ପ୍ରମୂଖ ଖବର
  • ସମ୍ବଲପୁର : ନୂଆଁଖାଇ ପାଇଁ ଲଗ୍ନ ନିର୍ଘଣ୍ଟ, ୨୮ରେ ଲାଗି ହେବ ନବାନ୍ନ
  • ||
  • ରବିବାର ଭାରତରେ ପହଞ୍ଚିବେ ମହକାଶଚାରୀ ଶୁଭାଂଶୁ ଶୁକ୍ଳା
  • ||
  • ଅଗଷ୍ଟ ୧୮ରେ ଭାରତ ଆସୁଛନ୍ତି ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି
  • ||
  • ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ରେଜଲ୍ଟ , ପାସ୍‌ ହାର ୫୬.୨୩ ପ୍ରତିଶତ
  • ||
  • ବୌଦ୍ଧ ଗସ୍ତରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||
  • କଟକର ପ୍ରସିଦ୍ଧ ଦହିବରା ଦୋକାନୀ ରଘୁ ମଉସାଙ୍କ ପରଲୋକ
  • ||
  • ନୂଆପଡ଼: ରାସ୍ତାରୁ ଗୋରୁଙ୍କୁ ଘଉଡ଼ାଇବା ବେଳେ ପିଟିଲା ପିକ୍ଅପ୍‌ ଭ୍ୟାନ୍; ଜଣେ ମୃତ, ଜଣେ ଗୁରୁତର
  • ||
  • ଦୟୀନଦୀରେ ନାବାଳକ ବୁଡ଼ିଯିବା ଘଟଣା, ୬ କିମି ଦୂରରୁ ଛାତ୍ରଙ୍କ ମୃତଦେହ ଠାବ
  • ||
  • କାଲିମେଳା : ଲଗାଣ ବର୍ଷାରେ ବୁଡ଼ିଲା ଏମ୍‌ଭି ୯୬ ପୋଲ, ଯାତାୟାତ ଠପ୍
  • ||
  • ଢେଙ୍କାନାଳ : ସୁଇମିଂ ପୁଲ୍‌ରୁ ଉତ୍ତରାଖଣ୍ଡ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ୍ : ଧରାପଡ଼ିଲେ ସ୍କର୍ପିଓ ଡ୍ରାଇଭର ଓ ସହଯୋଗୀ, ଥାର୍ ମାଲିକଙ୍କ ମିଳୁନି ପତ୍ତା
  • ||
  • ବାଲିପାଟଣାରେ ଯୁବକଙ୍କୁ ଜୀଅନ୍ତା ଜାଳିଦେବା ଘଟଣା: ବାପା ଏବଂ ସାବତ ଭାଇ ଗିରଫ, ପୁଲିସର ଖୋଳତାଡ଼
  • ||
  • ଲଘୁଚାପ ପ୍ରଭାବ: ଆସନ୍ତା ୫ ଦିନ ଛେଚିବ ବର୍ଷା, ଆଜି ୨୦ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି
  • ||
  • ଆଲାସ୍କାରେ ଟ୍ରମ୍ପ-ପୁଟିନ୍‌ଙ୍କ ମଧ୍ୟରେ ୩ ଘଣ୍ଟା ଧରି ଆଲୋଚନା,ବାହାରିଲାନି ନିଷ୍କର୍ସ, ବନ୍ଦ ହେବନି ଋଷ-ୟୁକେନ୍ ଯୁଦ୍ଧ
  • ||

ଏଇଠି ଆରମ୍ଭ ହେଲା ରୋବୋଟ୍ ଅଲମ୍ପିକ, ୧୬ ଦେଶର ୨୮୦ ଟିମ୍ ନେଲେ ଭାଗ

Published By : Ankita S | August 16, 2025 9:56 AM

ନୂଆଦିଲ୍ଲୀ,୧୬/୦୮: ବିଶ୍ୱର ପ୍ରଥମ ମାନବୀୟ ରୋବୋଟ୍ ଖେଳ ଆରମ୍ଭ ହୋଇଛି । ଚୀନର ବେଜିଂରେ ଆରମ୍ଭ ହୋଇଛି ରୋବୋଟ ଅଲମ୍ପିକ । ଏଥିରେ ୧୬ ଦେଶର ୨୮୦ ଦଳରୁ ୫୦୦ରୁ ଅଧିକ ମାନବୀୟ ରୋବୋଟ୍ ଫୁଟବଲ୍‌ ଏବଂ ବକ୍ସିଂଠାରୁ ଆରମ୍ଭ କରି ୨୬ଟି ପ୍ରତିଯୋଗିତାରେ ଭାଗ ନେଇଛନ୍ତି । ୩ ଦିନିଆ ପ୍ରତିଯୋଗିତା ଗୁରୁବାର ସନ୍ଧ୍ୟାରେ ଚୀନର ବେଜିଂରେ ଆରମ୍ଭ ହୋଇଛି । ବିଶ୍ୱ ମାନବୀୟ ରୋବୋଟ୍ ଖେଳ କୃତ୍ରିମ ବୁଦ୍ଧିମତ୍ତା ଏବଂ ରୋବୋଟିକ୍ସରେ ଅଗ୍ରଗତି ଉପରେ ଗୁରୁତ୍ୱ ଦେଇଛି ।

ରୋବୋଟଗୁଡ଼ିକ ଫୁଟବଲ୍, ଟ୍ରାକ୍ ଆଣ୍ଡ୍ ଫିଲ୍ଡ ଏବଂ ଟେବୁଲ୍ ଟେନିସ୍ ଭଳି କ୍ରୀଡାରେ ପ୍ରତିଯୋଗିତା କରିଛନ୍ତି । ବହୁଚ୍ୟାଲେଞ୍ଜର ମୁକାବିଲା କରିଛନ୍ତି । ଆମେରିକା, ଜର୍ମାନୀ ଏବଂ ବ୍ରାଜିଲ ସମେତ ଦେଶର ୧୯୨ ବିଶ୍ୱବିଦ୍ୟାଳୟ ଏବଂ ୮୮ ଘରୋଇ ଉଦ୍ୟୋଗର ପ୍ରତିନିଧିତ୍ୱ କରୁଛନ୍ତି । ୟୁନିଟାରୀ ଏବଂ ଫୁରିୟର ଭଳି ଚୀନ୍ କମ୍ପାନୀର ରୋବୋଟ ମଧ୍ୟ ପ୍ରତିଯୋଗୀଙ୍କ ମଧ୍ୟରେ ଅଛନ୍ତି ।

ଫୁଟବଲ୍ ମ୍ୟାଚ୍ ସମୟରେ, ରୋବୋଟ୍ ପରସ୍ପର ସହିତ ଧକ୍କା ହୋଇ ବାରମ୍ବାର ପଡ଼ିଯାଉଥିବା ଦେଖିବାକୁ ମିଳିଥିଲା । କୋଟ୍‌ରେ ଦୌଡିବା ସମୟରେ ରୋବୋଟ୍ ମଧ୍ୟ ପଡ଼ିଯାଉଥିଲେ । ସବୁଠାରୁ ଦ୍ରୁତ ରୋବୋଟ୍ ମଧ୍ୟରୁ ଗୋଟିଏ ୧,୫୦୦ ମିଟର ଦୌଡ଼ ୬:୨୯:୩୭ ସମୟରେ ସମାପ୍ତ କରିଥିଲା  ଯାହା ବର୍ତ୍ତମାନର ମାନବ ରେକର୍ଡ ୩:୨୬:୦୦ ଠାରୁ ବହୁତ କମ୍ । ୨୦୨୨ ଶୀତକାଳୀନ ଅଲିମ୍ପିକ୍ସ ପାଇଁ ନିର୍ମିତ ବେଜିଂର ନ୍ୟାସନାଲ୍ ସ୍ପିଡ୍ ସ୍କେଟିଂ ଓଭାଲ୍‌ରେ ମାନବୀୟ ଖେଳ ପାଇଁ ଟିକେଟ୍ ୧୮୦ ୟୁଆନ୍‌ରୁ ୫୮୦ ୟୁଆନ୍ ପର୍ଯ୍ୟନ୍ତ ଥିଲା ।

'ଜିତିବା ସବୁକିଛି ନୁହେଁ'- "ଆମେ ଏଠାକୁ ଖେଳିବା ଏବଂ ଜିତିବା ପାଇଁ ଆସିଛୁ। କିନ୍ତୁ ଆମେ ଗବେଷଣାକୁ ନେଇ ମଧ୍ୟ ଆଗ୍ରହୀ । ଏହି ପ୍ରତିଯୋଗିତାରୁ ନୂଆ ଏବଂ ରୋମାଞ୍ଚକର ପଦ୍ଧତି ପରୀକ୍ଷା କରିପାରିବେ। ଯଦି ଆମେ କିଛି ଚେଷ୍ଟା କରୁ ଏବଂ ଏହା କାମ କରେ ନାହିଁ, ତେବେ ଆମେ ଖେଳ ହାରିଯାଉ । ଜିତିବା ସବୁକିଛି ନୁହେଁ ବୋଲି କହିଛନ୍ତି ଏଚଟିଡବ୍ଲୁକେ ଜର୍ମାନୀ ରୋବୋଟ ଫୁଟବଲ ଟିମ୍‌ ସଦସ୍ୟ ମ୍ୟାକ୍ସ ପୋଲଟର କହିଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.