ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

୩୧ ଦିନ, ୭୪ ଆତଙ୍କବାଦୀ ଆକ୍ରମଣ, ୨୪୫ ଲୋକଙ୍କ ମୃତ୍ୟୁ; ପାକିସ୍ତାନର ରିପୋର୍ଟ କାର୍ଡରେ ଆତଙ୍କରାଜ

Published By : Soubhagya Ranjan | February 3, 2025 10:29 PM

Image source: NBT

ନୂଆଦିଲ୍ଲୀ,୦୩/୦୨: ପାକିସ୍ତାନରେ ଜାନୁଆରୀ ୨୦୨୫ରେ ଆତଙ୍କବାଦୀ ଆକ୍ରମଣରେ ଦ୍ରୂତ ବୃଦ୍ଧି ଘଟିଥିବା ବେଳେ ଏହା ପୂର୍ବ ମାସ ତୁଳନାରେ ୪୨ ପ୍ରତିଶତ ଅଧିକ ଅଟେ। ଏହି ସୂଚନା ଏକ ଥିଙ୍କ୍‌ ଟ୍ୟାଙ୍କ ପକ୍ଷରୁ ଦିଆଯାଇଛି। ପାକିସ୍ତାନ ଇନ୍‌ଷ୍ଙିଚ୍ୟୁଟ୍‌ ଫର୍‌ କନ୍‌ଫ୍ଳି୍ଟ ଆଣ୍ଟ ସିକ୍ୟୁଯିଟି ଷ୍ଟଡିଜ (ପିଆଇସିଏସ୍‌ଏସ୍‌) ଦ୍ବାରା ଜାରି ତଥ୍ୟକୁ ଦର୍ଶାଇ 'ଡନ୍' ଖବରକାଗଜ ସେମବାର କହିଛି ଯେ, ଦେଶସାରା ଅତି କମ୍‌ରେ ୭୪ଟି ଆତଙ୍କବାଦୀ ଆକ୍ରମଣରେ ୨୪୫ ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ଏଥିରେ ୩୫ଜଣ ସୁରକ୍ଷାକର୍ମୀ, ୨୦ଜଣ ନାଗରିକ ଏବଂ ୩୬ ଆତଙ୍କବାଦୀ ସାମିଲ ଅଛନ୍ତି। ସେପଟେ ୧୧୭ ଗୁରୁତରଙ୍କ ତାଲିକାରେ ସୁରକ୍ଷାବଳର ୫୩ ସୈନ୍ୟ, ୫୪ ନାଗରିକ ଏବଂ ୧୦ଜଣ ଆତଙ୍କବାଦୀ ସାମିଲ ଅଛନ୍ତି। 

ବୃଦ୍ଧି ପାଇଛି ପାକିସ୍ତାନ ସୈନ୍ୟଙ୍କ କାର୍ଯ୍ୟାନୁଷ୍ଠାନ:

ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ଜାନୁଆରୀ ମାସରେ ଆତଙ୍କବାଦ ବିରୋଧୀ ଅଭିଯାନରେ ସୁରକ୍ଷା ବାହିନୀ ୧୮୫ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଛନ୍ତି। ଏଥି ସହିତ, ଜାନୁଆରୀ ମାସରେ ବିପୁଳ ପରିମାଣର ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ୨୦୧୬ ମସିହା ପରଠାରୁ, ଗୋଟିଏ ମାସରେ ସର୍ବାଧିକ ଆତଙ୍କବାଦୀ ନିହତ ହୋଇଥିଲେ ଡିସେମ୍ବର ୨୦୨୪ରେ। ସେତେବେଳେ ସୁରକ୍ଷା ବାହିନୀ ୧୯୦ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲେ।

ଜାନୁଆରୀରେ ୨୪୫ ଲୋକଙ୍କ ମୃତ୍ୟୁ:

ଜାନୁଆରୀ ମାସରେ ଆତଙ୍କବାଦୀ ଆକ୍ରମଣ ଏବଂ ସୁରକ୍ଷା ବାହିନୀର କାର୍ଯ୍ୟାନୁଷ୍ଠାନରେ ମୋଟ ୨୪୫ ଜଣ ପ୍ରାଣ ହରାଇଛନ୍ତି, ଯେଉଁଥିରେ ୧୮୫ ଜଣ ଆତଙ୍କବାଦୀ, ୪୦ ଜଣ ସୁରକ୍ଷା କର୍ମୀ ଏବଂ ୨୦ ଜଣ ସାଧାରଣ ନାଗରିକ ଅଛନ୍ତି। ଖୈବର ପଖତୁନଖଓ୍ବା ସବୁଠାରୁ ଅଧିକ ପ୍ରଭାବିତ ରାଜ୍ୟ ଥିଲା, ତା’ପରେ ରହିଛି ବଲୁଚିସ୍ତାନ। ଜାନୁଆରୀ ମାସରେ ବଲୁଚିସ୍ତାନରେ ଦୁଇଟି ଆତ୍ମଘାତୀ ବିସ୍ଫୋରଣ ମଧ୍ୟ ଘଟିଥିଲା। ପ୍ରତିବନ୍ଧିତ ତେହେରିକ-ଏ-ତାଲିବାନ ପାକିସ୍ତାନ ଗୋଟିଏ ଆକ୍ରମଣ ପାଇଁ ଦାୟୀ ବୋଲି ନିଜକୁ ଦାବି କରିଥିବା ବେଳେ ପ୍ରତିବନ୍ଧିତ ବଲୁଚିସ୍ତାନ ଲିବରେସନ ଆର୍ମି ଅନ୍ୟ ଆକ୍ରମଣ ପାଇଁ ଦାୟୀ ବୋଲି ନିଜକୁ ଦାବି କରିଛି। ଏହା ବ୍ୟତୀତ, ରିପୋର୍ଟରେ ଅପହରଣ ଘଟଣାରେ ଚିନ୍ତାଜନକ ବୃଦ୍ଧି ଦେଖିବାକୁ ମିଳିଛି। ଆତଙ୍କବାଦୀମାନେ ଅତି କମରେ ୩୭ ଜଣଙ୍କୁ ଅପହରଣ କରିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.