ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ସ୍ତ୍ରୀକୁ ହତ୍ୟା କରି ବକ୍ସ ଖଟରେ ପୁରାଇ ରଖିବା ଘଟଣା : ଅଭିଯୁକ୍ତ ସ୍ବାମୀ ଗିରଫ

Published By : Suraj Kumar | April 27, 2025 8:00 PM

ଚନ୍ଦାହାଣ୍ଡି , ୨୭।୪ :  ନବରଙ୍ଗପୁର   ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅଧୀନ   ହଳଦୀ ଗ୍ରାମରେ ନିଜ ସ୍ତ୍ରୀ କୁ ହତ୍ୟା କରି ଖଟ ବାକ୍ସରେ ପୁରାଇ  ରଖିବା ଘଟଣାରେ  ଅଭିଯୁକ୍ତ ସ୍ବାମୀ  ଦୁଦର ସିଂ ନାୟକଙ୍କୁ ପୋଲିସ ଗିରଫ କରିଛି।  ଏକ ଗଛରେ ଚଢି  ଆତ୍ମ ଗୋପନ କରିଥିବା ଅବସ୍ଥାରେ ପୋଲିସ ଗିରଫ କରିଛି। ସ୍ତ୍ରୀ ର ତଣ୍ଟି ଚିପି ହତ୍ୟା ପରେ ଖଟ ବାକ୍ସ ରେ ପୁରାଇ   ଫେରାର ହୋଇ ଯାଇଥିବା ନେଇ ପୋଲିସ ଆଗରେ ଅଭିଯୁକ୍ତ ସ୍ବୀକାର କରିଛି।

 ପ୍ରକାଶ ଥାଉକି ଗତ ୧୯ତାରିଖ ଶନିବାର ହଳଦୀ ଗ୍ରାମର ଦୁଦର ସିଂ ନାୟକଙ୍କ ସ୍ତ୍ରୀ ଅନୀତା ସୋରି  କୁଆଡେ ଘରୁ ଚାଲିଯାଇ ଥିବା ନେଇ  ଦୁଦରଙ୍କ ପରିବାର ଲୋକେ ଅନୀତାଙ୍କ  ବାପା କମଳା କାନ୍ତ ସୋରି ଙ୍କୁ  ଜଣାଇଥିଲେ। ୨୧ ତାରିଖରେ ହଳଦୀ ଗ୍ରାମର ଝିଅ ଘରକୁ କମଳାକାନ୍ତ ଆସିଥିଲେ l ସ୍ୱାମୀ- ସ୍ତ୍ରୀଙ୍କ ଶୋଇବା ଘରେ ତାଲା ପଡିବା ସହ ଭିତରୁ ଦୁର୍ଗନ୍ଧ ଆସିବାରୁ  କମଳାକାନ୍ତଙ୍କ ସନ୍ଦେହ ହୋଇଥିଲା।ଚନ୍ଦାହାଣ୍ଡି ଥାନାରେ ଏତଲା ଦେବା ପରେ  ପୋଲିସ ତାଲା ଭାଙ୍ଗି ଘର ଭିତରେ ପ୍ରବେଶ କରିଥିଲା। ଅନୀତାଙ୍କ ମୃତଦେହ ଖଟ ବାକ୍ସରେ ରଖି ଥିବା ଦେଖିବାକୁ ପାଇଥିଲେ l. ଘଟଣାସ୍ଥଳକୁ ଉମରକୋଟ ଏସଡିପିଓ ଶୁଭେନ୍ଦୁ ଶବର ସାଇଣ୍ଟିଫିକ ଟିମ ଡ଼କାଇ ଘଟଣା ର ଅଧିକା ତଦନ୍ତ କରିବା ସହ l ଅଭିଯୁକ୍ତ ର ବାପା ଅଗେସିଂ କୁ ଥାନା କୁ ଆଣି ଅଟକ ରଖି ପଚରା ଉଚୁରା କରିଥିଲେ।  ଶେଷରେ ଅଭିଯୁକ୍ତ ଜଣକ ଗାଁ ଠାରୁ ୨କି ମି ଏକ ଗଛ ରେ ଚଢି ଲୁଚି ଥିବା ଖବର ପାଇ ସେଠାରୁ ତାକୁ ଗିରଫ କରି ଥାନା କୁ ଆଣି ପଚରା ଉଚୁରା  କରିଥିଲେ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.