ପ୍ରମୂଖ ଖବର
  • ମହାକାଶକୁ ଉଡ଼ାଣ ଭରିବେ ଶୁଭାଂଶୁ ଶୁକ୍ଳା; ୬ ଥର ଘୁଞ୍ଚିଲା ପରେ ଆସନ୍ତାକାଲି ଲଞ୍ଚ ହେବ ଆକ୍ସିଓମ୍‌-୪ ମିଶନ୍
  • ||
  • ଗଞ୍ଜାମ: ୨ ଦଳିତଙ୍କୁ ଲଣ୍ଡା କରି ଆଣ୍ଠେଇ ଚଲାଇବା ମାମଲା, ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟି
  • ||
  • ବୁଧବାର BMC କର୍ପୋରେସନ ବୈଠକ: ଏକାଧିକ ପ୍ରସ୍ତାବରେ ବାଜିବ ମୋହର, ଉଠିବ ଜଳବନ୍ଦୀ ଓ ଡେଙ୍ଗୁ ପ୍ରସଙ୍ଗ
  • ||
  • ପାଟନାରେ ପୂର୍ବାଞ୍ଚଳ ଶକ୍ତି ମନ୍ତ୍ରୀ ସମ୍ମିଳନୀ, ଆଜି ଯୋଗ ଦେବେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ
  • ||
  • ମହାପ୍ରଭୁଙ୍କୁ ଲାଗି ହେବା ପୂର୍ବରୁ ଦଶମୂଳ ମୋଦକ ଚୋରି, ମାରା ମହୌଷଧି ଶ୍ରୀଜିଉଙ୍କୁ ଲାଗି ହେଲା କିପରି ?
  • ||
  • ଗୋପାଳପୁର ଗଣଦୁଷ୍କର୍ମ ମାମଲା, ୬ ଅଭିଯୁକ୍ତଙ୍କୁ ଦିନିକିଆ ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚ
  • ||
  • କେନ୍ଦୁଝର: ଟ୍ରକ୍ ପଛରେ ପିଟିହେଲା କନ୍ୟାଯାତ୍ରୀ ବସ୍, ଜଣେ ମୃତ ୧୩ ଗୁରୁତର
  • ||
  • ଇରାନ୍-ଇସ୍ରାଏଲ୍ ଯୁଦ୍ଧ ନେଇ ଟ୍ରମ୍ପ୍‌ଙ୍କ ବଡ଼ ଘୋଷଣା, ୧୨ ଦିନ ପରେ ସମ୍ପୂର୍ଣ୍ଣ ଅସ୍ତ୍ରବିରତି ଘୋଷଣା
  • ||
  • ଘୂର୍ଣ୍ଣିବଳୟ ପ୍ରଭାବରେ ଲଗାଣ ବର୍ଷା: ସପ୍ତାହେ ଯାଏ ପ୍ରବଳ ଛେଚିବ,୨୫ରେ ୩ଟି,୨୬ରେ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ମଧ୍ୟପ୍ରାଚ୍ୟକୁ ଏୟାର ଇଣ୍ଡିଆ ବିମାନ ଉଡାଣ ବନ୍ଦ, ଲକ୍ଷାଧିର ଲୋକ ପ୍ରଭାବିତ

Published By : Anindita Ratha | June 24, 2025 8:17 AM

ନୂଆଦିଲ୍ଲୀ,୨୪/୦୬ :ମଧ୍ୟପ୍ରାଚ୍ୟକୁ ସମସ୍ତ ବିମାନ ଉଡାଣ ବନ୍ଦ କଲା ଏୟାର ଇଣ୍ଡିଆ। ତେହେରାନର ଗୁରୁତ୍ୱପୂର୍ଣ୍ଣ ପରମାଣୁ ପ୍ରତିଷ୍ଠାନ ଉପରେ ଇସ୍ରାଏଲର କ୍ଷେପଣାସ୍ତ୍ର ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ପ୍ରବଳ ଉତ୍ତେଜନା ରହିଛି। ଇରାନ-ଇସ୍ରାଏଲ ଯୁଦ୍ଧରେ ଆମେରିକାର ପ୍ରବେଶ ଏହି ସଂଘର୍ଷକୁ ଆଗକୁ ବଢାଇବାର ସମ୍ଭାବନାକୁ ବୃଦ୍ଧି କରିଛି। ଅନ୍ୟପଟେ ସୋମବାର ରାତିରେ ଇରାନ କତାରର ରାଜଧାନୀ ଦୋହାରେ ଥିବା ଆମେରିକାର ସବୁଠାରୁ ବଡ଼ ସାମରିକ ଘାଟି ଅଲ-ଉଦେଦ ଏୟାରବେସ ଉପରେ କ୍ଷେପଣାସ୍ତ୍ର ମାଡ଼ କରିଥିଲା। ଇରାନର ଏହି କାର୍ଯ୍ୟ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକର ଆକାଶପଥକୁ ପ୍ରଭାବିତ କରିଛି।

ସେହିପରି  ରବିବାର ଆମେରିକୀୟ ବିମାନଗୁଡ଼ିକ ଇରାନର ପରମାଣୁ ସ୍ଥାନ ଉପରେ ବୋମା ପକାଇଥିଲେ। ଏବେ ଇରାନର ଏହି କାର୍ଯ୍ୟ ଆମେରିକା ବିରୁଦ୍ଧରେ ପ୍ରତିଶୋଧ ଭାବରେ ଦେଖାଯାଉଛି। ଇରାନ ଏୟାରବେସ ଉପରେ ୬ଟି କ୍ଷେପଣାସ୍ତ୍ର ମାଡ଼ କରିଛି। ଦୋହାରେ ଆକ୍ରମଣ ପରେ, ଅନେକ ଦେଶର ବିମାନ ଚଳାଚଳ ପ୍ରଭାବିତ ହୋଇଛି। ଏନେଇ କାତାରର ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ, କାତାରର ବାୟୁସେନା ଅଧିକାଂଶ କ୍ଷେପଣାସ୍ତ୍ରକୁ ପ୍ରତିହତ କରିଛି।ଇରାନର ଆକ୍ରମଣକୁ କତାର ଏହାର ସାର୍ବଭୌମତ୍ୱର ଉଲ୍ଲଂଘନ ବୋଲି କହିଛି। ଏହି ଆକ୍ରମଣ ପରେ ସମଗ୍ର ଅଞ୍ଚଳରେ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ବାହାରିନ ଏବଂ କୁୱେତ ଅସ୍ଥାୟୀ ଭାବରେ ସେମାନଙ୍କର ଆକାଶ ସୀମା ବନ୍ଦ କରିଦେଇଛନ୍ତି। ଇଜିପ୍ଟ ଏୟାର ମଧ୍ୟ ଉପସାଗରୀୟ ଦେଶଗୁଡ଼ିକୁ ଏହାର ଉଡ଼ାଣକୁ ସ୍ଥଗିତ ରଖିଛି।ମଧ୍ୟପ୍ରାଚ୍ୟରେ ସଙ୍କଟକୁ ଦୃଷ୍ଟିରେ ରଖି, ଏୟାର ଇଣ୍ଡିଆ ମଧ୍ୟପ୍ରାଚ୍ୟ, ଉତ୍ତର ଆମେରିକାର ପୂର୍ବତଟ ଏବଂ ୟୁରୋପକୁ ସମସ୍ତ ବିମାନ ଉଡ଼ାଣକୁ ଅସ୍ଥାୟୀ ଭାବରେ ବାତିଲ କରିବାକୁ ଘୋଷଣା କରିଛି। ଏୟାର ଇଣ୍ଡିଆ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସୂଚନା ଦେଇଛି ଯେ, ଉତ୍ତର ଆମେରିକାରୁ ଆସୁଥିବା ସମସ୍ତ ବିମାନ ଫେରି ଆସିଛି। କିଛି ବିମାନକୁ ଭାରତ ଆଡକୁ ସ୍ଥାନାନ୍ତର କରାଯାଇଛି ଏବଂ କିଛିକୁ ବନ୍ଦ ଆକାଶ ମାର୍ଗରୁ ପଠାଯାଇଛି।।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.