ଭୁବନେଶ୍ଵର, ୦୯/୧୦ : ସ୍ତ୍ରୀ ହତ୍ୟାକାରୀକୁ ଆଜୀବନ କାରାଦଣ୍ତ। ଅଭିଯୁକ୍ତ ମୁରଲୀଧର ବେହେରାକୁ ଆଜୀବନ ଦଣ୍ଡାଦେଶ ଶୁଣାଇଲେ ଭୁବନେଶ୍ଵର କୋର୍ଟ। 

ସୂଚନା ଅନୁଯାୟୀ, ୨୦୨୦ ମସିହାରେ ଏୟାରପୋର୍ଟ ଅଞ୍ଚଳର ମୁରଲୀଧର ବେହେରା ଯୌତୁକ ପାଇଁ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିଥିଲା। ଏନେଇ ଏୟାରପୋର୍ଟ ଥାନାରେ ହତ୍ୟା ଅଭିଯୋଗ ହୋଇଥିଲା। କେସ ନମ୍ବର ୧୩୩ରେ ମାମଲା ରୁଜୁ କରି ପୋଲିସ ତଦନ୍ତ କରିଥିଲା। ଅଭିଯୁକ୍ତ ସ୍ଵାମୀକୁ ଗିରଫ କରିଥିଲା। ଭୁବନେଶ୍ଵର କୋର୍ଟରେ ମାମଲାର ଶୁଣାଣୀ ଚାଲିଥିଲା। ଦୀର୍ଘ ୪ ବର୍ଷ ପରେ ବୁଧବାର କୋର୍ଟ ରାୟ ଶୁଣାଇଛନ୍ତି। ମୁରଲୀଧରଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଇଛି।