିଲିଣ୍ଡର ଗୁଡିକକୁ ବାହାର କରିଥିଲେ। ସେଭଳି ଗୃହରକ୍ଷୀ ଏ.ମହେଶ ଓ ସୁବାସ ସାମନ୍ତରାୟ ପ୍ରମୁଖ ଦମକଳ ବାହିନୀ ପହଞ୍ଚିବା ପୂର୍ବରୁ ଜନସାଧାରଣଙ୍କୁ ସଚେତନ କରିବା ସହ ହୋଟେଲ ନିଆଁକୁ ଅଧିକ ନ ବ୍ୟାପିବା ପାଇଁ ବିଭିନ୍ନ ସାମଗ୍ରୀ ଗୁଡିକକୁ ହୋଟେଲ ରୁ ହଟାଇଦେଇଥିଲେ। ଅନ୍ୟପକ୍ଷରେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ହୋଟେଲରେ ଜଳଖିଆ ପାଇଁ ସନ୍ଧ୍ୟାରେ ଜନଗହଳି ଜମୁଥିବା ବେଳେ ଶୁକ୍ରବାର ନୂଆଁଖାଇ ଵାସି ପାଳନ କରୁଥିବା ଯୋଗୁଁ କର୍ମଚାରୀ ଛୁଟିରେ ଥିବା ଯୋଗୁଁ ହୋଟେଲ ବନ୍ଦ ଥିବାରୁ ଏକ ବଡ଼ ଧରଣର ଅଘଟଣରୁ ଟଳିଯାଇଥିଲା ।