ପ୍ରମୂଖ ଖବର
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଦିନକୁ କେତେ ଚିନି ଖାଇବା ସ୍ୱାସ୍ଥ୍ୟ ପାଇଁ ଭଲ? ଆସନ୍ତୁ ଜାଣିବା

Published By : Anindita Ratha | October 5, 2024 11:39 AM

ଅନେକ ଲୋକ ମିଠା ଖାଇବାକୁ ବେଶ ପସନ୍ଦ କରନ୍ତି । ଜନ୍ମଦିନ ହେଉକି କୌଣସି ପର୍ବପର୍ବାଣୀ, ବିଭିନ୍ନ ପ୍ରକାର ମିଷ୍ଠାନ୍ନ ପ୍ରସ୍ତୁତ ହୋଇଥାଏ ଘରେ । ହେଲେ ଏସବୁ ମିଠା ଜାତୀୟ ଖାଦ୍ୟରେ ଅଧିକ ମାତ୍ରାରେ ଚିନି ରହିଥାଏ ଯାହାକି ଆମ ସ୍ବାସ୍ଥ୍ୟ ଉପରେ ଗୁରୁତର ପ୍ରଭାବ ପକାଏ । ସାଧାରଣତଃ ଅଧିକ ମିଠା ଖାଇବାକୁ ଡାକ୍ତରମାନେ ମନା ମଧ୍ୟ କରଥାନ୍ତି । କାରଣ ଏଥିରେ ଥିବା ଚିନି ଡାଇବେଟିସ୍ ଠାରୁ ନେଇ, ଲିଭର, ହୃଦରୋଗ, ବ୍ଲଡ ପ୍ରେସର ଭଳି ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟାର କାରଣ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଜଣେ ବ୍ୟକ୍ତି ଦିନକୁ କେତେ ଚିନି ଖାଇବା ଆବଶ୍ୟକ । 

ଆମେରିକା ହାର୍ଟ ଆସୋସିଏସନ ଅନୁସାରେ, ଜଣେ ପୁରୁଷ ପ୍ରତିଦିନ ୧୫୦ କ୍ୟାଲୋରୀ ଅର୍ଥାତ ୯ ଚାମଚ ଚିନି ସେବନ କରିପାରିବେ । ସେହିପରି ମହିଳା ପ୍ରତିଦିନ ୧୦୦ କ୍ୟାଲୋରୀ ଅର୍ଥାତ ୬ ଚାମଚ ଚିନି ସେବନ କରିବା ଉଚିତ୍ । ତେବେ  ମହିଳାମାନଙ୍କୁ ପରାମର୍ଶ ଦିଆଯାଏ ଯେ, ସେମାନେ ଦୈନିକ ୨୫ ଗ୍ରାମରୁ ଅଧିକ ଚିନି ଖାଇବା ଉଚିତ୍ ନୁହେଁ । ସେହିପରି ଅନ୍ୟପଟେ  ଆମେରିକୀୟ ଡାଏଟାରୀ ଗାଇଡଲାଇନ ଲୋକଙ୍କୁ ଦୈନିକ କ୍ୟାଲୋରୀ ସେବନର ୧୦ ପ୍ରତିଶତରୁ କମ୍ ଚିନି ଗ୍ରହଣ କରିବାକୁ ପରାମର୍ଶ ଦିଏ । ଏହି ଅନୁସାରେ ପ୍ରତିଦିନ ୨୦୦୦ କ୍ୟାଲୋରୀ ଖାଉଥିବା ବ୍ୟକ୍ତି ୫୦ ଗ୍ରାମ ଚିନି ଖାଇପାରିବେ, ଯଦି ଆପଣ ସୁସ୍ଥ ଓ ସକ୍ରିୟ ରହିଥାନ୍ତି ତ । ଧ୍ୟାନ ରଖିବା ଜରୁରୀ କି, ଯେପରି ଖାଦ୍ୟରେ ଅତିରିକ୍ତ ଚିନି ସେବନ ନ କରନ୍ତି ।

ଅଧିକ ଚିନି ଖାଉଥିଲେ ହେଉଥିଲେ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ। ଯେପରିକି,ଅଧିକ ଚିନି ଖାଇଲେ ଓଜନ ବୃଦ୍ଧି ପାଇପାରେ । ସେହିପରି ଅତ୍ୟଧିକ ଚିନି ହୃଦରୋଗ ଆଶଙ୍କା ବଢାଇଥାଏ । ଏହାସହିତ ହାଇ ବ୍ଲଡପ୍ରେସର, ଲିଭର ରୋଗ ଆଶଙ୍କା ମଧ୍ୟ ଥାଏ । ମୁହଁରେ ଦାଗ, ବ୍ରଣ ଉଠୁଥିଲେ ଅଧିକ ଚିନି ଖାଇବାରୁ ଦୂରେଇ ରୁହନ୍ତୁ । ଏହାଦ୍ବାରା ବ୍ରଣ ଓ ଚର୍ମ କୁଞ୍ଚନ ଭଳି ସମସ୍ୟା ହୋଇଥାଏ । ଚିନି ଖାଇଲେ ଟାଇପ୍-୨ ଡାଇବେଟିସ୍ ହେବାର ଆଶଙ୍କା ବୃଦ୍ଧି ପାଏ। ଅଧିକ ଚିନି ଥିବା ଖାଦ୍ୟପଦାର୍ଥ ବ୍ଲଡସୁଗାର ବଢାଇ ଶରୀରରେ ଏନର୍ଜି ସ୍ତର କମ୍ କରିପାରେ ।





Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.