ପୁରୀ, ୨୪।୧: ଟାଉନ ଥାନା ଅଧୀନ କଲେଜ ଛକ ନିକଟରେ ମିଶନ ଶକ୍ତି ବାରଣ୍ଡାରେ ହୋଟେଲ କର୍ମଚାରୀଙ୍କୁ ହତ୍ୟା । ମୃତ ହୋଟେଲ କର୍ମଚାରୀ ଜଣକ ହେଲେ ବାଲେଶ୍ୱର ଜିଲ୍ଲାର ସ୍ମାରକ ଶ୍ରୀ ଓରଫ ଟୁଟୁ । ସିଟି ଡିଏସପି ଓ ଟାଉନ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଜାରି ରଖିଛନ୍ତି । ଉକ୍ତ ମାମଲାରେ ହୋଟେଲ ମାଲିକ ଓ ଅନ୍ୟ କର୍ମଚାରୀଙ୍କୁ ଅଟକ ରଖି ତଦନ୍ତ ଜାରି ରହିଥିବା ସିଟି ଡିଏସପି ରଶ୍ମିରଞ୍ଜନ ମହାପାତ୍ର ସୂଚନା ଦେଇଛନ୍ତି ।