ନୂଆଦିଲ୍ଲୀ,୨୦/୦୨; ହାଇଦ୍ରାବାଦରେ ବିରିୟାନୀ ରେସ୍ତୋଁରା ଚେନ୍ ଉପରେ ଯାଞ୍ଚ କରୁଥିବା ଆୟକର ବିଭାଗ ପକ୍ଷରୁ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ବିରିୟାନୀ ବିକ୍ରିରେ ବଡଧରଣର ଘୋଟାଲା ହୋଇଥିବା ଜଣାପଡିଛି । ୨୦୧୯-୨୦ରୁ ଏପର୍ଯ୍ୟନ୍ତ ପ୍ରାୟ ୭୦ ହଜାର କୋଟି ଟଙ୍କାର ବିର୍ୟାନୀ ବିକ୍ରି କରାଯାଇଛି । କିନ୍ତୁ ଏହି ତଥ୍ୟ ସମ୍ପୂର୍ଣ୍ଣ ଭାବେ ଲୁଚାଯାଇ ସେହି ଟଙ୍କାକୁ ହଡପ କରାଯାଇଛି । ହାଇଦ୍ରାବାଦ ଯାଞ୍ଚ ୟୁନିଟ୍ ପକ୍ଷରୁ ଦେଶସାରା ପ୍ରାୟ ୧.୭୭ ଲକ୍ଷ ରେସ୍ତୋଁରାରେ ବ୍ୟବହାର କରାଯାଉଥିବା ଏକ ବିଲିଂ ସଫ୍ଟୱେରର ୬୦ ଟେରାବାଇଟ୍ କାରବାରର ତଥ୍ୟକୁ ବିଶ୍ଳେଷଣ କରାଯାଇଥିଲା ।

ଏହି ସଫ୍ଟୱେର ବଜାରରେ କାରବାର ହେଉଥିବା ୧୦ ପ୍ରତିଶତ ଅଂଶକୁ ନିୟନ୍ତ୍ରଣ କରିଥାଏ । ଯାଞ୍ଚରୁ ଜଣାପଡିଛି କି ଅନେକ ରେସ୍ତୋଁରା ଗ୍ରାହକଙ୍କ ଠାରୁ ଟଙ୍କା ନେଇ ବିଲ୍ ପେମେଣ୍ଟ କରିନଥାନ୍ତି । ଯଦିଓ ବିଲ୍ ଦେଇଥାନ୍ତି ତେବେ ସେଥିରେ ଏଡିଟ୍ କରିଥାନ୍ତି କିମ୍ବା ତାକୁ ଡିଲିଟ୍ କରିଦେଇଥାନ୍ତି । ଉକ୍ତ ସଫ୍ଟୱେର ବ୍ୟବହାର କରୁଥିବା ଦେଶର ବିଭିନ୍ନ ରୋସ୍ତୋଁରା ଏ ବାବଦରେ ୧୩ ହଜାର କୋଟି ଟଙ୍କାରୁ ଅଧିକ ବିଲ୍‌କୁ ନଷ୍ଟ କରିଦେଇଛନ୍ତି । ତଦନ୍ତରେ ହାଇ-କାପାସିଟି ଟୁଲ୍‌ସ ଓ ଏଆଇ ଉପକରଣ ବ୍ୟବହାର କରାଯାଇଥିଲା । ଏଥିରେ ଜେନେରେଟିଭ୍ ଏଆଇ ମଧ୍ୟ ସାମିଲ ଥିଲା । ଜିଏସ୍ଟି ନମ୍ବର ଓ ଅନ୍ଲାଇନ ସାର୍ବଜନୀନ ରେକର୍ଡ ଅନୁସାରେ ରେସ୍ତୋଁରାର ପରିଚୟ ମିଳାଯାଇଥିଲା । ପ୍ରଥମେ ତଦନ୍ତ ହାଇଦ୍ରାବାଦ, ବିଶାଖାପାଟଣା ଓ ତାର ଆଖପାଖ ସହରରେ ସୀମିତ ରହିଥିଲା । କିନ୍ତୁ ପରେ ଦେଶବ୍ୟାପି ହୋଇଥିଲା । 

ସରକାରୀ ଚ୍ୟାନେଲରୁ ରେକର୍ଡ ପାଇଁ ଅପେକ୍ଷା କରିବା ପରିବର୍ତ୍ତେ ସାର୍ବଜନୀନ ଭାବରେ ଉପଲବ୍ଧ ସୂଚନା ବ୍ୟବହାର କରି AI GST ନମ୍ବରଗୁଡ଼ିକୁ ରେଷ୍ଟୁରାଣ୍ଟ ସହିତ ଲିଙ୍କ କରିବାରେ ସାହାଯ୍ୟ କରିଥିଲା । ତଦନ୍ତରୁ ଟିକସକୁ କମ ରିପୋର୍ଟ କରି ବିକ୍ରୟ ରେକର୍ଡଗୁଡ଼ିକୁ ବ୍ୟବସ୍ଥିତ ଭାବରେ ଡିଲିଟ୍ ଏବଂ ପରିବର୍ତ୍ତନ କରିବାର ପ୍ରମାଣ ମିଳିଛି ।  ବିଶ୍ୱାସ କରାଯାଉଛି ଯେ, ଏହି ହାଇପ୍ରୋଫାଇଲ୍ ଟ୍ୟାକ୍ସ ଚୋରି କୃତ୍ରିମ ବୁଦ୍ଧିମତ୍ତା (AI) ଏବଂ ହାଇ ଫୋରେନ୍ସିକ ପ୍ରଯୁକ୍ତିବିଦ୍ୟା ବ୍ୟବହାର ନକରିଥିଲେ ପର୍ଦ୍ଦାଫାସ ହୋଇନଥାନ୍ତା 

ଏହା ବି ପଢନ୍ତୁ...ଟ୍ରମ୍ପଙ୍କ 'ବୋର୍ଡ ଅଫ୍ ପିସ୍'ର ପ୍ରଥମ ମିଟିଂ, ସଦସ୍ୟତା ନୁହେଁ ପର୍ଯ୍ୟବେକ୍ଷକ ଭାବେ ନଜର ରଖିଛି ଭାରତ