ପ୍ରମୂଖ ଖବର
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ଶୋଇଥିବା ବେଳେ ଭୁଶୁଡ଼ି ପଡ଼ିଲା ଘର, ସ୍ୱାମୀ ମୃତ ସ୍ତ୍ରୀ ଆହତ

Published By : Prameya | March 13, 2025 11:53 AM

ବଣାଇ, ୧୩/୦୩ : ଶୋଇଥିବା ବେଳେ ଭୁଶୁଡ଼ି ପଡ଼ିଲା ଘର। ଦିବ୍ୟାଙ୍ଗ ସ୍ଵାମୀ ମୃତ ସ୍ତ୍ରୀ ଆହତ। ଅଳ୍ପକେ ବର୍ତ୍ତିଗଲା ଶିଶୁ। ସୁନ୍ଦରଗଡ଼ ଜିଲ୍ଲା ବଣାଇ ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ଦେଉଳହୁଡ଼ି ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। 

ସୂଚନାନୁଯାୟୀ, ଦେଉଳହୁଡ଼ି ଗ୍ରାମର ଜେନା ମୁଣ୍ଡାରୀ ଜଣେ ଦିବ୍ୟାଙ୍ଗ। ସରକାରୀ ଯୋଜନାରେ ଘରଟିଏ ପାଇଁ ବହୁ ବର୍ଷ ହେଲା ସେ ସରପଞ୍ଚଙ୍କୁ ଗୁହାରୀ କରି ଆସୁଥିଲେ। ହେଲେ ତାଙ୍କ ଦୁଃଖ କେହି ଶୁଣିନଥିଲେ। ସେ ନିଜେ ଏକ ଅସ୍ଥାୟୀ ଘର ତିଆରି କରି ରହୁଥିଲେ। ବୁଧବାର ରାତିରେ ଜେନା ମୁଣ୍ଡାରୀ, ସ୍ତ୍ରୀ ସୁକୁଆର ମୁଣ୍ଡାରୀ ଏବଂ ୮ ବର୍ଷର ଶିଶୁ ପୁତ୍ର ଘରେ ଶୋଇଥିଲେ। ରାତିରେ ହଠାତ୍ ଘର ଭାଙ୍ଗିବା ଆରମ୍ଭ କଲା। ଏଥିରେ ଶିଶୁ ପୁତ୍ରର ନିଦ ଭାଙ୍ଗିଗଲା। ସେ ଘରୁ ଦୌଡ଼ି ବାହାରକୁ ଚାଲି ଆସିଲା। ହେଲେ ଘର ଭିତରେ ଜେନା ମୁଣ୍ଡାରୀ ଓ ସ୍ତ୍ରୀ ସୁକୁଆର ରହିଯାଇଥିଲେ। ତାଙ୍କ ଉପରେ ଘରଟି ମାଡ଼ି ବସିଥିଲା। ଜେନା ମୁଣ୍ଡାରୀ ଗୁରୁତର ହେବାରୁ ତାଙ୍କୁ ବଣାଇ ଚିକିତ୍ସାଳୟକୁ ଅଣାଯାଇଥିଲା। ହେଲେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ସେପଟେ ସ୍ତ୍ରୀ ସୁକୁଆର ଆହତ ହୋଇଛନ୍ତି। 

ଏହି ଖବରଟିକୁ ପଢନ୍ତୁ-ଭାରସାମ୍ୟ ହରାଇ ନୟନଜୋରୀକୁ ଓଲଟିଲା କୋଇଲା ବୋଝେଇ ଟ୍ରକ୍


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.