ପ୍ରମୂଖ ଖବର
  • କଟକ : କାଠଯୋଡ଼ିରେ ବୁଡ଼ି ଯାଇଥିବା ୨ ନାବାଳକ ଉଦ୍ଧାର,ଉଭୟଙ୍କୁ ମୃତ ଘୋଷଣା କଲେ ଡାକ୍ତର
  • ||
  • ବୁଧବାର ମହାପ୍ରଭୁଙ୍କ ରାହୁରେଖା ଲାଗି ନୀତି, ଅପରାହ୍ଣ ସାଢ଼େ ୨ଟାରୁ ସର୍ବସାଧାରଣ ଦର୍ଶନ ମନା
  • ||
  • ବ୍ରାହ୍ମଣୀ ନଦୀରେ ଭାସିଗଲେ ଗାଈ ଚରାଳି, ଅଗ୍ନିଶମ ବାହିନୀର ଖୋଜାଖୋଜି ଜାରି
  • ||
  • ରାକ୍ଷୀରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ୫ ଜଣଙ୍କୁ ଉଠାଇଆଣିଲା ରାଜନଗର ପୁଲିସ
  • ||
  • ଆଜି ହୋଇପାରେ NDAର ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା -ପ୍ରଧାନମନ୍ତ୍ରୀ ଏବଂ ଜେପି ନଡ୍ଡା ନେଇପାରନ୍ତି ଚୂଡ଼ାନ୍ତ ନିଷ୍ପତ୍ତି
  • ||
  • ରାଜ୍ୟରେ ବଢ଼ୁଛି ଜନବସତି, ଥମୁନି ହାତୀ-ମଣିଷ ଲଢ଼େଇ;୧୫ ବର୍ଷ ଧରି କାର୍ଯ୍ୟକ୍ଷମ ହେଉନି ୧୪ ହାତୀ କରିଡର
  • ||
  • କଟକ: ଜଗନ୍ନାଥ ଦର୍ଶନ ପାଇଁ ଯାଉଥିବା ବେଳେ ଅଘଟଣ, ମଝି ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା କାର୍
  • ||
  • ପାକିସ୍ତାନର ବଲୁଚ ଲିବରେସନ୍ ଆର୍ମି ଆତଙ୍କୀ ସଂଗଠନ ଘୋଷିତ, ବିଦେଶୀ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କଲା ଆମେରିକା
  • ||
  • ମଙ୍ଗଳବାର ସଚିବସ୍ତରୀୟ ବୈଠକ; ବୁଧବାର ବସିବ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ
  • ||
  • ବୁଧବାର ଲଘୁଚାପ, ଆଜିଠୁ ପ୍ରବଳ ବର୍ଷା ସମ୍ଭାବନା; କୋରାପୁଟ ଓ ମାଲକାନଗିରିକୁ ଅରେଞ୍ଜ, ୨୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||

କିପରି ଚିହ୍ନିବେ ଡୁପ୍ଲିକେଟ୍ ଭୋଟର କାର୍ଡ ? ତେଜସ୍ବୀ ଯାଦବ ଏବଂ ବିଜୟ ସିହ୍ନାଙ୍କ ଭଳି ମୁସ୍କିଲରୁ ବଞ୍ଚନ୍ତୁ

Published By : Manash Sahoo | August 12, 2025 2:21 PM

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ସଂସଦରୁ ସଡ଼କ ସବୁଠି ଏସଆଇଆର୍ ଝଡ଼ । ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ ବା SIR ଏବେ ରାଷ୍ଟ୍ରୀୟ ମୁଦ୍ଦା ହୋଇସାରିଛି । ମୁଖ୍ୟ ନିର୍ବାଚନ ଆୟୋଗ ପକ୍ଷରୁ ଆରମ୍ଭ ହୋଇଥିବା ଅଭିଯାନ ଭିତରେ ବିହାର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ଏବଂ ଆରଜେଡି ନେତା ତେଜସ୍ବୀ ଯାଦବଙ୍କ ଦୁଇ ଦୁଇଟା ଭୋଟର କାର୍ଡ ମୁଦ୍ଦା ସାମ୍ନାକୁ ଆସିଛି । ସେପଟେ ବିହାର ଉପ-ମୁଖ୍ୟମନ୍ତ୍ରୀ ବିଜୟ କୁମାର ସିହ୍ନାଙ୍କ ନାଁରେ ମଧ୍ୟ ଦୁଇଟି ଭୋଟର କାର୍ଡ ଇସ୍ୟୁ ହୋଇଛି । ଦୁଇ ଯାକ ମାମଲାରେ ନିର୍ବାଚନ ଆୟୋଗ ନେତାମାନଙ୍କୁ ନୋଟିସ୍ ଜାରି ଜବାବ ଦେବାକୁ କହିଛନ୍ତି ।

ବିହାର ଭୋଟର କାର୍ଡ ଚର୍ଚ୍ଚା: 

ବିହାରରେ ଦୁଇ ବରିଷ୍ଠ ନେତାଙ୍କ ନିକଟରେ ଦୁଇଟି ଲେଖାଏଁ ଭୋଟର କାର୍ଡ ମିଳିବା ଘଟଣା, ଦେଶରେ ସାଧାରଣ ନାଗରିକଙ୍କ ପାଇଁ ଏକ ସତର୍କ ଘଣ୍ଟି । ଯଦି ଆପଣଙ୍କ ପାଖରେ ଦୁଇଟି ଭୋଟର କାର୍ଡ ରହିଛି, ତେବେ ଏହାର ସୂଚନା ନିର୍ବାଚନ ଆୟୋଗଙ୍କୁ ଦେବା ଜରୁରୀ । ନହେଲ ଆପଣ ବି ଅଡ଼ୁଆରେ ପଡ଼ିପାରନ୍ତି । ଅନ୍ୟପଟେ ଆପଣଙ୍କ ନାଁ ଦୁଇଟି ଭୋଟର ଇସ୍ୟୁ ହୋଇଛି ବୋଲି କିପରି ଜାଣିବେ । ପରେ ଏହି ଭୋଟର ଆଇଡିକୁ କିପରି ସରେଣ୍ଡର କରିବେ ? ଏଭଳି କିଛି ପ୍ରଶ୍ନର ଉତ୍ତର ଆସନ୍ତୁ ଜାଣିବା । 

ଜଣେ ବ୍ୟକ୍ତିଙ୍କ ନାଁରେ ଦୁଇଟି ଭୋଟର କାର୍ଡ ପଞ୍ଜୀକୃତ ହେବା ପ୍ରାୟତଃ ସାଧାରଣ କଥା । ହେଲେ ଏହା ଏକ ଗମ୍ଭୀର ସମସ୍ୟା । ଯାହାକୁ ନେଇ ଜନପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କୁ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଯଦି ଆପଣଙ୍କ ନାଁରେ ଦୁଇଟି ଭୋଟର  ପ୍ରମାଣପତ୍ର ରହିଛି, ତେବେ ଏହାକୁ ଠିକ୍ କରିବା ଜରୁରୀ । ସରେଣ୍ଡର କିମ୍ବା ସଂଶୋଧନ କରି ଅଡ଼ୁଆ ସ୍ଥିତିରୁ ମୁକୁଳି ପାରିବେ । ପ୍ରଥମେ ଆପଣଙ୍କୁ ସୁନିଶ୍ଚିତ କରିବାକୁ ପଡ଼ିବ ଯେ ଆପଣଙ୍କ ନାଁରେ ଗୋଟିଏ ଭୋଟର କାର୍ଡ ଇସ୍ୟୁ ହୋଇଛି । ଭାରତୀୟ ସମ୍ବିଧାନ ଅନୁଯାଇ,  କୌଣସି ବ୍ୟକ୍ତି ଦୁଇଟି ଭୋଟର କାର୍ଡ ରଖିବା ଅପରାଧ । ନିର୍ବାଚନ ଆୟୋଗ ଅଧିକାଂଶ ସମୟରେ ଲୋକଙ୍କୁ ଅପିଲ୍ କରିଥାନ୍ତି କି ଆପଣ ନିଜର ଭୋଟର ଆଇଡି କାର୍ଡକୁ ଚିହ୍ନନ୍ତୁ ଏବଂ ଡୁପ୍ଲିକେଟ୍ କାର୍ଡକୁ ରଦ୍ଦ କରନ୍ତୁ । ଏହା ଏକ ଆଇନଗତ ଦାୟିତ୍ବ ନୁହେଁ ବରଂ ନିର୍ବାଚନ ପ୍ରକ୍ରିୟାକୁ ପାରଦର୍ଶିତା ରହିବାରେ ସାହଯ୍ୟ କରିଥାଏ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.