ନୂଆଦିଲ୍ଳୀ,୧୧।୧୨: ଭାରତୀୟ ବାୟୁସେନାର ଶକ୍ତି ଆହୁରି ବଢିବ। ଭାରତ ଖୁବ୍ ଶୀଘ୍ର ଫ୍ରାନ୍ସ ସହ ରାଫେଲ ଯୁଦ୍ଧ ବିମାନର ବଡ଼ ଡିଲ୍ କରିପାରେ।ଏହା ଭିତରେ ଭାରତୀୟ ନୌସେନାର ଭାଇସ୍ ଚିଫ୍ ଏୟାର ମାର୍ସଲ ନାଗେଶ କପୁର ରାଫେଲକୁ ଅପରେସନ୍ ସିନ୍ଦୂର ହିରୋ ବୋଲି ଘୋଷଣା କରିଛନ୍ତି। ଭାରତୀୟ ସେନା ଜମ୍ମୁ-କଶ୍ମୀରର ପହଲଗାମ୍‌ରେ ହୋଇଥିବା ଆତଙ୍କୀ ହମଲା ବିରୋଧରେ ଗତ ବର୍ଷ ମଇରେ ହୋଇଥିବା ଅପରେସନ୍ ସିନ୍ଦୁର ଅନୁସାରେ,କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହି ସମୟରେ ପାକିସ୍ତାନକୁ ପ୍ରବେଶ କରୁଥିବା ଆତଙ୍କୀ ଆଡ୍ଡାକୁ ଟାର୍ଗେଟ କରାଯାଇଥିଲା। ଏକ ସାକ୍ଷାତକାରରେ ଏୟାର ମାର୍ଶଲ କପୁର କହିଛନ୍ତି, ରାଫେଲ ନିଶ୍ଚିତ ଭାବରେ ଚର୍ଚ୍ଚାରେ ରହିଛି। ସେ ରାଫେଲକୁ ନେଇ କହିଛନ୍ତି,ଅନ୍ୟ ହିରୋଙ୍କ ଭଳି ସେ ବି ‘ଅପରେସନ୍ ସିନ୍ଦୂର’ର ହିରୋ।

ଭାରତ ଆସୁଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି

ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ ୧୭-୧୯ ଫେବୃଆରୀରେ ଭାରତକୁ ଔପଚାରିକ ଗସ୍ତରେ ଆସିବେ। ଏହି ସମୟରେ ସେ ଏଆଇ ଇମ୍ପାକ୍ଟ ସମ୍ମିଳନୀରେ ଭାଗ ନେବେ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ବିପାକ୍ଷିକ ସମ୍ପର୍କ ଉପରେ ବି ଚର୍ଚ୍ଚା କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣ ରକ୍ଷା କରି ଭାରତ ଆସୁଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି। ଏହି ଯାତ୍ରା ମୋଦିଙ୍କର ଫେବୃଆରୀ ୨୦୨୫ ରେ ହୋଇଥିବା ଫ୍ରାନ୍ସ ଯାତ୍ରା ପରେ ହେଉଛି।

ରାଫେଲ ଉପରେ ହୋଇପାରେ ଚର୍ଚ୍ଚା

ସବୁଠାରୁ ଖାସ୍ କଥା ଏହା ଯେ, ଫ୍ରାନ୍ସ ରାଷ୍ଟ୍ରପତିଙ୍କ ଯାତ୍ରା ଏଭଳି ସମୟରେ ହେଉଛି ଯେତେବେଳେ ଭାରତରେ ବାୟୁସେନା ପାଇଁ ୧୧୪ ଓ ରାଫେଲ ବିମାନ କିଣିବା ଉପରେ ସହମତି ଦେଖିବାକୁ ମିଳିଥିଲା। ଏଥିପାଇଁ ଏହା ମଧ୍ୟ ସମ୍ଭାବନା ରହିଛି ଯେ, ମୋଦି ଓ ମାକ୍ରନ୍ଙ୍କ ଭିତରେ ଏହି ପ୍ରସଙ୍ଗ ଉପରେ ମଧ୍ୟ ପ୍ରାରମ୍ଭିକ ଆଲୋଚନା ହୋଇପାରେ। ରାଫେଲ ତିଆରି କରୁଥିବା କମ୍ପାନୀ ଭାରତରେ ରାଫେଲ ବିମାନ ନିର୍ମାଣ ପାଇଁ ସିଦ୍ଧାନ୍ତିକ ରୂପରେ ସହମତି ପ୍ରକାଶ କରିଛି।

ଭାରତୀୟ ବାୟୁସେନାର ଶକ୍ତି

ଭାରତୀୟ ବାୟୁସେନା ପାଖରେ ଏବେ କେବଳ ପ୍ରାୟ ୩୦ ଯୁଦ୍ଧ ବିମାନ ସ୍କ୍ବାର୍ଡନ ରହିଛି। ସେଭଳି ଏହାର ସ୍ବୀକୃତ ସଂଖ୍ୟା ୪୨ ରହିଛି। ପାକିସ୍ତାନ ଓ ବାଂଲାଦେଶ ଏବଂ ପାକିସ୍ତାନ ଓ ଚୀନ୍ ଭିତରେ ବଢୁଥିବା ମେଣ୍ଟ ସହ ବିପଦ ଆଶଙ୍କା ଆହୁରି ବଢି ଯାଇଛି। ଆଶା କରାଯାଉଛି ଯେ,ଏହି ପ୍ରୋଜେକ୍ଟ ଭାରତୀୟ ବାୟୁସେନାକୁ ଦୀର୍ଘ ସମୟ ଧରି ୪.୫ ଜେନେରେସନ୍ ପ୍ଲସ୍ ମଲ୍ଟିରୋଲ ଯୁଦ୍ଧ ବିମାନର ଆବଶ୍ୟକତାକୁ ପୁରା କରିବାରେ ସାହାଯ୍ୟ କରିବ। ଡିଲ୍ ଅନୁସାରେ,କିଣା ଯାଉଥିବା ୧୧୪ ରାଫେଲ ଯୁଦ୍ଧ ବିମାନ ଭିତରୁ ପ୍ରାୟ ୮୦% ଭାରତରେ ତିଆରି କରାଯିବାର ଯୋଜନା ରହିଛି।

ଆହୁରି ପଢନ୍ତୁ : ଆମେରିକାର ସର୍ତ୍ତ ଉପରେ ଚୁକ୍ତି କରିବା ଲଜ୍ଜାଜନକ, ଲୋକସଭାରେ ସରକାରଙ୍କୁ ରାହୁଲଙ୍କ ଟାର୍ଗେଟ