ନୂଆଦିଲ୍ଲୀ,୦୫/୦୮: ଏଣିକି ବିନା ହ୍ୱାଟସ୍ଆପରେ ବି କରିପାରିବେ ଚାଟିଂ। ହ୍ୱାଟସ୍ଆପ ଏକ ନୂଆ ଫିଚର ଉପରେ କାମ କରୁଛି, ଯାହା ୟୁଜରଙ୍କୁ ସେହି ଲୋକଙ୍କ ସହିତ କଥା ହେବାକୁ ଅନୁମତି ଦେବ ଯେଉଁମାନଙ୍କର ହ୍ୱାଟସ୍ଆପ ଆକାଉଣ୍ଟ ନାହିଁ କିମ୍ବା ଫୋନରେ ଆପ୍ ଇନଷ୍ଟଲ ନାହିଁ। WaBetaInfoର ଏକ ରିପୋର୍ଟ ଅନୁଯାୟୀ,ଏହି ଫିଚର ବର୍ତ୍ତମାନ ଆଣ୍ଡ୍ରଏଡ୍ ବିଟା ସଂସ୍କରଣ ୨.୨୫.୨୨.୧୩ରେ ପରୀକ୍ଷଣ ପର୍ଯ୍ୟାୟରେ ଅଛି । ଆଗାମୀ ସପ୍ତାହ ମଧ୍ୟରେ ଏହାକୁ ରୋଲ୍ ଆଉଟ୍ କରାଯାଇପାରେ।
ଏହି ଫିଚରର ନାମ "ଗେଷ୍ଟ ଚାଟ୍ସ"ହେବ। ଯେଉଁଥିରେ ହ୍ୱାଟସ୍ଆପ ୟୁଜରମାନେ ଏକ ଇନଭାଇଟ୍ ଲିଙ୍କ୍ ମାଧ୍ୟମରେ ଅଣ-ବ୍ୟବହାରକାରୀଙ୍କ ସହିତ ସିଧାସଳଖ ଚାଟ୍ ଆରମ୍ଭ କରିପାରିବେ। ବିଶେଷ କଥା ହେଉଛି ଗ୍ରହଣକାରୀଙ୍କୁ ହ୍ୱାଟସ୍ଆପ ଇନଷ୍ଟଲ କରିବାକୁ ପଡିବ ନାହିଁ କିମ୍ବା ଏକ ଆକାଉଣ୍ଟ ବନାଇବାକୁ ପଡିବ ନାହିଁ। ସେମାନେ ହ୍ୱାଟ୍ସଆପ୍ ୱେବ୍ ଭଳି ଲିଙ୍କ୍ ଉପରେ କ୍ଲିକ୍ କରି ଏକ ସୁରକ୍ଷିତ ୱେବ୍ ଇଣ୍ଟରଫେସ୍ ମାଧ୍ୟମରେ ଚାଟ୍ ଆକ୍ସେସ୍ କରିପାରିବେ। ହ୍ୱାଟସଆପ୍ ଦାବି କରୁଛି ଯେ ଗେଷ୍ଟ ଚାଟରେ ସମସ୍ତ ମେସେଜ୍ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପ୍ଟେଡ୍ ହେବ ଯାହା ଦ୍ୱାରା କେବଳ ଯିଏ ପଠାଉଥିବ ଏବଂ ଯାହା ପାଖକୁ ଯାଉଥିବା କେବଳ ସେମାନେ ଏହି ମେସେଜ୍ ଦେଖିପାରିବେ। ଏହି ଫିଚର ସମ୍ପୂର୍ଣ୍ଣ ଭାବରେ ହ୍ୱାଟସଆପ୍ର ଇଣ୍ଟରନାଲ ସିଷ୍ଟମ୍ ଉପରେ ଆଧାରିତ ହେବ। ହ୍ୱାଟସ୍ଆପ ହୁଏତ ଏହି ଫିଚର ମାଧ୍ୟମରେ ଅଣ-ବ୍ୟବହାରକାରୀମାନଙ୍କୁ ଆପ୍ ବ୍ୟବହାର କରିବାର ଏକ ସହଜ ଉପାୟ ଦେବାକୁ ଚାହୁଁଛି ଯାହା ଦ୍ଵାରା ଲୋକମାନେ ସମ୍ପୂର୍ଣ୍ଣ ସାଇନ୍ ଅପ୍ ନକରି ଚାଟିଂର ଅଭିଜ୍ଞତା ପାଇପାରିବେ।