ମୁମ୍ବାଇ, ୫/୪ : ହ୍ରିତକ ରୋଶନ । ବଲିଉଡ଼ ଷ୍ଟାଇଲିସ୍ ହିରୋ ଭାବେ ଜଣାଶୁଣା । ତାଙ୍କର ଅପକମିଂ ସିନେମାକୁ ନେଇ ସେ ଏବେ ବହୁ ଚର୍ଚ୍ଚାରେ ଅଛନ୍ତି । ହ୍ରିତିକ ରୋଶନଙ୍କ ମୋଷ୍ଟ ଆଓ୍ବେଟେଡ ଫିଲ୍ମ ‘ଓ୍ବାର ୨’ । ତାଙ୍କର ଫ୍ୟାନ୍ସମାନଙ୍କ ଏହି ସିନେମା ବହୁମାତ୍ରାରେ ଅପେକ୍ଷା ଅଛି । ଫିଲ୍ମ ସ୍ବାଧିୀନତା ଦିବସ ଅବସରରେ ରିଲିଜ ହେବାକୁ ଯାଉଛି । ମାତ୍ର ଫିଲ୍ମର ସୁଟିଂ ଏବେ ବି ବାକି ରହିଛି । ହ୍ରିତିକ ରୋଶନ ନିକଟରେ ‘ଓ୍ବାର ୨’କୁ ନେଇ ବଡ଼ ଅପଡେଟ ଦେଇଛନ୍ତି । ଏହି ସମୟରେ ସେ ଫିଲ୍ମରେ ନିଜ କୋ ଆକ୍ଟର ତଥା ଜୁନିୟର ଏନଟିଆରଙ୍କୁ ନେଇ ବି କହିଛନ୍ତି ଏବଂ ତାଙ୍କୁ ବହୁ ଭଲ ଅଭିନେତା ବୋଲି କହିଛନ୍ତି ।
ଜର୍ଜିୟାରେ ଏକ ଇଭେଣ୍ଟ ସମୟରେ ହ୍ରିତିକ ରୋଶନ କହିଛନ୍ତି , ବହୁତ ଭୟ ଥିଲା ପାର୍ଟ ୨ କିଭଳି ହେବ । କିନ୍ତୁ ମୋତେ ଏହି ଫିଲ୍ମ ଉପରେ ବହୁତ ଗର୍ବ ଅଛି । ଗୋଟିଏ ଗୀତ ରହିଛି ଖାଲି । ଫିଲ୍ମ ସୁଟିଂ ହୋଇଯାଇଛି ଏବଂ ସେହି ଗୀତ ଜୁନିୟର ଏନଟିଆରଙ୍କ ସହ ଅଟେ । ମୋତେ ଆଶା ଅଛି ମୁଁ ଭଲ ପରଫର୍ମାନ୍ସ କରିବି’ ।
ସେହିଭଳି ହ୍ରିତିକ ରୋଶନ ଜୁନିୟର ଏନଟିଆରଙ୍କ ତାରିଫ କରିଛନ୍ତି ଏବଂ କହିଛନ୍ତି କି, ମୁଁ ନର୍ଭସ ଅଛି ଏବଂ ଜୁନିୟର ଏନଟିଆର ବହୁତ ଭଲ ଅଭିନେତା । କିନ୍ତୁ ଏହି ଫିଲ୍ମ ପାର୍ଟ ୧ରୁ ବଡ଼ ଏବଂ ବହୁତ ଭଲ ହେବ । ଏଥିଲାଗି ମୋତେ ଶୁଭକାମନା ଦିଅନ୍ତୁ । ମୁଁ ଏବେ ଏବେ ତାଙ୍କ ସହ ଓ୍ବାର ୨ କରିଛି ଏବଂ ସେ ବହୁତ ଭଲ ଅଟନ୍ତି । ସେ ଜଣେ ବହୁତ ଭଲ ସାଥୀ ଅଟନ୍ତି ଆପଣ ଅଗଷ୍ଟ ୧୪ରେ ଓ୍ବାର ୨ ଦେଖନ୍ତୁ ।
ପ୍ରକାଶ ଯେ, ଅୟାନ ମୁଖାର୍ଜୀଙ୍କ ନିର୍ଦେଶନାରେ ନିର୍ମିତ ଫିଲ୍ମ ‘ଓ୍ବାର ୨’ ୨୦୧୯ରେ ରିଲିଜ ହୋଇଥିବା ଫିଲ୍ମ ‘ଓ୍ବାର’ର ସିକ୍ବେଲ ଅଟେ । ‘ଓ୍ବାର ୨’ ମାଧ୍ୟମରେ ଜୁନିୟର ଏନଟିଆର ବଲିଉଡ଼ରେ ଡେବ୍ୟୁ କରିବେ । ଫିଲ୍ମରେ କିୟାରା ଆଡ଼ଭାଣୀ ଲିଡ୍ ଅଭିନେତ୍ରୀ ଭାବେ ଦେଖାଯିବେ । ‘ଓ୍ବାର ୨’ର ସାମ୍ନା ବକ୍ସ ଅଫିସରେ ରଜନୀକାନ୍ତଙ୍କ ‘କୁଲୀ’ ସହ ହେବ । ‘କୁଲୀ’ ବି ୧୪ଅଗଷ୍ଟରେ ରିଲିଜ ହେବାକୁ ଯାଉଛି ।