ତେହେରାନ: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଏକ ନୂଆ ମୋଡ଼ ନେଇଛି। ବିଗତ ଦିନରେ ଇରାନର ସୁପ୍ରିମ ଲିଡର ଅୟାତୁଲ୍ଲା ଅଲୀ ଖାମେନି ଆମେରିକୀୟ ହମଲାରେ ନିହତ ହୋଇଛନ୍ତି। ସାମ୍ନାକୁ ଆସିଛି ଯେ, ଆମେରିକା ଏହି ଆକ୍ରମଣ ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ( ଏଆଇ) ଟୁଲ୍ସର ସାହାଯ୍ୟ ମଧ୍ୟ ନେଇଛି , ଯାହା ଦେଖିବାକୁ ମିଳିଛି ଏବେ ଲଢେଇ କେବଳ ଅସ୍ତ୍ର , ସୈନିକ ଓ ମିସାଇଲ ଦମ୍‌ରେ ହଇ ନାହିଁ , ବରଂ ଏଆଇ ଆଧୁନିକ ଡିଫେନ୍ସ ଷ୍ଟ୍ରାଟେଜିର ପ୍ରମୁଖ ପାର୍ଟ ପାଲଟି ଯାଇଛି।

ନିକଟରେ ସାମ୍ନାକୁ ଆସିଛି ଯେ, ଦ ଗାର୍ଡିୟାନର ରିପୋର୍ଟ ମୁତାବିକ , ଆମେରିକା ଇରାନ ଉପରେ କରାଯାଇ ଥିବା ସେନା ଆକ୍ରମଣ ବେଳେ Anthropic ର ଏଆଇ ମଡେଲ Claude ର ବ୍ୟବହାର କରିଥିଲା। ବିଶେଷ କଥା ଏହା ଯେ,ଏହି ବ୍ୟବହାର ସେହି ସମୟରେ ହୋଇଥିଲା , ଯେବେ କିଛି ଘଣ୍ଟା ପୂର୍ବରୁ ହିଁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସରକାରୀ ଏଜେନ୍ସିଙ୍କୁ ଏହି ଏଆଇ ଟୁଲ ଠାରୁ ସବୁ ସମ୍ୱନ୍ଧ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଘଟଣାକ୍ରମ ଏହା ସ୍ପଷ୍ଟ କରି ଦେଇଛି ଯେ ଆଜି ଏଆଇ କେବଳ କୌଣସି ସୁବିଧା ନୁହେଁ , ବରଂ ଗୁରୁତର ନିଷ୍ପତ୍ତି ନେବାର ପ୍ରକ୍ରିୟାରେ ମଧ୍ୟ ସାମିଲ ହୋଇ ସାରିଛି।

ସୂଚନା ଅନୁଯାୟୀ, ଆମେରିକାର ପ୍ରତିରକ୍ଷା ବିଭାଗ 'ପେଣ୍ଟାଗନ' ଏହି ଅପରେସନ ପାଇଁ ଉନ୍ନତମାନର AI ଆଲଗୋରିଦମ ବ୍ୟବହାର କରିଥିଲା। ଏହି ଟେକ୍ନୋଲୋଜି ସାହାଯ୍ୟରେ –

ଲକ୍ଷ୍ୟ ଭେଦ (Targeting): AI ସାହାଯ୍ୟରେ ଇରାନର ଗୁପ୍ତ ସେନା ଘାଟି ଏବଂ ଅସ୍ତ୍ରଶସ୍ତ୍ର ଭଣ୍ଡାରକୁ ଚିହ୍ନଟ କରାଯାଇଥିଲା, ଯାହା ସାଧାରଣ ରାଡାରରେ ଧରାପଡ଼ୁ ନଥିଲା।

ଡ୍ରୋନ୍ ଆକ୍ରମଣ: ଆମେରିକାର ଘାତକ ଡ୍ରୋନ୍ ଡ଼ିକୁ AI ନିୟନ୍ତ୍ରଣ କରୁଥିଲା, ଯାହା ଫଳରେ କମ୍ ସମୟ ମଧ୍ୟରେ ଶତ୍ରୁପକ୍ଷର ଅଧିକ କ୍ଷୟକ୍ଷତି କରାଯାଇପାରିଛି।

ଡାଟା ଆନାଲିସିସ୍: ହଜାର ହଜାର ସାଟେଲାଇଟ୍ ଚିତ୍ରକୁ ମାତ୍ର କେଇ ସେକେଣ୍ଡରେ ବିଶ୍ଳେଷଣ କରି AI ସେନାକୁ ସଠିକ୍ ସୂଚନା ପ୍ରଦାନ କରିଥିଲା।

ଅପରେସନ 'ଏପିକ ଫ୍ୟୁରୀ'- ୨୮ ଫେବୃଆରୀ ୨୦୨୬ରେ ଆରମ୍ଭ ହୋଇଥିବା ଏହି ଅପରେସନରେ ଆମେରିକା ଏବଂ ଇସ୍ରାଏଲ୍ ମିଳିତ ଭାବେ ଇରାନର ପରମାଣୁ କେନ୍ଦ୍ର ଏବଂ କ୍ଷେପଣାସ୍ତ୍ର ଘାଟିକୁ ଟାର୍ଗେଟ କରିଥିଲେ। ରିପୋର୍ଟ ଅନୁଯାୟୀ, ଏହି ଆକ୍ରମଣରେ Anthropic ର 'Claude' ଭଳି ଶକ୍ତିଶାଳୀ AI ମଡେଲ୍‌ର ବ୍ୟବହାର କରାଯାଇଥିଲା, ଯାହା ଯୁଦ୍ଧକ୍ଷେତ୍ରର ରଣନୀତି ପ୍ରସ୍ତୁତ କରିବାରେ ସାହାଯ୍ୟ କରିଥିଲା। ଅନ୍ୟପଟେ ଏହି ଆକ୍ରମଣ ପରେ ଇରାନ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଇରାନ ଏହାକୁ ‘ଟେକ୍ନୋଲୋଜିକାଲ୍ ଆତଙ୍କବାଦ’ ବୋଲି ଦର୍ଶାଇଛି ଏବଂ ଏହାର କଡ଼ା ଜବାବ ଦେବାକୁ ଚେତାବନୀ ଦେଇଛି।