ଶାରୀରର ଯେକୌଣସି ଅଙ୍ଗରେ ଜନ୍ମରୁ ରହିଥିବା ଚିହ୍ନ କିମ୍ୱା କୌଣସି ଦାଗକୁ ବର୍ଥ ମାର୍କ କୁହାଯାଇଥାଏ । ଅନେକ ଲୋକଙ୍କ ଶରୀରେ ଏହି ଚିହ୍ନ ଦେଖିବାକୁ ମିଳିଥାଏ । ଏହା କଳା, ମାଟିଆ ଏବଂ ବେଳେବେଳେ ନୀଳ ରଙ୍ଗର ମଧ୍ୟ ହୋଇଥାଏ । ସାଧାରଣତଃ ବର୍ଥ ମାର୍କ ଶରୀରକୁ କୌଣସି କ୍ଷତି ପହଞ୍ଚାଇ ନଥାଏ । ହେଲେ ବେଳେବେଳେ ଏହି ବର୍ଥ ମାର୍କ ମୁହଁରେ ହୋଇଥାଏ । ଯାହା ସମ୍ପୂର୍ଣ୍ଣ ମୁହଁର ସୁନ୍ଦରତାକୁ ନଷ୍ଟ କରିଦେଇଥାଏ । ଏହି କାରଣରୁ ଲୋକମାନେ ଏହାକୁ ମୁହଁରୁ କାଢିବାକୁ ଚାହାନ୍ତି । ଏପରି ସ୍ଥିତିରେ ପ୍ରଶ୍ନ ଉଠୁଛି ଯେ, ଶରୀରରୁ ବର୍ଥ ମାର୍କ ସବୁଦିନ ପାଇଁ ବାହାର କରି ହେବ କି ? ତେବେ ଆସନ୍ତୁ ସେ ବିଷୟରେ ଜାଣିବା ।

ଏକ୍ସପର୍ଟଙ୍କ ମତ ଅନୁଯାୟୀ, ବର୍ଥ ମାର୍କ ଜନ୍ମରୁ ହିଁ ରହିଥାଏ । ସେମାନଙ୍କ ମଧ୍ୟରୁ ଅଧିକାଂଶ ବାର୍ଥ ମାର୍କ ଶରୀରକୁ କୌଣସି କ୍ଷତି ପହଞ୍ଚାଇ ନଥାଏ । ହେଲେ ଅନେକ ସମୟରେ ଏହି ବର୍ଥ ମାର୍କ ଲୋକଙ୍କ ମୁହଁରେ ହୋଇଥିବାରୁ ସେମାନଙ୍କ ଆତ୍ମବିଶ୍ୱାସ କମିଯାଇଥାଏ । କିଛି ଲୋକଙ୍କ  ମତରେ ଏହା ଆପେ ଆପେ ଚାଲିଯାଇଥାଏ । କିନ୍ତୁ ଏହା ସମସ୍ତଙ୍କ ଶରୀରରେ ହୋଇନଥାଏ । 

ବର୍ଥ ମାର୍କରେ ପ୍ରକାରଭେଦ

ବସ୍କୁଲର୍‌ ବର୍ଥ ମାର୍କ- ଶରୀରର ଯେଉଁ ଭାଗରେ ସଠିକ ଭାବରେ ରକ୍ତ ସଂଚାଳନ ହୋଇ ନଥାଏ, ସେହି ଅଙ୍ଗର ଚର୍ମରେ ଆପେ ଆପେ ବର୍ଥ ମାର୍କ ହୋଇଥାଏ ।

ମୋକୁଲର୍‌ ଷ୍ଟେନ୍‌- ମୋକୁଲର୍‌ ଷ୍ଟେନ୍‌ ମଧ୍ୟ ବର୍ଥ ମାର୍କର ଅନ୍ତର୍ଗତ । ଏହା ମୁଣ୍ଡର ସାମ୍ନା ଭାଗରେ ଅର୍ଥାତ ମଥା, ନାକ, ଆଖି କିମ୍ୱା ବେକରେ ଦେଖିବାକୁ ମିଳିଥାଏ । ସାଧାରଣତଃ ଏହାର ରଙ୍ଗ ହାଲୁକା ନାଲି ହୋଇଥାଏ । 

ହେମଙ୍ଗିଓମା- ବେଳେ ବେଳେ ଶରୀରରେ କାଳାଜାଇ ବଡ଼ ହବାକୁ ଲାଗିଥାଏ । ଏହା ଚର୍ମର ଉପର ଭାଗରେ ହେବା ସହ ଅତି ଗଭୀର ଯାଏଁ ମଧ୍ୟ ମାଡ଼ି ଥାଏ । ଏହା ସାଥାରଣତଃ ନାଲି ରଙ୍ଗର ହୋଇଥାଏ ।

ପୋର୍ଟ ବିନ୍‌ ଷ୍ଟେନ୍‌- ଶରୀରରେ ୱାଇନ୍‌ ରଙ୍ଗର ଚିହ୍ନ ଦେଖିବାକୁ ମିଳିଥାଏ । ଶରୀରର ଆଭ୍ୟନ୍ତରୀଣ ପରସ୍ତର ରକ୍ତ କଣିକାରେ ସାମାନ୍ୟ ବ୍ଲିଡିଙ୍ଗ ହେବା କାରଣରୁ ଏପରି ହୋଇଥାଏ । 

ବର୍ଥ ମାର୍କକୁ ସବୁଦିନ ପାଇଁ ଶରୀରରୁ କଢାଯାଇ ପାରିବ କି?

ଏହି ବର୍ଥ ମାର୍କକୁ ସବୁଦିନ ପାଇଁ ଶୀରରରୁ କଢା ଯାଇ ପାରିବ । ଆଜିର ଏହି ଅତ୍ୟାଧୁନିକ ଯୁଗର ବିଜ୍ଞାନ ସାହାଯ୍ୟରେ ଡାକ୍ତର ଏହାକୁ କରିବାରେ ସଫଳ ହୋଇଛନ୍ତି । ଏହାକୁ ଅସ୍ତ୍ରୋପଚାର, ଲେଜର୍‌ ଟ୍ରିଟମେଣ୍ଟ୍‌ କିମ୍ୱା କ୍ରାୟୋ ଥିରାପି ସାହାଯ୍ୟରେ ଶରୀରରୁ କାଢିବାରେ ଡାକ୍ତରମାନେ ସଫଳ ହୋଇ ପାରିଛନ୍ତି ।

ଏହାର ଉପାୟ-

ଅପରେସନ୍‌ କିମ୍ୱା ସର୍ଜରୀ ସାହାଯ୍ୟରେ ବର୍ଥ ମାର୍କକୁ କଢାଯାଇପାରିବ । ଯଦି କାହାର ଶରୀରରେ ପିଗମେଣ୍ଟେଡ୍‌ ବର୍ଥ ମାର୍କ ହୋଇଥାଏ, ତେବେ ଲେଜର୍‌ ଲାଇଟ୍‌ ସାହାଯ୍ୟରେ ଏହାକୁ କଢାଯାଇପାରିବ । ଏଥିପାଇଁ ୫ରୁ ୬ ଟି ସେସନ୍‌ରେ ଉପଚାର କରିବାକୁ ପଡ଼ିଥାଏ । ଏହାରି ମଧ୍ୟରେ ବର୍ଥ ମାର୍କ ଶରୀରରୁ ବାହାରି ଯାଇଥାଏ । କ୍ରାୟୋ ଥେରାପିରେ ଲିକୁଇଡ୍‌ ନାଇଟ୍ରୋଜେନ୍‌ର ବ୍ୟବହାର କରାଯାଇଥାଏ । ଏହାର ବ୍ୟବହାର କରି ବର୍ଥ ମାର୍କକୁ ଫ୍ରିଜ୍‌ କରାଯାଇଥାଏ । ଏବଂ ଏହାକୁ ଶରୀରରୁ ବାହାରକୁ କଢାଯାଇଥାଏ ।