ଭୁବନେଶ୍ୱର ୧୮/୧୧:  ‘ଓଡ଼ିଶାର ସାନ୍ ତୁମେ, ଓଡ଼ିଶାର ଜାନ୍... କୋଟି କୋଟି ଓଡ଼ିଆର ତୁମେ ସ୍ୱାଭିମାନ, ହେ ନବୀନ ବାବୁ ଆମେ ତମ ଫ୍ୟାନ୍...’, ଏ ଗୀତ ଆଜି ବି କୋଟି କୋଟି ଜନତାଙ୍କ ହୃଦୟରେ ରାଜ୍ କରିଚାଲିଛି । ବିଜେଡି ପାର୍ଟି ଅଫିସ୍, ସଭାଗୃହଠୁ ନେଇ ନବୀନ ଯୁଆଡ଼େ ଯୁଆଡ଼େ ଯାଉଥିଲେ ସବୁଠି ଏହି ଗୀତର ଗୁଞ୍ଜରଣ ।

ଶେଷରେ ଏ ଗୀତର ଏତେ କ୍ରେଜ୍ ହେଲା ଯେ, ମେଲୋଡି, ପୂଜା, ଭସାଣୀରେ ବି ବାଜିଲା । ଏପରିକି ହ୍ୟୁମାନ୍ ଯେଉଁ ମଞ୍ଚରେ ଗୀତ ଗାଉଥିଲେ । ୨୦୧୯ରେ ବିଜେଡିରେ ମିଶି ଶଙ୍ଖ ଧରିଥିଲେ ଏବଂ ନବୀନଙ୍କ ପ୍ରଚାରରେ ସାମିଲ ହୋଇଥିଲେ । ସେହିବର୍ଷ ନିର୍ବାଚନରେ ଏହି ଗୀତ ବେଶ୍ ଟ୍ରେଣ୍ଡ୍‌ରେ ରହିଥିଲା । ସୋସିଆଲ୍ ମିଡିଆରୁ ନେଇ ଶ୍ରୋତାଙ୍କ ମୁହଁରେ ସବୁବେଳେ ସବୁଠି ଏହି ଗୀତ ଶୁଣିବାକୁ ମିଳେ । କେବଳ ପ୍ରଚାର କରିଥିଲେ ଏବଂ ତାଙ୍କ ପ୍ରଚାରର ତରିକା ଥିଲା ସଙ୍ଗୀତରେ ଲୋକଙ୍କୁ ବାନ୍ଧି ରଖିବା ।