ନୂଆଦିଲ୍ଲୀ : କାନାଡାରେ ବିଶ୍ନୋଇ ଗ୍ୟାଙ୍ଗର ପ୍ରଭାବ ଲଗାତାର ବଢିବାରେ ଲାଗିଛି। ଗୁରୁବାର କାନାଡା ପୁଲିସ ଏକ ଚିଠିର ଉଲ୍ଲେଖ କରି କହିଛି ଯେ, ଏଠାରେ ଗ୍ୟାଙ୍ଗର ୧୦୦୦ସୁଟର ଆକ୍ଟିଭ୍ ଅଛନ୍ତି , ଯିଏ ବଳପୂର୍ବକ ଚାନ୍ଦା ଆଦାୟ କରିବା ଧନ୍ଦାରେ ସାମିଲ ଅଛନ୍ତି। କାନାଡା ପୁଲିସର କହିବାନୁସାରେ, ଗ୍ୟାଙ୍ଗର ଅଧିକାଂଶ ସଦସ୍ୟଙ୍କ କାନାଡାରେ ଏଣ୍ଟ୍ରି ଏକ ପ୍ରବାସୀ ଭିସା ଦ୍ୱାରା ହୋଇଛି। ଆମେ ମାମଲାର ଯାଞ୍ଚ କରୁଛୁ ଏବଂ ଆଗାମୀ ସମୟରେ ଗ୍ୟାଙ୍ଗ ଉପରେ ବଡ଼ ଆକ୍ସନ ନେବୁ। କାନାଡା ଅନେକ ଦିନରୁ ବିଶ୍ନୋଇ ଗ୍ୟାଙ୍ଗକୁ ନେଇ ଚିନ୍ତିତ। ଓଟାୱା ଗତ ବର୍ଷ ବିଶ୍ନୋଇ ଗ୍ୟାଙ୍ଗକୁ ଆତଙ୍କବାଦୀ ସଙ୍ଗଠନ ଗୁଡ଼ିକର ତାଲିକାରେ ସାମିଲ କରିଥିଲା।

ଗ୍ଲୋବାଲ ନ୍ୟୁଜ୍ ମୁତାବିକ, ୨୦୧୫ରେ ଭାରତରେ ବନ୍ଦୀ ଲରେନ୍ସ ବିଶ୍ନୋଇର ଏହି ଗ୍ୟାଙ୍ଗର କାନାଡାରେ ଗୋଲ୍ଡି ବରାର ପରିଚାଳନା କରୁଛି। ଗ୍ୟାଙ୍ଗର ସଦସ୍ୟ ପ୍ରଥମେ ସେହି ବେପାରୀ କିମ୍ୱା ବଡ଼ ବଡ଼ ଲୋକଙ୍କ ତାଲିକା ପ୍ରସ୍ତୁତ କରିଥାଏ , ଯାହା ଠାକୁ ସେ ଚାନ୍ଦା ଆଦାୟ କରିବାକୁ ଚାହାନ୍ତି। ଏହାପରେ ଧମକ ଦେବାର ପ୍ରକ୍ରିୟା ଆରମ୍ଭ ହୋଇ ଯାଏ।

ବ୍ରିଟିଶ କୋଲମ୍ୱିଆ ପୁଲିସ ମୁତାବିକ, ନଭେମ୍ୱର ୨୦୨୫ରେ ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗ ପକ୍ଷରୁ ତାଙ୍କୁ ଏକ ଚିଠି ମିଳିଥିଲା। ଏହି ଚିଠିରେ ଲେଖାଯାଇ ଥିଲା ଯେ, ଏଠାରେ ଆମର ୧୦୦୦ ବନ୍ଧୁକଧାରୀ ଯବାନ ସକ୍ରିୟ ଅଛନ୍ତି। ଏମାନେ ଗୋଟିଏ ଇସାରାରେ ଭୟଙ୍କର ଫାୟାରିଂ କରି ପାରିବେ। ପୂରା କାନାଡାକୁ ଭୟଭୀତ କରି ପାରିବେ।

କାନାଡାରେ ବିଶ୍ନୋଇ ଗ୍ୟାଙ୍ଗର ଏଣ୍ଟ୍ରି ୨୦୧୯ ମସିହାରେ ହୋଇଥିଲା। ଧିରେ ଧିରେ ଏହି ଗ୍ୟାଙ୍ଗ କାନାଡାରେ ନିଜର ବିସ୍ତାର କରି ସାରିଛି। ୨୦୨୩ ରେ ଗ୍ୟାଙ୍ଗ ଅନେକ ଘଟଣାର ଦାୟିତ୍ୱ ନେଇଥିଲା , ଯାହା ପରେ କାନାଡାର ପୁଲିସ ଏହି ଗ୍ୟାଙ୍ଗକୁ ରାଡାରକୁ ନେଇଥିଲା।

କାନାଡା ପୁଲିସ ଗିରଫ ହୋଇଥିବା ଲୋକଙ୍କୁ ପଚାରି ବିଶ୍ନୋଇ ଗ୍ୟାଙ୍ଗର କାମ ବିଷୟରେ ଏକ ବିସ୍ତୃତ ରିପୋର୍ଟ ଜାରି କରିଛି। ଏଥିରେ କୁହାଯାଇଛି ଯେ, ଗ୍ୟାଙ୍ଗ ବାହାରର ଦେଶରୁ ଆସୁଥିବା ଲୋକଙ୍କୁ ପ୍ରଭାବିତ କରିଥାଏ । ତାକୁ ଅପରାଧ କରିବା ପାଇଁ ପ୍ରବର୍ତ୍ତାଇ ଥାଏ। ବଦଳରେ ତାକୁ କିଛି ଅର୍ଥ ରାଶି ଦେଇଥାଏ। ଗ୍ୟାଙ୍ଗର ସଦସ୍ୟ ଗୋଲ୍ଡି ବରାରଙ୍କ ନାମରେ ଧମକ ଦେଇଥାଏ। ଏଥିପାଇଁ ହ୍ୱାଟ୍ସଆପ୍ ବ୍ୟବହାର କରାଯାଏ।

ଗ୍ୟାଙ୍ଗର ଟାର୍ଗେଟ୍‌ରେ ଦକ୍ଷିଣ ଏସିଆର ବ୍ୟବସାୟୀ ଅଛନ୍ତି। ଜୋରା ସିଦ୍ଧୁ ବଳପୂର୍ବକ ଅର୍ଥ ଆଦାୟ କରିବାର ପୂରା କାମକୁ ଦେଖିଥାଏ। ଯଦି କେହି ବ୍ୟବସାୟୀ ଟଙ୍କା ଦେଇ ନଥାଏ ତ , ତାଙ୍କ ଘର ଉପରେ ପ୍ରଥମେ ଇସାରାରେ ଫାୟାରିଂ ହୋଇଥାଏ।

ଆହୁରି ମଧ୍ୟ ପଢନ୍ତୁ :  ମମତା ବାନାର୍ଜୀଙ୍କ ଆଉ ଜଣେ ନେତା ଦେଲେ ଇସ୍ତଫା , ବଙ୍ଗଳା ପରାଜୟ ପରେ ଟିଏମସିରେ ବଢୁଛି ଅଶାନ୍ତି